*ଶବ୍ଦ ଫନ୍ଦି*
ଶବ୍ଦ ସମାହାରେ ଶବ୍ଦକୋଷ ଟିଏ
ଲେଖନୀ ଜାଗ୍ରତ ହୁଏ
ସୁସଜ୍ଜିତ ଶବ୍ଦ ଏକାଠି ଗୁନ୍ଥିଲେ
ବିଶେଷଜ୍ଞ ରୂପ ନିଏ।
ଶବ୍ଦ ସମ୍ଭାରରେ ଲିପିବଦ୍ଧ ସିନା
ଜୀବନ ଅଲେଖା ପୃଷ୍ଠା
ଦୁଃଖର ସାଥୀ ବି ସୁଖର ସାରଥୀ
ସୃଜନଶୀଳତା ନିଷ୍ଠା ।
ଶବ୍ଦର ଆଶ୍ରିତ ଜୀବନ ସଙ୍ଗୀତ
କଳାକାର କଳା କଥା
ଭିତ୍ତିପ୍ରସ୍ତର ଯା’ ଅତି ଦମ୍ ଦାର
ସଂପର୍କ ଅଛିଣ୍ଡା ସୂତା।
ପ୍ରିୟ ଶବ୍ଦମାନେ ପ୍ରତିବମ୍ବ ମନେ
ବଚନେକା ଦରିଦ୍ରତା
ଶବ୍ଦର ଅନେକ ବିଚିତ୍ର ବିସ୍ମୟ
କାରୁକାର୍ଯ୍ୟ କୁଶଳତା।
ଓଁକାର ଶବଦ ଭକ୍ତିର ସଉଧ
ଧରମ ଧାବିତ ନିଶା
ଗୋଟିଏ ଶବ୍ଦରେ 2020
“ମହାମାରୀ” ପରିଭାଷା ।
ସେବା ସ୍ୱାଭିମାନ ସ୍ୱଭାବ ଶୁଦ୍ଧତା
ଶବ୍ଦ ଧାରା ଅଙ୍କକଷା
ଯେଉଁଠି ଖୋଜିବ ସେଇଠି ପାଇବ
ଶବ୍ଦ ଫନ୍ଦି ଫାଶ ଦିଶା।