ମଲାନଈ
ଶାନ୍ତ ଶୀତଳ କାନ୍ତ କୋମଳ ଯାର କୋଳ
ଚିର ଚିନ୍ମୟ ଦେଶ ଅଟେ ସଦା ନିର୍ମଳ
ସାଗର ଧୁଅଇ ପଦ ପଙ୍କଜ ଯାହାର
ବକ୍ଷରେ ସ୍ଥିତ ବିଶାଳ ଗିରି ପ୍ରାଚୀର
କୋଳରେ ତାହାର ଦେଇଛି ଜନମ
ଅସଂଖ୍ୟ ବୀର ସନ୍ତାନ ଶତ ସିଂହ ସମ
ଆଜିବି ଏଠାରେ ଅସଂଖ୍ୟ ଶକ୍ତି ନିଶାରେ ମରନ୍ତି
ଦେଶର ଭାରକୁ ବୋହିବା ବେଳେ ଚିତାରେ ଜଳନ୍ତି ||
ଆଜିବି ଭାରତ ପ୍ରଗତି ରୂପକ ଶୋଷ ମେଣ୍ଟାଇବାକୁ ଚାହୁଁଛି
ହେଲେ ଯୁବ ଶକ୍ତି ରୂପକ ବିଶାଳ ଦରିଆ ଆଜି ମଲାନଈ ସାଜିଛି ||
ମଲା ନଈଟେ ଯେପରି ପ୍ରାଣୀର
କୌଣସି କାର୍ଯ୍ୟେ ଆସେ ନାହିଁ,
ମୋ ଦେଶର ଯୁବ ଶକ୍ତି ଆଜି
ଦେଶରେ ହିତରେ ଲାଗେ ନାହିଁ ||
ହୃଦୟ ରଞ୍ଜନ ପରିଡ଼ା
ସୁନାପାଳ, ବିଂଝାରପୁର, ଯାଜପୁର
ଚମତ୍କାର ♥️