ସାଂମ୍ପ୍ରତିକ ସମୟ✍️
********************
ସମୟ ବଦଳିଛି
ବଦଳିଛି ମନ
ସଂସ୍କାର ଚୁଲିକି ଗଲା
ମୋବାଇଲ୍ ଦିନ ।
ମାନବିକତା ଠାରୁ
ଅନେକ ଦୂରରେ
ଅବାସ୍ତବ ଦୁନିଆରେ
ବିଚରଣ କରେ ।
ବାପା ମାଆ ପରିବାର
ସବୁ ହେଲା ପର
ସମ୍ପର୍କ ବୁଝୁଛି କିଏ
ମୋବାଇଲ୍ ନିଜର ।
ଫେସବୁକ,ଇନ୍ଷ୍ଟାଗ୍ରାମ
ଟୁଇଟର ପାଇଁ,
ଖାଇବାକୁ କାହାର
ମନେ ପଡୁନାହିଁ ।
ମୋବାଇଲ୍ ପଛେ ଆଜି
ସଭିଏଁ ପାଗଳ,
ବୟସ ଦେଖୁଛି କିଏ
ଚାଲେ କେତେ ଖେଳ ।
ସଂସାର ଉଜୁଡି ଯାଏ
ଆତ୍ମହତ୍ୟା ସାଥୀ,
ଏଡେ ନିର୍ଲଜ ଥୋବରା
ଏ ମଣିଷ ଜାତି ।
ବେଳହୁଁ ସାବଧାନ
ନହେଲେ ପାମର,
ମୋବାଇଲ୍ ଶତ୍ରୁ ହସ୍ତେ
ମୃତ୍ୟୁ ହେବ ତୋର ।
ମମତା ବାରିକ୍
ଭଦ୍ରକ