April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଶୀର୍ଷକ- ସାମାଜିକ ଜୀବନରେ ଭଗବଦ୍ ଗୀତାର ମହତ୍ତ୍ୱ–ଶିକ୍ଷୟିତ୍ରୀ- ନୀହାରିକା ପଣ୍ଡା

ସାମାଜିକ ଜୀବନରେ ଭଗବଦ୍ ଗୀତାର ମହତ୍ତ୍ୱ ।

ଭଗବଦ୍ ଗୀତାର ମହତ୍ତ୍ୱ ଲେଖନୀ ମୁନରେ ସୃଷ୍ଟି କଲାବେଳେ କାନ ଉଠିବା ପରଠାରୁ ଶୁଣିଥିବା ସେଇ
ଅମୃତାନୁଭବ ବାଣୀ ଉଙ୍କିମାରେ –

ରୁଚୁ ନରୁଚୁ ଖାଅ ପିତା
ବୁଝ ନବୁଝ ପଢ ଗୀତା ।

ଜୀବନରେ ଯେତେ ଶାସ୍ତ୍ର ଅଧ୍ୟୟନ କଲେ ବି ,ମହାପୁରୁଷମାନଙ୍କ ନୀତିଶିକ୍ଷାର ନୈତିକ ସ୍ରୋତରେ ବାରମ୍ବାର ଅବଗାହନ କଲେ ବି ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ହୁଏ ଯେ ଭଗବଦ୍ ଗୀତା ସଦୃଶ କଲ୍ୟାଣକାରୀ,ଜୀବନ ଗଠନକାରୀ ଗ୍ରନ୍ଥର ସମାନତା ଏ ସଂସାରର ବିଶାଳ, ବିସ୍ତୃତ ବକ୍ଷରେ କେହି ବି ସମକକ୍ଷ ନୁହେଁ ।ଗୀତାରେ ବର୍ଣ୍ଣିତ ଜ୍ଞାନଯୋଗ,ଧ୍ୟାନଯୋଗ,କର୍ମଯୋଗ,ଭକ୍ତିଯୋଗ ସହ ଅନ୍ୟାନ୍ୟ ଅନେକ ସାରସ୍ୱତ ସାଧନାର ଶାନ୍ତିପ୍ରଦ ମାର୍ଗର
ବିଶ୍ଳେଷଣ ଗ୍ରହଣୀୟ । ଯେକୌଣସି
ସାଧନାକୁ ନିଜର ଶ୍ରଦ୍ଧା, ରୁଚି ଏବଂ ଯୋଗ୍ୟତା ଅନୁସାରେ ଆପଣାଇ ନେଲେ ସାଂପ୍ରତିକ ସାମାଜିକ ଜୀବନରେ ଲାଳସା ଲୁଟୁଥିବା ଅଶାନ୍ତ
ହୃଦୟ ସ୍ଥିର, ଶାନ୍ତ ହେବା ପାଇଁ ଗୀତା
ଜ୍ଞାନର ଆବଶ୍ୟକତାର ଯଥେଷ୍ଟ ଉପାଦେୟତା ରହିଛି ଏହା ନିଃସନ୍ଦେହ। ।
ଗୀତାର ମନନ,ଚିନ୍ତନ ଜୀବନ ଗଢିବା ନିମନ୍ତେ ନିହାତି ଆବଶ୍ୟକ ।
ଯେହେତୁ ଗୀତା ଭଗବାନଙ୍କର ଦିବ୍ୟ ବାଣୀ,ମହିମା ଅପ୍ରମିତ।ଉତ୍ତମ ଅଭ୍ୟାସ ବ୍ୟକ୍ତିଗତ, ସାମାଜିକ, ସାଂସ୍କୃତିକ ବିକାଶର ନିର୍ଣ୍ଣାୟକର ଭୂମିକା ନେଇଥାଏ ଗୀତା ଜ୍ଞାନ ।
ସମସ୍ତ ବେଦର ସାରାଂଶ ସଂଗୃହୀତ।
ଗୀତା ଶାସ୍ତ୍ରରେ ଭଗବାନଙ୍କର ଗୁଣ, ସ୍ୱଭାବ, ସ୍ୱରୁପ, ତତ୍ତ୍ୱ, ଜୀବନ ଦର୍ଶନର ଗୁଢ ରହସ୍ୟ, ଉପାସନା ଉପାଦେୟତା,ଆଧ୍ୟାତ୍ମିକତାର ଚେତନା ଶୈଳୀ ସାମାଜିକ ଜୀବନରେ ପଥଭ୍ରଷ୍ଟ,ମନୁଷ୍ୟତ୍ତ୍ୱ ବିହୀନ ,ସ୍ୱାର୍ଥାନ୍ଧ, ନୈତିକତାହୀନସଦ୍ୟ ସମାଜର
ମନୁଷ୍ୟଙ୍କପାଇଁ ସଦୁପଦେଶ ପ୍ରଦାନକାରୀ।ଗୀତା ସର୍ବ ଶାସ୍ତ୍ରମୟୀ।ମହାଭାରତରେ କଥିତ ସ୍ୱୟଂ ଭଗବାନଙ୍କ ମୁଖାରବିନ୍ଦରୁ ନିଃସୃତ
ଶ୍ରେଷ୍ଠତମ ଶାସ୍ତ୍ର ।ସଂସ୍କାର ସଂସ୍କୃତିର
ଆଧାରଶିଳା ।କର୍ତ୍ତବ୍ୟରୂପିଣୀ ତରୀ
ପରେ ବସିବାର ବାସ୍ତବ ବାର୍ତ୍ତାବହ।
ବିବେକଆହୂଲା ମାରିବାର ପ୍ରୟାସ ।
ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନର ବାର୍ତ୍ତା ସହ ସମ୍ବନ୍ଧୀତ ଠିକ୍
ନିମ୍ନମତେ-

ନୈତିକ ସାହସେ ହୋଇଣ ସାହସୀ
କର୍ତ୍ତବ୍ୟରୂପିଣୀ ତରୀ ପରେ ବସି
ବିବେକ ଆହୂଲା ଅବିରତେ ମାର
ହେବ ଯେବେ ଭବ ମହାସିନ୍ଧୁ ପାର।

ଗାୟତ୍ରୀ ଠାରୁ ଶ୍ରେଷ୍ଠ ଏଇ ଗୀତା।ଯିଏ ଗୀତା ଅଧ୍ୟୟନ କରେ ସେ ଭଗବାନଙ୍କର ଅତିପ୍ରିୟ।ଉଦଭ୍ରାନ୍ତ,
ଉଛ୍ଛୃଙ୍ଖଳ ,ପଥଭ୍ରଷ୍ଟ ପଥିକର ପଥଦ୍ରଷ୍ଟା ଗୀତା।ଶ୍ଳୋକରେ ଇଙ୍ଗିତ ଶ୍ରୀକୃଷ୍ଣଙ୍କସିଦ୍ଧାନ୍ତ,ଶୁଦ୍ଧରେ ସଂସ୍କୃତ,ଆଧ୍ୟାତ୍ମିକତା ଆଧାରିତ ।ସୁନ୍ଦର ସୁସ୍ଥ ସମାଜ ଗଠନ ପାଇଁ ଗୀତା ଅଧ୍ୟୟନ ନିହାତି
ଦରକାର ।ମନେପଡେ କେଇଜଣେ
କବିଙ୍କ ମୁଖ ନିଃସୃତ ବାଣୀ-

ତୁମେ ରାମାୟଣ ତୁମେ ପାରାୟଣ
ତୁମେ ଗୀତା ଭାଗବତ ।
ତୁମେ ବର୍ତ୍ତମାନ ତୁମେ ହିଁ ଅତୀତ
ତୁମେ ପୁଣି ଭବିଷ୍ୟତ ।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ।
ମନେପଡେ ଉତ୍କଳ ମଣିଙ୍କ
ସେହି ପୀୟୂଷବର୍ଷିଣୀ ଅମୃତ ନିସ୍ୟନ୍ଦିନୀ ଲେଖନୀ ନିଃସୃତ ବାଣୀ –

ସମାଜେ ନିଜର ନୁହେଁ ନିଜ ମନ
ଇଛାମତେ କାହୁଁ ଚଳିବ ବା ଜନ ?

ସାମାଜିକତାର ବିକାଶ ପାଇଁ ଯେଉଁମାନେ ପରମ ଶ୍ରଦ୍ଧା ଓ ପ୍ରେମ ପରିପୂର୍ଣ୍ଣ ବିଶୁଦ୍ଧାତ୍ମାରେ ନିଜସ୍ୱ ହୃଦୟାନୁରକ୍ତିରେ ଭଗବଦ୍ ଗୀତାକୁ ମନନ କରନ୍ତି ପ୍ରଭୁଙ୍କ ଦିବ୍ୟ ଅନୁଭୂତି
ଲାଭ କରିବାର ସାମର୍ଥ୍ୟ ହାସଲ କରିଥାନ୍ତି ।ଅତଏବ ନିଜ କଲ୍ୟାଣ ଇଛା କରୁଥିବା ନର ନାରୀ ମାନଙ୍କର
ଉଚିତ ଯେ ଭକ୍ତପ୍ରବର ଅର୍ଜୁନଙ୍କ
ଆଦର୍ଶ ସ୍ୱୀକାରୋକ୍ତି ଭିତରେ ଅର୍ଜୁନଙ୍କ ପରି ଦିବ୍ୟ ଗୁଣ ଅର୍ଜ୍ଜନ କରିବା ପାଇଁ ଗୀତା ପରି ପବିତ୍ର ଗ୍ରନ୍ଥର ଶ୍ରବଣ, ମନନ,ଅଧ୍ୟୟନ କରିବା ଉଚିତ୍ ଯଦ୍ୱାରା ସାମାଜିକ
ଜୀବନ ଯାପନର ଧାରା ସୁସଂହତ,
ସୁଗଠିତ ସମ୍ଭାବନା ନିଶ୍ଚିତ। ସାମାଜିକତାର ପରିପୂର୍ଣ୍ଣ ଉପଲବ୍ଧିର
ପରିତୃପ୍ତିରେ ଗୀତା ଜ୍ଞାନ ନିତାନ୍ତ
ପ୍ରୟୋଜନ । ସାମାଜିକତାର ମାଇଲ୍ ଖୁଣ୍ଟ ,ନୈତିକତାର ଆଲୋକବର୍ତ୍ତିକା ହେଉଛି ଗୀତାଶାସ୍ତ୍ର ଯେହେତୁ
ସ୍ୱୟଂଭଗବାନବେଦବ୍ୟାସ କହିଛନ୍ତି-

ଗୀତା ସୁଗୀତା କର୍ତ୍ତବ୍ୟାକିମନ୍ୟୈଃ
ଶାସ୍ତ୍ରସଂଗ୍ରହୈଃ।
ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖପଦ୍ମାଦ୍
ବିନିଃସୃତା।।
ରାକମା, ଭାପୁର, ନୟାଗଡ଼ ।

Loading

One thought on “ଶୀର୍ଷକ- ସାମାଜିକ ଜୀବନରେ ଭଗବଦ୍ ଗୀତାର ମହତ୍ତ୍ୱ–ଶିକ୍ଷୟିତ୍ରୀ- ନୀହାରିକା ପଣ୍ଡା

Leave a Reply

Your email address will not be published. Required fields are marked *