ସମସ୍ୟାର ସମାଧାନ
●●●●●●●●●●●●●
ପାଣି କାଦୁଅରେ ରାସ୍ତା ସର ସର,
ଭିନ୍ନ ଧାରଣର ଚାଲେ କାରବାର।।
ସଡ଼କ ଆମର ଅତ୍ୟନ୍ତ ସୁନ୍ଦର,
ବର୍ଷା ଦିନେ ସତେ ଲାଗେ ମୋତେ ଡ଼ର।।
ଜନତା ଏଠାରେ ସଚେତନ ନାହିଁ,
ଦୁର୍ନୀତି ବଢୁଛି ସତେ କି ତା’ ପାଇଁ।।
ହନ୍ତସନ୍ତ ଏଠି ବିଚରା ଜନତା,
ନିଜ ସ୍ବାର୍ଥ ପାଇଁ ଲଢେ ରାଜନେତା।।
ଦିଶେ ଆଜି ସମାଜର ନଗ୍ନ ଚିତ୍ର,
ସୁଧାରିବା ପାଇଁ ଖୋଜ ନିଜ ସୂତ୍ର।।
ସମସ୍ୟାର ସମାଧାନ କର ବେଗେ,
ନିଜ ଅଧିକାର ମିଳିବ ଯେ ତେବେ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ