*ସମ୍ପର୍କ*
““”””””””””””'””””””””'””””””””””””””””””””””'”
ସମ୍ପର୍କର ଏଇ ଅଡୁଆ ସୂତାରେ
ଆଜି ଏ ମଣିଷ ପଡିଛି ବନ୍ଧା,
ସ୍ବାର୍ଥ ପାଇଁ ଏଠି ସମ୍ପର୍କ ଗଢନ୍ତି
ଏ ମଣିଷ ସାଜିଛି ବୋକା।୧।
ସମ୍ପର୍କ ଏଠି ବିକ୍ରୀ ଚାଲିଛି
ଯେମିତି ବିକ୍ରୀ ହୁଏ ପରିବା,
ହାଟରେ ବସାଇ ନିଲାମ କରୁଛି
ଯେମିତି ଏ ମଣିଷର ହଋଦୟ କାଗଜର ଏକ ପତ୍ରିକା। ୨।
ଅର୍ଥ ପାଇଁ ଏଠି ଅନର୍ଥ ଚାଲିଛି
ବାପାପୁଅ, ଭାଇଭାଇ, ସ୍ବାମୀସ୍ତ୍ରୀ ସମ୍ପର୍କ ପଡିଛି ଫିକା,
ଯିଏ ଦେଇଥିଲେ ଜନ୍ମ ଆଉ ପୁଣି ସମାଜରେ ଏକ ପରିଚୟ
ସେ ଆଜି ବୁଲନ୍ତି ଦୁଆରେଦୁଆରେ ମେଣ୍ଟାଇବା ପାଇଁ ଏଇ ଭୋକ। ୩।
କେମିତି ଯୋଡିବି ମୁଁ ସମ୍ପର୍କ
ଯଉଁଠି ସମ୍ପର୍କର ମୂଲ୍ଯ ବୁଝିପାରେନା ଏ ମଣିଷ,
ଅଳିଆ ଗଦାରେ ଫିଙ୍ଗି ଦିଏ
ଯେବେ ସରିଯାଏ ସମ୍ପର୍କରେ ସ୍ବାର୍ଥ। ୪।
…………ଜୟ ଜଗନ୍ନାଥ……….
ଶକୁନ୍ତଳା ପରିଡ଼ା, ଗାରୋଇ (ଡାହାଣିଖିଆ) ,ନାଉଗାଁ, ଜଗତସିଂହପୁର
ମୋ-୭୮୫୩୦୧୪୪୪୮
10,243 total views, 1 views today
ସମ୍ପ୍ରର୍କ କବିତା ଟି ବୋହୁତ ଭଲ ହେଇଛି ଶକୁନ୍ତଳା।
Tq
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଦିଦି
When Greek meets Greek then comes the tug of war.