ଶବକୁ ନ ମିଳେ ଶୋକ (ସଜଲ)

ଅସ୍ଥିର ପଥ , ଅଧୀର ରଥ , ଶବକୁ ନ ମିଳେ ଶୋକ
କାହାକୁ କହି ଜୀବନ ଦେଇ , ଯିବ ଯେ ପରଲୋକ ।

ଅଧରୁ କ୍ଷୀର , ଆଖିରୁ ନୀର , ମୁହଁରେ ନାହିଁ  ହସ
କେମିତି କିଏ ପାଖରେ ବସି , ଭରିଦେବ ଯେ ଶ୍ୱାସ
ଦୁର୍ବଳ ଛାତି , ଅଲିଭା ତାତି , ଲୁଚି ପାରେନା ଦୁଃଖ
କାହାକୁ କହି ଜୀବନ ଦେଇ, ଯିବ ଯେ ପରଲୋକ ।

ଅସୁସ୍ଥ ହାତ , ଅଭାବୀ ଭାତ , ସବୁଠି ହାହାକାର
ଜାଣି ହୁଏନା ନିଜ ଲୋକକୁ , ନିଜର କିଏ ପର l

ଚାରୋଟି କାନ୍ଧ , ଚାରି କାଠ , ବହୁତ୍ ଏଠି ଉଣା
ବଞ୍ଚି ରହିବା ସନ୍ଦେହ ଏବେ , ଚାଲୁନି ବିକା କିଣା
ଅହିତ କଥା , ସହିତ ବ୍ୟଥା , ନଇଁ ଯାଉଚି ମୁଖ
ଅସ୍ଥିର ପଥ, ଅଧୀର ରଥ, ଶବକୁ ନମିଳେ ଶୋକ ।

ଯାହାବି ହେଉ ,ସଫଳ ହେଉ , ମିଳୁ ତ ସ୍ଵର୍ଗଦ୍ଵାର
ଅସୁସ୍ଥ ହାତ , ଅଭାବୀ ଭାତ, ସବୁଠି ହାହାକାର ।

ଭାଗିରଥୀ ବେହେରା,

ସମ୍ପାଦକ ଗଞ୍ଜାମର କବିତା ଘର
ମାଳି ସାହି , ବାରିବନ୍ଧ , ଆଙ୍କୁଲି
ଗଞ୍ଜାମ 760010
ମୋ 8280223644

Leave a Reply

Your email address will not be published. Required fields are marked *