ରକ୍ତ ଦିଅ ମୋତେ
ରକ୍ତଦିଅ ମୋତେ ଆହେଦେଶ ଭକ୍ତେ
ମୁକ୍ତି ଚାହଁ ଯେବେ ଜନନୀ ପାଇଁ,
ଶକ୍ତି କିବା ତବ ରହିଛି ଅଭାବ
ନୀରବେ କିପାଇଁ ରହିଛ ଚାହିଁ।
ଦରିଆ ସେପାରି ଫିରିଙ୍ଗି ବେପାରୀ
କୁଟ ପଣେ ଲୁଟି ନେଲେଣି ଦେଶ,
କରେ ଅତ୍ୟାଚାର ଅନୀତି ଆଚାର
ଭ୍ରଷ୍ଟ ପଣେ ନଷ୍ଟ କରି ବିଶେଷ,
ଗୋରାଙ୍କୁ ମନାଇ ମାଗିବା କିପାଇଁ
ମୁକ୍ତି ଭିକ୍ଷା କୋଟି ସନ୍ତାନ ଥାଇ?
ରକ୍ତଦିଅ ମୋତେ ଆହେ ଦେଶଭକ୍ତେ
ମୁକ୍ତି ଚାହଁ ଯେବେ ଜନନୀ ପାଇଁ।
ବିଶାଳ ଏ ଦେଶ ବିଭିନ୍ନତା ଦୋଷ
ଛାଡ଼ ଉଡ଼ି ଯିବେ ଫିରିଙ୍ଗି ଜାତି,
ଏକାଠି ଫୁଙ୍କିଲେ ଅଣଚାଶେ ଭଲେ
ଛାଡ଼ିବେ ଭାରତ କରିବେ ଭୀତି।
ବିଦେଶରେ ରହି ବିବିଧେ ମନାଇ
ଗଢିଲେ ଆଜାଦ ହିନ୍ଦ୍ ଫଉଜ,
ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଡାକେ
ଚଳିଲା ଉଡ଼ାଇ ରଣର ଧ୍ୱଜ,
ଶଙ୍କିଲା ଫିରିଙ୍ଗି ଅଣ୍ଟା ଗଲା ଭାଙ୍ଗି
ଭାଳେ ଯାଚି ଦେବ ମୁକତି ଯହିଁ,
ଶକ୍ତି କିବା ତବ ରହିଛି ଅଭାବ
ମୁକ୍ତି ଚାହଁ ଯେବେ ଜନନୀ ପାଇଁ।
ଅଧା ବାଟ ଗଲ ବାଧା କି ପଇଲ
ଅଦୃଶ ହୋଇଲ ନ ଦେଲ ଦେଖା,
ହେ ବୀର ନେତାଜୀ କାହିଁ ଗଲ ହଜି
ଭାରତ ଜନତା କରେ ପ୍ରତୀକ୍ଷା!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ