🙏ସମାଲୋଚନା, ଆରୋପ ଏବଂ ପ୍ରତ୍ୟାରୋପ🙏
ପ୍ରତିଦିନ ଖବର କାଗଜର ପୃଷ୍ଠା ଓଲାଟାଇଲେ ସମାଲୋଚନା, ଆରୋପ ଓ ପ୍ରତ୍ୟାରୋପ ଲେଖା ଦୃଷ୍ଟି ଗୋଚର ହୋଇଥାଏ ।ମନରେ ପ୍ରଶ୍ନ ଉଠେ, ଏପରି କଣ ସବୁବେଳେ ଚାଲିଥିବ? ଏହାର ସମାଧାନ କେବେ ହେବ? ଏହାର ଉତ୍ତର ସମସ୍ତଙ୍କ ପାଖରେ ଅଛି । କିନ୍ତୁ ସହଜ ଓ ସରଳ ସମାଧାନର ବାଟ ଆମ ପାଖରେ ରହିଥିଲେ ମଧ୍ୟ ସମାଲୋଚନା, ଆରୋପ ଓ ପ୍ରତ୍ୟାରୋପକୁ ପ୍ରାୟତଃ ଅନେକ ଭଲ ପାଆନ୍ତି । ପାଠକ ମାନେ ମଧ୍ଯ ଏହାକୁ ଖୁବ୍ ମନଦେଇ ଉପଭୋଗ କରିଥାନ୍ତି ଏବଂ ଲେଖକଙ୍କୁ ୱାଟ୍ସଅପ , ଟେଲିଫୋନ ଜରିଆରେ ଧନ୍ୟବାଦ ଜଣାଇଥାନ୍ତି ।
ସମାଲୋଚନା, ଆରୋପ ଓ ପ୍ରତ୍ୟାରୋପ ଦ୍ଵାରା କୌଣସି ବିଷୟର ସମାଧାନ ହୋଇପାରେନାହିଁ ବରମ୍ ବହୁ କ୍ଷେତ୍ରରେ ଏହା ଉଗ୍ର ରୂପ ଧରିଥାଏ । ଏହା ବଦଳରେ ସମାଧାନର ବାଟ କଣ ଏବଂ କିପରି ସମାଧାନ ହୋଇପାରିବ ତାହା ନିଜର ସୁଚିନ୍ତିତ ମତାମତ ଦେଇ ଖବରକାଗଜରେ ପ୍ରକାଶିତ ହେଲେ କିମ୍ବା ଗଣମାଧ୍ୟମ ଦ୍ୱାରା ଜଣାଇଦିଆଗଲେ ଏହା ସମସ୍ତଙ୍କ ପାଇଁ ମଙ୍ଗଳ ହେବ ।
ଅନେକ କ୍ଷେତ୍ରରେ ରାଜନୈତିକ ଫାଇଦା ପାଇଁ ଏହା ବହୁଳ ଭାବରେ ଇଲକ୍ଟ୍ରୋନିକ ଗଣମାଧ୍ୟମରେ ଆୟୋଜନ କରାଯାଇଥାଏ । ସମାଧାନର ବାଟ ଅତ୍ୟନ୍ତ ସିଧାସଳଖ ଥିଲେ ମଧ୍ୟ ସମ୍ବିଧାନ ଅଥବା ଶାସନ କଳର ଅଙ୍କୁଶ ତାହାରି ଦୃଷ୍ଟିକୋଣରୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବାଧା ସୃଷ୍ଟି କରେ । ହୁଏତ ରାଜନୈତିକ ପଣ୍ଡିତମାନେ ବହୁ ଚିନ୍ତାକରି ଠିକ୍ କରିଥିବେ ।
ବର୍ତ୍ତମାନ ସମୟ ଆସିଛି, ପ୍ରତିଟି କ୍ଷେତ୍ରରେ କୌଣସି ବାଦ ବିବାଦ, ଯୁକ୍ତି ତର୍କ, ସମାଲୋଚନାର ଆବଶ୍ୟକତା ନାହିଁ । ଯାହା ବାସ୍ତବ, ସର୍ବ ଗ୍ରହଣୀୟ, ଲୋକାଭିମୁଖୀ ଏବଂ ଲୋକହିତକର ତାହାର ସମାଧାନ କିପରି ହେବ ତାହା ସାର୍ବଜନୀନ କରିବା ଉଚିତ୍ । ଫଳରେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହୋଇପାରିବ ।
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
296 total views, 1 views today
Wonderful Site. Loads of useful info listed here.I’m sending it to some pals ans also sharing in mouth watering.And By natural means, owing to your sweat!
Thanks for the sharing your understanding as well as details its very helpful
and also reasonable.
Fantastic web-site. Numerous beneficial details listed here. I’m sending it to some buddies ans On top of that sharing in scrumptious. Not to mention, many thanks inside your effort!
Howdy! This can be kind of off topic but I need some assistance from a longtime site. Could it be very difficult to set up your own site? I’m not extremely techincal but I’m able to determine matters out rather rapid. I’m considering establishing my very own but I’m unsure the place to begin. Do you have any points or solutions? Thanks
କେବଳ ସମାଲୋଚନା,ଆରୋପ,ପ୍ରତ୍ୟାରୋପ ଦ୍ୱାରା ସମାଜ ଆଗେଇ ପାରିବ ନାହିଁ। ସମାଧାନ ର ସୂତ୍ର ହିଁ କଲ୍ୟାଣ କାରୀ । ଖୁବ୍ ସୁନ୍ଦର ଉପସ୍ଥାପନା