ରକତେ ଲେଖିବି ତୁମ ନାଆ
ତୃପ୍ତି ରାଣୀ ପାତ୍ର
ମାଆ ନାମେ ତୁମେ ହୋଇଅଛ ଧନ୍ୟା
ଦେଇ ମାତୃତ୍ବଧିକାର ,
ତ୍ରିଭୁବନେ ଚିର ପୂଜ୍ୟା ଅନନ୍ୟା
କୋଟି ସମ୍ମାନ ତୁମର ।
ସ୍ୱର୍ଗଠୁ ଉଚ୍ଚ ସାଗରରୁ ଗଭୀର
ମମତା ପ୍ରୀତି ଆକର,
ସମ୍ଭୂତ ସମ୍ଭବ ସମ୍ଭ୍ରାନ୍ତ ସମ୍ଭାର
କଳନା ନାହିଁ ତାହାର ।
ଦୁଃଖ ବିପଦରେ ତୁମେ ବତିଘର
ସୁଖେ ସନ୍ତାନ ସମ୍ପଦ,
ଅନନ୍ତ ଅସୀମ ଧୈର୍ଯ୍ୟ ବିଶ୍ୱାସର
ତେଜଦୀପ୍ତ ଭରା ଦୀପ ।
ଚିର ପୂଜ୍ୟଷ୍ପଦ ଏ ଭୂମଣ୍ଡଳର
ସାଥେ ଥାଅ ହୋଇ ସଖା,
ତୁମେତ ଜୀବନ୍ତ ଆଦ୍ୟ ଗୁରୁମାତା
ଦେଇଥାଅ ହେ ସୁରକ୍ଷା ।
ତୁମେ ଶକ୍ତିମୟୀ ଈଶ୍ୱର ତନୟା
ବର୍ଣ୍ଣି ପାରୁନାହିଁ ତାହା,
ରକତେ ଲେଖିବି ତୁମନାମ ମାଆ
ହୃଦପଟା ପରେ ଏହା ।
ବଞ୍ଚିବାରେ ତୁମେ ସାହା ହୁଅ ସଦା
ଅଧୁନା ଏ ଜଗତରେ,
ତୁମର ସମ୍ପର୍କ ଶକତି ସମୀହା
ଯଥାଯୋଗ୍ୟ କରିବାରେ ।
ସହଦେବଖୁଣ୍ଟା ,ବାଲେଶ୍ଵର