ସମୟର ଛାତ ତଳେ
ସମୟର ଛାତ ତଳେ
ଥାକ ଥାକ ରହିଥିବା ଭଙ୍ଗା ଚାଦରକୁଖୋଲିଦେଲେ
ପଢିହୁଏ ମାନବ ସଭ୍ଯତାର ଇତିହାସ
କେବେ ସେ ଯାଯାବର ଥିଲା
ଆଉ ଯାଯାବରରୁ ମନେପଡନ୍ତି ଖୋକା ଭାଇ,
ପ୍ରଶ୍ନ ଉଠେ ମନରେ
ମୁଁ ଯାଯାବର ନୁହେଁ ତ?
ସମୟର ଛାତ ତଳୁ
ଚାଦରଗୁଡାକୁ ଖୋଲି ଝାଡିଦେଲେ
ଅତୀତ ମାଟିର ବାସ୍ନା ଆସେ
ଆସେ ମହୋଞ୍ଜୋଦାରୋର ଝଲକ,
ସିନ୍ଧୁ ସଭ୍ଯତା,
ପଥର ଅସ୍ତ୍ର
ଅନେକ କିଛି।
ପରିସ୍ଥିତିର ଗର୍ଭରୁ ଅନେକ ଦୁଃଖ ଜନ୍ମନ୍ତି
ପୁଣି ଯୌବନ ଲାଭ ହୁଏ
ହୁଏ ମଣିଷର କ୍ରମବିକାଶ
ଏଇତ ଦୁଃଖରୁ ସୁଖ।।
କେ କହେ ଇତିହାସ ପଢିଲେ ନିଦ ଆସେ
ପଚାରୁଛି ସେମାନଙ୍କୁ
କେବେ ଇତିହାସକୁ ନିଜ ସହ ତୋଳି ଦେଖନା
କେବେ ତାକୁ ବି ବୁଝ
ଏ ଚରିତ୍ରମାନଙ୍କୁ ଶୁଣ
କେବେ ସମୟ ଛାତ ତଳ
ସେ ସଫେତ ଚାଦରମାନଙ୍କ ବାସ୍ନା ନିଅ
ଅନୁଭବ କର..।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା