ସମ୍ପର୍କର ଯନ୍ତ୍ର
ନବେ ଦଶକର ସବୁଠୁ ନିଆରା
ଟେଲିଫୋନ ଇଏ ଆମର
କେତେ ପ୍ରେମିକଙ୍କ ସ୍ମୃତିର ଘର ଏ
ସାକ୍ଷୀ ଏ ଅନେକ ପ୍ରେମର।
କଥାକୁ ନିଏ ସେ ବୋହି ବୋହି
କେବେ ହୁଏ ନାହିଁ ହାଲିଆ
ହାଲିଆ ହେଲେ କେମିତି ଚାଲିବ
ପ୍ରେମୀଙ୍କ ଚୁମ୍ବନ ଦିଆନିଆ।
ଦୁଃଖର ଖବର ସୁଖର ଖବର
ସବୁ ଆଣି ଥୋଇଦିଏ
ପ୍ରେମର ଶବଦ ପ୍ରତାରଣା ବାକ୍ୟ
ସବୁ ବାନ୍ଧି ରଖିଥାଏ।।
ଏ ଯନ୍ତ୍ରଟିରେ କେତେ ଯେ ସ୍ମୃତି
ଯୋଡ଼ି ହୋଈକି ରହିଛି
ଯିଏ ଥରେ ୟାକୁ ନିଜର କରିଛି
ଆଉ କି ଭୁଲି ସେ ପାରିଛି।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ