ଜୀବନ ଏକ ମଲା ନଈ
🐚🐚🐚🐚🐚🐚🐚
ଭଗ୍ନ ଖଜୁରାହୋ ର
ନଗ୍ନ ମୋହିନୀ ମୂର୍ତ୍ତିରେ
ପ୍ରାକ୍ତନ ମୁଁ,
ଅସ୍ପଷ୍ଟ ଛାଇ……
ଜୀବନ ଏକ ମଲା ନଈ….
ନା ଆଦିମ,
ନା ଶତରୂପା,
ନା ନିଷିଦ୍ଧ ଫଳର
ଭାଗ୍ୟଫଳ,
ତଥାପି ବିବଶତା ରେ କହେ
ନା ଫଳ – ଫୁଲ ଭର୍ତ୍ତି ଝୁଡି
ନା ମୃଗଛାଲର ନରମ ବସ୍ତ୍ର
ନା ଶାମୁକାରେ ତିଆରି ହାର
ଦରଦୀ ହୃଦୟ ଟିଏ ଛଡା
ନାହିଁ ପ୍ରେମ ର ଅନ୍ୟ କିଛି ଉପହାର
ବାସ ଏତିକି ତ ଥିଲା
ପୃଥିବୀ ର ପ୍ରଥମ ପ୍ରେମ କାହାଣୀ ପାଇଁ…..
ହଁ ତେଣୁ
ଜୀବନ ଏକ ମଲା ନଈ……
ଜୁଇ ରୁ ପୋଡା ଶବର ବାସ୍ନା
ପିଣ୍ଡ ରୁ ପ୍ରାଣ ର ଅନ୍ତର୍ଦ୍ଧlନ
ଗାଁ ଶେଷ ମୁଣ୍ଡର
ଶିମୁଳି ଗଛରେ ଝୁଲୁଥିବା
ଶେଷ ନିଶ୍ୱାସ ର ଶେଷ ସାକ୍ଷୀ
ଶୁଭେ ସ୍ପଷ୍ଟତର
କାହାକୁ ଦିଏ ସେ ଦ୍ୱାହି…
ଜୀବନ ଏକ ମଲା ନଈ……
ରେଗିସ୍ତାନ ର ତତା ବାଲିରେ
ପଡୁଥିବା ପାଦ
ମରୀଚିକା ରେ ଖୋଜୁଥିବା ପାଣି
ଜହ୍ନ ରେ କଳା ଦାଗ
ବାସ୍ନା ହୀନ ପଲାଶ ଫୁଲର ରକ୍ତିମ ଚାହାଣୀ
ରଚେ କିମ୍ବଦନ୍ତୀ
ଆଗାମୀ ପାଇଁ ଯୁଇ….
ଜୀବନ ଏକ ମଲା ନଈ……
ବୁଢ଼ୀ ଅସୁରୁଣୀ ର
ଭେଣ୍ଡାକୁ ମେଣ୍ଢା କରୁଥିବା
କଳା ମଲ୍ଲୀ,
ଆଉ ସାତତାଳ ପାଣିର
ସାତ ଫରୁଆ ଭିତରେ ଥିବା
କଲା ମସ୍ ମସ୍ ଭଅଁର ଭିତରେ ଥିବା
ରାଜ କୁମାରର ଜୀବନ
କହ?
କାହାଣୀ ନା ବାସ୍ତବ ଜୀବନ!!!!??
ଉତ୍ତର ପାଇଁ
ଅୟୁତ ବର୍ଷରୁ ଅପେକ୍ଷାରେ ମୁହିଁ…..
ତମେବି କହିବନି ତ????
ଜୀବନ ଏକ ମଲା ନଈ…….
🐚🐚🐚🐚🐚🐚🐚🐚🐚🐚🐚
ଜିନାତମାମ୍ ଦର୍ଜୀ
ବରଗଡ଼
Wow , heart’touch poetry