ଚୋରା ପ୍ରୀତି💖
ସ୍ରୋତସ୍ବିନୀ ପରିଡା
………………………………………………..
ଆସକ୍ତି, ଆଶଙ୍କା ଅପାଶୋରା ପ୍ରେମ
ହୃଦୟକୁ ଦୁଃଖ ଦିଏ
ତୁମ ଚୋରା ପ୍ରୀତି ଅଦିନ ଅତିଥି
ମନତଳେ ଲୁଚି ଥାଏ
ମନେପଡ ଯେବେ ଲୁହ ଆସେ ବୋହି
ଓଠେ ଭରିଯାଏ ହସ
ଏମିତି ସମୟ ବିତିଯିବ ଦିନେ
ରହିବନି ଅବଶୋଷ
କିଛି କିଛି କ୍ଷଣ ଉନ୍ମାଦ ଭରାଇ
ଥରାଇ ଦିଏ ସେ ଛାତି
ସ୍ବପ୍ନରେ ହେଉ ବି ଆସ ପ୍ରିୟତମ
ଅପେକ୍ଷା ର କର ଇତି।
ସ୍ରୋତସ୍ବିନୀ ପରିଡା
293 total views, 1 views today