ସାଧାରଣତନ୍ତ୍ର ଦିବସ
****************
ସ୍ୱାଧୀନତା ପରେ ଭାରତବାସୀ ଯେ
ଚାହିଁଲେ କିଛି ନୂତନ,
ହରଷ ଚିତ୍ତରେ ଭାରତ ଗଢ଼ିଲା
ଗଣତନ୍ତ୍ର ର ଶାସନ।
ଜାନୁଆରୀ ମାସ ଛବିଶି ତାରିଖ
ସ୍ମରଣୀୟ ଏହି ଦିନ,
ସମ୍ବିଧାନ ଆମ କାର୍ଯ୍ୟକାରୀ ହେଲା
ଏହି ଦିବସ ରେ ଜାଣ।
ଆମ୍ବେଦକର ଙ୍କ ଚେଷ୍ଟା ରେ ପ୍ରତିଷ୍ଠା
ହୋଇଲା ଯେ ସମ୍ବିଧାନ,
ଧର୍ମ, ବର୍ଣ୍ଣ, ଓ ଭାଷା ନିର୍ବିଶେଷରେ
ହୋଇଲେ ସର୍ବେ ସମାନ।
ଏକ ସୁତ୍ର ରେ ବାନ୍ଧି ହୋଇଛେ ସର୍ବେ
ଆମେ ଭାଇ ଓ ଭଉଣୀ,
ଏହି ଦେଶ ପାଇଁ କାର୍ଯ୍ୟ କରିଯିବା
ସତ କରିବା କାହାଣୀ।
ସାର୍ବଭୌମ ନାମ ଅଟେ ଏହି ରାଷ୍ଟ୍ର
ବିଶ୍ଵେ ଅତି ପରିଚିତ,
ଗୋଟିଏ ହାର ର ପୁଷ୍ପ ସଦୃଶ ଯେ
ଜାଣିଛି ସାରା ଜଗତ।
ଆସ ମୋର ଭାଇ ଆସ ହେ ଭଉଣୀ
ଶପଥ ସଭିଏଁ ନେବା,
ଦେଶ ପାଇଁ ଭଲ କାର୍ଯ୍ୟ କରି ଆମେ
ସୁପଥ ରେ ଆଗେଇବା।
ସୁଶ୍ରୀ ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର