ସଫଳ ଅଭିଯାନ
ତୋଳିଥିଲା ଯିଏ ବିଜୟ ନିଶାଣ
ସର୍ଜନା କରି ମୁକ୍ତିର ଅଭିଯାନ
ସ୍ୱଚ୍ଛ ଭାରତ ସ୍ୱପ୍ନ ଯାହାର
ରଚିଥିଲା ଯିଏ ଅହିଂସା ର ଅଭିସାର।
ଦେଖ ହେ ଜାତିର ପିତା
ଅତୀତ ଶୋଇଛି ବିସ୍ମୃତି ଗର୍ଭେ
ଆଜି ତୁମର ମୁଠାଏ ସ୍ୱପ୍ନ
ନିରୁତା ବାସ୍ତବତା।।
ପଲ୍ଲୀରୁ ସତେ ଦିଲ୍ଲୀ ଯାଏଁ
ସ୍ୱଚ୍ଛ ହୋଇବ ଆମର ଜନ୍ମଭୂମି
କାଶ୍ମୀର ଠାରୁ କୁମାରୀକା ଯାଏଁ
ଗୁଞ୍ଜରୀ ଉଠେ ତୁମ ଆହ୍ୱାନ ର ଅବାହନି।।
ପାଇଖାନା ଠାରୁ ପର୍ଲ୍ୟାମେଣ୍ଟ ଯାଏଁ
ସ୍ପନ୍ଦିତ ହେବ ସ୍ୱଚ୍ଛ ର ଅଭିମନ୍ତ୍ରେ
ମୁଗ୍ଧ ଚେତନା ନବ ଉନ୍ମାଦନା
ଲୁଚକାଳି ଖେଳେ ଆଜିର ଶାସନ ତନ୍ତ୍ରେ।।
କେବେ ଯେ ଏସବୁ ସଫଳ ହେବ
ମନ ତୁଠ ସିନା ସଫାହେଲେ ଆଗ
ଧୋବା ତୁଠ ସଫା ହେବ,
ଗାଁ ପରିମଳ ପ୍ରଦୂଷିତ ରଖି
ଶୁଦ୍ଧ ପର୍ଲ୍ୟାମେଣ୍ଟ ର କିଏବା ସ୍ୱପ୍ନ ଦେଖିବ ।।
ସ୍ମାର୍ଟ ସିଟି ନାଁରେ କେତେ ଯେ ଯୋଜନା
ଶିତ ତାପ ନିୟନ୍ତ୍ରଣ ଘରେ ଜନ୍ମେ
ରାସ୍ତା ପାର୍ଶ୍ଵ ଅଳିଆ ଗଦାରେ
ଧୀରେ ଧୀରେ କାୟା ବିସ୍ତାରେ।।
ଅସ୍ବଛ ମନରେ ସ୍ୱଚ୍ଛ ଭାବନା
ଉଦ୍ରେକ ହେବ କାହୁଁ
ଶସ୍ତା ରାଜନୀତି ପଙ୍କିଳ ପଥରେ
ଆମେସବୁ ଗୋଡ଼ ଟଣାଟଣି ହୋଇ
କଙ୍କଡା ପ୍ରକୃତିର ପରିଚୟ ଦେଉ।।
ଝାଡୁଟିଏ ଧରି କ୍ୟାମେରା ଆଗରେ
ଅପୂର୍ବ ଠାଣିରେ ବୀର ଦର୍ପରେ ଉଭହେଲେ
ସଫଳ ହେବକି ସ୍ୱଚ୍ଛ ଅଭିଯାନ
ଯଦି ଏମିତି ବରଷ ବରଷ ଚାଲେ।।
ମନରୁ ଅସନା ତେଜି
ଉଚ୍ଚାରଣେ ସ୍ୱଚ୍ଛତା ର ମନ୍ତ୍ର ଜପିଲେ
ସୁସ୍ଥ ଭାରତ ସମ୍ଭବ ହୋଇବ
ହେବ ଅଭିଯାନ ସଫଳ।।
ସ୍ୱପ୍ନାମଞ୍ଜରୀ ପାଢ଼ୀ
ଯୁକ୍ତ-୩ ତୃତୀୟ ବର୍ଷ (ପଦାର୍ଥ ବିଜ୍ଞାନ ସମ୍ମାନ)
ଭଦ୍ରକ ସ୍ୱୟଂ ଶାଶିତ ମହାବିଦ୍ୟାଳୟ
ଏଠି କେବଳ ଯୋଜନା ଖୁବ୍ ଭଲ, କିନ୍ତୁ କାର୍ଯ୍ୟ କାରିତା ତର୍ଜମା ନାହିଁ, ସବୁ ଲୋକ ଦେଖାଣିଆ । ଖୁବ୍ ସୁନ୍ଦର ବର୍ଣ୍ଣନା ହୋଇଛି ଏ କବିତା ।