ରକ୍ତାକ୍ତ ଦେହ
ଜଗଦୀଶ ଶତପଥୀ
ଗୋଟେ ରକ୍ତାକ୍ତ ଦେହ !
ସଵୁ ଦେଇପାରେ।
ଦେଇପାରେ,
ବାଉନ ଵାଟୀର ଚାଷ।
ଛପନ ଭୋଗ ର ବାସ।
ଛିଣ୍ଡା ମସିଣା ରେ ଶୋଇପାରେ,
ରକ୍ତାକ୍ତ ପୃଥିବୀ।
ଗୋଟେ ଉପରକୁ ଉଠୁଥିବା ହାତ
ଦେଇପାରେ,ହିଟଲରୀ ଶାସନ।
ମଣିଷ କୁ ମେଣ୍ଢା କରି ରଖିପାରେ
ତା ଅଗଣା ରେ।
ଅସ୍ପଷ୍ଟ ଅନ୍ଧାର ରେ ମାରିପାରେ
ଶବ୍ଦ ଭେଦି ବାଣ।
ମାରିପାରେ, ଶ୍ରବଣ କୁମାର।
ଗୋଟେ ରକ୍ତାକ୍ତ ଦେହ !
ପଢିପାରେ, ଜୀବନ ଭଗ୍ନାଂଶ।
ପିଇପାରେ ,ସମୁଦ୍ର ର ବିଷ।
ଲେଖିପାରେ, ଗୁପ୍ତ ଇତିହାସ।
ଦେଖିପାରେ, ମଣିଷ ର ଶୋଷ।
ଧର୍ମଶାଳା। ଯାଜପୁର।