ସମୟ ସ୍ରୋତ
ଆଶା ଅନେକ ଆଜି ସ୍ଵପ୍ନ ଅନେକ,
କିଏ ଯେ ବୁଝିବ ଏ ମନର କୁହୁକ,
ଭବିଷ୍ୟତ ପାଇଁ ଅଛି କେତେ ଆଶା,
ସ୍ଵପ୍ନ ସାକାର ନିମନ୍ତେ ଆପ୍ରାଣ ଚେଷ୍ଟା ।
ବଢିଲାଣି ସମାଜ ଅଗ୍ରଗତି ପଥରେ,
ଚାଲିବାକୁ ହେବ ସମୟ ସ୍ରୋତରେ,
ଜୀବନ ଏଠି ମାଟି କଣ୍ଢେଇଟେ ପରି,
ଭରି ରହିଛି ମାନେ ଆଶା ଅସୁମାରୀ ।
କେବେ ଯେ ଭାଗ୍ୟର ତାଲା ଖୋଲିବ,
ସୁଖର ପାଖୁଡାଟି ଫୁଲରେ ଫୁଟିବ,
ଖୁସିର ମହକ ଆଜି ହୃଦୟ ଛୁଇଁବ,
ଜୀବନରୁ ସବୁ ଦୁଃଖ ଚାଲିଯିବ ।
ଗଗନର ପ୍ରତିଛବି ଆଜି ଜଳରେ ଦିଶୁଛି,
ଦୂର ପାହାଡ ଆଜି ଗଗନ ଛୁଇଁବ କହୁଛି,
ଅସରାଏ ପଥେ ଆଶା ଟିକେ ନେଇ ବଞ୍ଚିଛି,
ସୁଖର ବାଟକୁ ଆକୁଳେ ଅନାଇ ରହିଛି ।
ଇଚ୍ଛା ହୁଏ ଉଡିବାକୁ ଆଜି ବିହଙ୍ଗ ଭଳି,
ଜହ୍ନକୁ ଆକାଶରୁ ଆଣିବି ତୋଳି,
ମନର ଆଶା ଯେ କେବେ ପୂରଣ ହେବ,
ଦୁଃଖ କି ଆଜି ଜୀବନୁ ଦୂରେଇ ଯିବ ।
–ସୌମ୍ୟାଶ୍ରୀ ନାୟକ
ପାପଡାହାଣ୍ଡି, ନବରଙ୍ଗପୁର