ସମୟର ଖେଳ
ତୃଷା ରେ ମୋହର ଶୁଖିଯାଏ ଗଳା
ମିଳେ ନାହିଁ ଟୋପେ ଜଳ,
ଛାଇ ଟେ ଖୋଜିଲେ କାହୁଁ ଯେ ମିଳିବ
ଏହି ଯେ ସମୟ ଖେଳ।
ଦିନ ଥିଲା ଏଠି ସବୁଜିମା ଭରା
ଜଙ୍ଗଲ ଯେ ରହିଥିଲା,
ଖାଦ୍ୟ ଖାଇବାକୁ ନାନା ଫଳ ମୂଳ
ପ୍ରଚୁର ଯେ ମିଳୁଥିଲା।
ଏଇ ଡାଳ ରୁ ମୁଁ ସେଇ ଡାଳ ବୁଲି
କରୁଥିଲି ବିଚରଣ,
ଭାରି ମନେ ପଡ଼େ ସେଇ ଦିନ ସବୁ
ଲାଗୁଛି ବଡ଼ ଦାରୁଣ।
ହାଏ ରେ ମାନବ ଇଏ କି କରିଲୁ
ନିଜର ସୁବିଧା ପାଇଁ,
ବୃକ୍ଷ ଲତା ସବୁ ଛେଦନ କରି ଯେ
ଜ୍ଞାନୀ ହେଉଛୁ ବୋଲାଇ ?
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର