#ମଲା_ନଈ
ଜୀବନକୁ ଯେବେ ଆସିଥିଲ ତୁମେ
ଭରିଦେଇଥିଲ ଅମାପ ଖୁସି
ରଙ୍ଗହୀନ ଜୀବନେ ରଙ୍ଗ ଟୋପେ ବୋଳି
ସାଜିଯାଇଥିଲ ସ୍ୱତନ୍ତ୍ର ଅତିଥି
ମୋ ଜୀବନଟା ଉତଫୁଲିତ ନଈ ପରି
ଉଛୁଳି ଉଛୁଳି କରୁଥିଲା ତୁମ ପ୍ରେମକୁ ଅନୁଭବ
କିନ୍ତୁ ଆଜି ମୋ ଜୀବନ ମଲାନଈ ପରି
ସବୁ ଲୁହ ପିଇଯାଏ ହସି ହସି | ୧ |
ସେହି ସନ୍ଧ୍ୟା ବେଳୁଆ ନଈ କୂଳେ ସାକ୍ଷାତ
ନଈ ପାଣିରେ ତତେ ଓଦା କରିବାର ସେ ମଜା
ଆମ୍ବ ଖାଇବାକୁ ଦିଏନି ବୋଲି ତୋର ଅଭିମାନ
ନଈ ବାଲିରେ ଆମ ପ୍ରେମର ଘର ତିଆରିର ଇଚ୍ଛା
ସବୁକିଛି ଭୁଲିଯାଇ ମତେ ଏକା କରିଦେଲୁ
ନଈକୁ ଯିବୁ ବୋଲି କେତେ ଗୋଡ଼ କଚାଡୁଥିଲୁ
ସେ ମିଛି ମିଛିକା ସାଧବପୁଅ, ସାଧବବୋହୁ
ଆଜି ପ୍ରହସନର ରୂପ ନେଇଗଲା | ୨ |
ଆଜି ମୁଁ ଅଛି ଆଉ ସାକ୍ଷୀ ଅଛି ଏଇ ନଈ
କିନ୍ତୁ ତୁ ନାହୁଁ କି ଏ ନଈରେ ପାଣି ନାହିଁ
ତୋ ବିନା ମୋ ଜୀବନ ବି ଏଇ ମଲା ନଈ ପରି
କେବଳ ତୋ ଅନୁପସ୍ଥିତି କୁ ଅନୁଭବ କରୁଛି
ତୁ ପୁଣି ଥରେ ଫେରିବୁ ବୋଲି ମୁଁ ଭାବୁଛି |୩|
ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଜାରକା, ଯାଜପୁର
ବହୁତ ସୁନ୍ଦର
ଧନ୍ୟବାଦ
ଖୁବ୍ ସୁନ୍ଦର୍ ସବଦ ସଂଯୋଜନା
ଧନ୍ୟବାଦ
ଅତି ଚମତ୍କାର କବିତା
ଧନ୍ୟବାଦ