April 13, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସମ୍ୟକ ଆଲୋଚନା(ପୁସ୍ତକ ର ମୁଖବନ୍ଧ)

 

 

ପ୍ରାକ୍ ଭାଷ

ଜ୍ୟୋତି ସାହୁ । ସିମୁଳିଆ ମହାବିଦ୍ୟାଳୟ ,ମାର୍କୋଣାର ଯୁକ୍ତ ତିନି
ଓଡିଆ ଭାଷା ସାହିତ୍ୟ ବିଭାଗର ଶେଷ ବର୍ଷର ଛାତ୍ରୀ । କବିତା ପ୍ରତି
ତାଙ୍କର ଅନୁରାଗ ଥିବା ମୁଁ ଜାଣିଥିଲି। କବିତା ପଢିବା , କବିତା
ରଚନା କରିବା ମଧ୍ୟରେ ସାହିତ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପ୍ରବନ୍ଧରେ ପ୍ରବନ୍ଧମନସ୍କ ହେବା ମୋତେ ଅତ୍ୟନ୍ତ ଆନନ୍ଦ ଦେଇଛି। ପ୍ରବନ୍ଧ ରଚନା କରିବା ଏକ କଳା । ପ୍ରବନ୍ଧରେ ସ୍ରଷ୍ଟାର ଚିନ୍ତା ଓ ଚେତନାକୁ ନିବିଡ ଭାବରେ ବାନ୍ଧି ରଖିବା,ପୁଣି ଭାବ ଓ ଆବେଗକୁ ନେଇ ଯଥାସ୍ଥାନରେ ଯଥୋଚିତ ମାନ୍ୟତା ପ୍ରଦାନ କରି ତାକୁ ସଫଳତା ଦେବା ଏତେ ସହଜ ବ୍ୟାପାର ନୁହେଁ। ପ୍ରାବନ୍ଧିକ ବହୁ ଗ୍ରନ୍ଥ ଅଧ୍ୟୟନ ନ କଲେ ,ଗଭୀର ଅନୁଭବି ନ ହେଲେ; ପୁନର୍ବାର ନିଜର ସ୍ବଛ୍ଛ୍ବତା, ନିଃସ୍ବାର୍ଥପରତା ଓ ସମଦର୍ଶିତା ଭାବ ଉପରେ ହିଁ ସଫଳ ପ୍ରବନ୍ଧର ଭାଗ୍ୟ ନିର୍ଭର କରେ। ସଫଳ ପ୍ରାବନ୍ଧିକଙ୍କ ମଧ୍ୟରେ ପ୍ରତିଥଯଶା କବି,ଶିକ୍ଷାବିତ ପଣ୍ଡିତ ନୀଳକଣ୍ଠ ଦାଶ, ପ୍ରେମ ପ୍ରଣୟର ସଫଳ ରୂପକାର କବି ତଥା ପ୍ରଖ୍ୟାତ ପ୍ରାବନ୍ଧିକ ଡକ୍ଟର ମାୟାଧର ମାନସିଂହ, ପ୍ରଫେସର ଚିନ୍ତାମଣି ବେହେରା,ପ୍ରଫେସର ଚିତ୍ତରଞନ ଦାସ, ପ୍ରଫେସର ଡକ୍ଟର ନୃସିଂହ ଚରଣ ଷଡଙ୍ଗୀ ପ୍ରମୁଖ କେତେ
ଜଣ ସାର୍ଥକ ପ୍ରାବନ୍ଧିକଙ୍କ ନାମ ଆଖି ଆଗକୁ ଆସେ । ଯଶସ୍ବିନୀ ସୁଛାତ୍ରୀ ସୁଶ୍ରୀ ଜ୍ୟୋତି ସାହୁ ଓଡିଆ ଭାଷା ସାହିତ୍ୟର ମନନଶୀଳ
ଛାତ୍ରୀଭାବେ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିବା ପାଇଁ ସତତ
ଉଦ୍ୟମ କରିଛନ୍ତି, ସଫଳ ମଧ୍ୟ ହୋଇଛନ୍ଥି। ତାଙ୍କ ପଛରେ ଜଣେ
ଓଡିଆ ଭାଷା ସାହିତ୍ୟର ପ୍ରତିସ୍ପର୍ଦ୍ଧାସମ୍ପନ ଅଧ୍ୟାପକଙ୍କ ଅଭୟ
ଆଶୀର୍ବାଦ ରହିଛି, ସେ ସଫଳ ହେବେନି କେମିତି ? ଯଶସ୍ବୀ
ଅଧ୍ୟାପକ ନାରାୟଣ ଦାସ ଯିଏ ସୁଛାତ୍ର ସୃଷ୍ଟି କରିବା, ଛାତ୍ରଛାତ୍ରୀମାନଙ୍କୁ
ସାହିତ୍ୟମନସ୍କ କରାଇବା ଓ ସଫଳ ସ୍ରଷ୍ଟାଟିଏ କରି ଗଢିତୋଳିବାରେ,
ଜଣେ ପ୍ରାଜ୍ଞ ସନ୍ଦିପନୀ।ପ୍ରାବନ୍ଧିକା ସୁଶ୍ରୀ ଜ୍ୟୋତି ସାହୁ ତାଙ୍କର ମାନସପୁତ୍ରୀ।
ଯୁବ ପ୍ରତିଭା ଜ୍ୟୋତି ସାହୁ ତାଙ୍କର ପ୍ରଥମ ପ୍ରକାଶିତ
ସାରସ୍ବତ ସୃଷ୍ଟି ହେଉଛି ‘ ସମ୍ୟକ୍ ଆଲୋଚନା’,ଯାହା ଏକ ସାର୍ଥକ ସମାଲୋଚନା ଗ୍ରନ୍ଥ । ଏଥିରେ ୧୧ ଜଣ ସ୍ରଷ୍ଟାପୁରଷଙ୍କ ସଫଳ ସୃଷ୍ଟିର ଆଲୋଚନା କରାଯାଇଛି, ଯାହା ଓଡିଆ ଭାଷା ସାହିତ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣୀୟ ଓ ସଂଗ୍ରହଯୋଗ୍ୟ । ପ୍ରାବନ୍ଧିକ ପ୍ରଫେସର ଚିତ୍ତରଞନ ଦାସଙ୍କ ‘ ବିଶ୍ବକୁ ଗବାକ୍ଷ ‘ , ପ୍ରଶାସକ ତଥା ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ହୃଷୀକେଶ ପଣ୍ଡାଙ୍କ ‘ ସୁନାପୁଟର ଲୋକେ ‘ , ନାଟ୍ୟକାର ବିଜୟ ମିଶ୍ରଙ୍କ ‘ ତଟ ନିରଞନା ‘ , କବିବର ରାଧାନାଥ ରାୟଙ୍କ ‘ ମହାଯାତ୍ରା’ ,ଭକ୍ତକବି ଦୀନକୃଷ୍ଣ ଦାସଙ୍କ ‘ ରସ କଲ୍ଲୋଳ ‘ ,କଥାକାର ଚନ୍ଦ୍ରଶେଖର ରଥଙ୍କ ‘ ରଥ ସପ୍ତକ ‘ , ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ‘ ସ୍ବର୍ଗାରୋହଣ ‘ , ନାଟ୍ୟକାର ପୁରୁଷୋତ୍ତମ ଭୂୟାଁଙ୍କ ‘ ଶବମାନଙ୍କର ଶୋଭାଯାତ୍ରା ‘ ,ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ ମାମୁଁ ‘ , କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୂକାବ୍ୟ ‘ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ‘ ଓ ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ ହିଡମାଟି ‘ । ଏଗାର ଟି ଆଲୋଚନା ନିଜ ନିଜ ସର୍ଜନ କ୍ଷେତରେ ଗୋଟିଏ ଗୋଟିଏ ସଫଳ ସାର୍ଥକ ସୃଜନ ଶସ୍ୟ, ଯାହା ପ୍ରାବନ୍ଧିକାଙ୍କର ଅକ୍ଷୟ ସୃଷ୍ଟି ସ୍ବାକ୍ଷର । ” ସମ୍ୟକ ଆଲୋଚନା” ନିଶ୍ଚିତ ରୂପେ ପାଠକାଦୃତି ଲାଭ କରିବ , ଏହା ନିଃସନ୍ଦେହ ।
ସୁଶ୍ରୀ ଜ୍ୟୋତି ନିଜ ସୃଷ୍ଟିରେ ଜ୍ୟୋତିର୍ମୟୀ ହୁଅନ୍ତୁ । ଆଗକୁ ସାରସ୍ବତ ସର୍ଜନା କ୍ଷେତ୍ରରେ ସୁନାମ ଅର୍ଜନ କରନ୍ତୁ । ନିଜ ମା, ମାଟି ଓ ମାତୃଭାଷାକୁ ମର୍ଯ୍ୟାଦା ପ୍ରଦାନ କରନ୍ତୁ , ଏହା ହିଁଁ ମୋର ଉତ୍କଳ ଜନନୀଙ୍କ ନିକଟରେ ପ୍ରାର୍ଥନା।ଆଶୀର୍ବାଦ ଓ ଅଭିନନ୍ଦନ ସହ।
ବନ୍ଦେ ଉତ୍କଳ ଜନନୀ ।



                     ଭରତ ଚନ୍ଦ୍ର ଦାଶ
      ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ

Loading

2 thoughts on “ସମ୍ୟକ ଆଲୋଚନା(ପୁସ୍ତକ ର ମୁଖବନ୍ଧ)

  1. ଠିକ ଅଛି ବହୁତ ଭଲ କଥା l ମୁଁ ଚେଷ୍ଟା କରି “ସମ୍ୟକ ଆଲୋଚନା”କୁ ସଂଗ୍ରହ କରି ପଢିବି ଏବଂ ସେଥିରେ ଥିବା ଶିକ୍ଷାକୁ ଗ୍ରହଣ କରିବି l ଏଇଭଳି ଆଗକୁ ଅନେକ ସୃଷ୍ଟି କରନ୍ତୁ, ଯାହାଫଳରେ ଆମେ ପାଠକଗଣ ପଢି ଉପଭୋଗ କରିବୁ l

Leave a Reply

Your email address will not be published. Required fields are marked *