April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ରହସ୍ୟ କୋଠାରୀ – ସବିତା ପଟ୍ଟନାୟକ 

 ରହସ୍ୟ କୋଠାରୀ 

 

ସୂର୍ଯ୍ୟୋଦୟ ର ସୁନେଲି କିରଣ  ଛପର ଘର କୁ ଛୁଇଁ  ଯେବେ  ପ୍ରତିବିମ୍ବିତ ହୁଏ ଆଲୋକ ର ରଶ୍ମି , ସେବେ ସେବେ ସକାଳ ର ପହିଲି ଦୃଶ୍ୟ ଉଇଁ ଆସେ ସମସ୍ତ ଙ୍କ ଆଖି ସାମ୍ନା କୁ l ଏ କିପରି  ଅଲୌକିକ ଶକ୍ତି ଭଳି ମନେ ହେଲେ ମଧ୍ୟ  ବିଶ୍ଵାସ ହୁଏ ନାହିଁ l ଏ କଥା ପ୍ରତ୍ୟେକ ପ୍ରବାସୀ ଙ୍କ ମୁହଁ ରୁ ଶୁଣାଯାଏ l

 

ସମୁଦ୍ର ମଝିରେ ଏକ ଛୋଟ ଦୀପ ଯାହା ବିଛିନ୍ନ ହୋଇଯାଇଛି କାଳକ୍ରମେ ଜନବସତି ସ୍ଥାନ ଠାରୁ l

ବିଶ୍ଵାସ କରନ୍ତି କି ସେ ଦୀପ କୁ ଯିଏ ଯାଏ ଆଉ ଫେରେ ନାହିଁ    l ସେ ଦୀପ ଉପରେ ଦେଇ ମଧ୍ୟ କୌଣସି ବାୟୁବାହିତ  ଯାନ ଯାତାୟତ କରିପାରେ ନାହିଁ l

ଦୀପ ର ରହସ୍ୟ କେହି କେବେ ବାହାର କରି ପାରିନାହାନ୍ତି l

ଶିବ ବାବୁ ଯିଏ ଜଣେ ବୈଜ୍ଞାନିକ  ସିଏ ଇଚ୍ଛା କଲେ ସେ ଦୀପ ଉପରେ ରିସର୍ଚ କାମ ଆରମ୍ଭ କରିବେ l ହେଲେ ଦୀପ ଉପରେ ରିସର୍ଚ୍ କଲେ ତାଙ୍କୁ ଶେଷ ରେ ତ ଯିବାକୁ ପଡିବ ଫିଲ୍ଡ କାମ ପାଇଁ l ସେ କାମ ଆରମ୍ଭ କରିବା ପୂର୍ବରୁ କିଛି ରିଭ୍ୟୁ ପେପର୍  ପଢି ଦୀପ ବିଷୟ ରେ ଜାଣିବାକୁ ଖୋଜିବାକୁ ଆରମ୍ଭ କଲେ l

ହେଲେ ଆଶ୍ଚର୍ଯ୍ୟ କଥା କିଛି ବି ମିଳିଲାନି l ବହୁତ୍ ଖୋଜା ଖୋଜି କଲା ପରେ ଦେଖିଲେ ଗୋଟିଏ ପେପର୍ ଯେଉଁଥିରେ  ସେହି ଦୀପର ଗୋଟିଏ କୋଠାରୀ ବିଷୟ ରେ କିଛି ଲେଖା ଅଛି କିନ୍ତୁ ସେ ଲେଖା ଅଳ୍ପ ଥିଲା l

ଏତିକି ଦେଖି ତାଙ୍କ ଆଗ୍ରହ ଆହୁରି ବଢିବାକୁ ଲାଗିଲା l ସିଏ ତାଙ୍କ ମା ଙ୍କୁ ଏକଥା କହିଲେ ଆଉ ସେ ଦୀପ କୁ ଯାଇ ତାଙ୍କ ରିସର୍ଚ୍ କାମ ଆରମ୍ଭ କରିବେ ବୋଲି କହିଲେ l ହେଲେ ତାଙ୍କ ମା ତାଙ୍କୁ ମନା କଲେ l ମନା କରିବାର କାରଣ ଶିବ ବାବୁ ଙ୍କ ବାପା ଯିଏ ଜଣେ ଭୂତତ୍ଵବିଦ ଥିଲେ l ଏଇ ରିସର୍ଚ୍ଚ କାମରେ ଯାଇ ଆଉ ଫେରି ନଥିଲେ କି ତାଙ୍କ ଖୋଜ ଖବର କିଛି ମିଳିନଥିଲା l ଯାହାଙ୍କୁ ମୃତ ଘୋଷଣା କରା ଯାଇଥିଲା l  ହେଲେ ଶିବ ବାବୁ ମା ଙ୍କୁ ବୁଝେଇ ସେଠାକୁ ଯିବାକୁ ନିଷ୍ପତ୍ତି ନେଲେ l

ସେ ସ୍ଥାନ କୁ ଯିବାକୁ ସାଙ୍ଗରେ ଦୁଇ ଜଣ ଙ୍କୁ ନେଇ ଶିବ ବାବୁ ବାହାରିଲେ l ସେମାନେ ଜଳ ଜାହାଜ ସାହାଯ୍ୟ ରେ ଯିବାକୁ ସ୍ଥିର କଲେ l

ଦୀପ କୁ ଯାତ୍ରା ଆରମ୍ଭ ହେଲା  l ଦୁଇ ମାସ ବିତିଯାଇଥିଲା ସେଇ ଦୀପର ନିକଟତର  ହେବାକୁ l କିଛି ଦୂରରୁ  ଲକ୍ଷ୍ୟ କଲେ ଜଣା ଯାଉଥିଲା ଚାରିଆଡ଼େ ଖାଲି ହାଡ ଓ ରକ୍ତ ଛିଟା l ଏସବୁ ଦେଖି ସେମାନେ ଦୀପ ମଧ୍ୟ କୁ ନଯାଇ ଦୁଇ ଦିନ ଅନୁଧ୍ୟାନ କଲେ ପ୍ରକୃତ ରେ ସେଠାରେ ଘଟୁଛି କଣ  l

ଶିବ ବାବୁ ଦେଖିଲେ କିଛି  ଗଛ ଅଛି ଉପକୁଳ ରେ ଯାହା ମଣିଷ ଙ୍କୁ ଖାଇ ଦିଏ ଯାହାକୁ କୁହନ୍ତି ମ୍ୟାନ୍ ଇଟିଙ୍ଗ ପ୍ଲାଣ୍ଟ  l ସେମାନେ ସେ ଦିଗରେ ନଯାଇ ଅନ୍ୟ ଦିଗରେ ଗଲେ l ବୁଦ୍ଧି କୌଶଳ ଦ୍ଵାରା ସେଠାରେ ପ୍ରବେଶ କରିଗଲେ  ସିନା ସେ ଘର କୁ ଖୋଜି ପାଇଲେନି l ହତାଶ ହୋଇ ଗୋଟେ ଗଛ ତଳେ ବସିଥାନ୍ତି l ରାତି ସାରା ଅନିଦ୍ରା ହୋଇ ନୀରବ ରେ ବିଶ୍ରାମ ନେଉଛନ୍ତି  ଦେଖିଲେ  ସୂର୍ଯ୍ୟକିରଣ ର ଗୋଟିଏ ରଶ୍ମି ଟିକେ ଦୂରରେ ଥିବା ଛପର ଘରେ ପଡି ସଙ୍ଗେ ସଙ୍ଗେ ଚାରିଆଡ଼େ ଆଲୋକିତ ହୋଇଗଲା l ଏସବୁ ଦେଖି ଶିବ ବାବୁ ସେ ଘର ପାଖକୁ ଯାଇ ଦେଖିଲେ  ଛପର ଟି ରେ ଆଲୁଅ ପଡି ଚାରିଆଡ଼େ ଖେଳି ଯାଇଛି l  କିଛି ସମୟ ପରେ ଦେଖିଲେ ସେଥିରେ ବୈଜ୍ଞାନିକ କୌଶଳ ରେ କିଛି ପଦାର୍ଥ ଖଞ୍ଜା ହୋଇଛି ଯାହା ଗୋଟିଏ ରଶ୍ମି ରେଖା କୁ ତିନି ଗୁଣିତ କରୁଛି l ତାପରେ ସେ ଭିତର କୁ ଯିବାକୁ ଗୋଟିଏ ଦ୍ଵାର ଦେଖାଗଲା l ସେ ଦ୍ଵାର ରେ ମ୍ୟାଗ୍ନେଟିକ୍ ଶକ୍ତି ଥିଲା ଯାହା ଚୁମ୍ବକୀୟ ବସ୍ତୁ କୁ ଭିତର କୁ ନେଇପାରେ l ଏହା ଜାଣି ପାରି ଶିବ ବାବୁ ସେହି କୌଶଳ ରେ ଭିତର କୁ ପ୍ରବେଶ କରିଗଲେ ହେଲେ ତାହା ପରେ ଯାହା ଦେଖିଲେ ସେ ନିଜେ ମଧ୍ୟ ବିଶ୍ଵାସ କଲେ ନାହିଁ l ସେ ଦେଖିଲେ ଜଣେ ବୃଦ୍ଧ  ବ୍ୟକ୍ତି ବସିଛନ୍ତି  l  ଶିବ ବାବୁ ଏଠି କେମିତି ବୋଲି ପ୍ରଶ୍ନ କଲେ l  ତାପରେ ରାମ ବାବୁ କହିଲେ ଏ ଘର କେବଳ ଗୋଟେ ଘର ନୁହଁ  l ମୁଁ ବହୁ ବର୍ଷ ରୁ ଏଠି ବନ୍ଦି ବାହାରିପାରୁ ନାହିଁ l ଗୋଟେ ପ୍ରକାର ଔଷଧ ଅଛି ଯାହା ବର୍ଷ ବର୍ଷ ବିନା ଖାଦ୍ୟ ରେ ବଞ୍ଚାଇ ରଖିଛି ମୋତେ l ନହେଲେ ତ

” କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ ନିର୍ମିତ ହୋଇଥିଵା ଏହି କୋଠରୀର ଵିଶେଷତା ହେଉଛି ଯେ ଏହି କୋଠରୀ -୨୦ Decibel ତୀଵ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ମଧ୍ୟ ବାଧା ଦେଇପାରେ ଅର୍ଥାତ୍ ରୋକି ଦେଇଥାଏ ।  -୨୦ Decibel ଧ୍ଵନୀ ତୀଵ୍ରତା ମାନଵ ଶ୍ରଵଣୀୟ ଧ୍ଵନି ତୀଵ୍ରତାଠାରୁ ୪୦୦ ଗୁଣ କମ୍ । ତେଣୁ ଯଦି ଆପଣ ଏହି କୋଠରୀରେ କୌଣସି କାରଣରୁ ବନ୍ଦ ହୋଇଯାଆନ୍ତି ତାହେଲେ ଆପଣ କିଛି ବି ଵିଶେଷ ଶୁଣିପାରିବେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କେଵଳ ଆପଣଙ୍କ “ଭିତରୁ ଆସୁଥିଵା ସ୍ୱର” ହିଁ ଶୁଣିଵାକୁ ମିଳିଵ । ହଁ, ଆପଣ ଏହି କୋଠରୀରେ ବନ୍ଦ ହେଵାର କିଛି ମିନିଟ୍ ପରେ ହିଁ ନିଜେ ନିଜକୁ ଶୁଣିଵା ଆରମ୍ଭ କରିଦେବେ ।”

ଏଠି ବଞ୍ଚି ରହିବା କଣ ସମ୍ଭବ ?!

ଏତିକି କହି ତାଙ୍କ ନାମ ପଚାରିଲେ ଶିବ ବାବୁ ତାଙ୍କ ପରିଚୟ ଦେଲେ ସେଠୁ ରାମ ବାବୁ ଜାଣିପାରିଲେ କି ସେ ତାଙ୍କର ପୁଅ l ହେଲେ ଏଠି ଏତେ ବର୍ଷ ହେବ ବନ୍ଦୀ କେମିତି ବୋଲି ପଚାରିଲେ l ରାମ ବାବୁ ସେଦିନର ଘଟଣା କହିଲେ l ମାଟିତଳେ କିଛି ଅନୁସନ୍ଧାନ ମିଳିଥିବାର ଶୁଣି ଆସିଥିଲେ ରିସର୍ଚ୍ଚ ପାଇଁ ହେଲେ ତା ଭିତରୁ ଆଉ ବାହାରି ପାରି ନଥିଲେ l ସମସ୍ତେ ଭାବିଦେଲେ ସେ ମୃତ l ଏହା ଶୁଣି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ l  ଓ ଫେରିଆସିବାର ବ୍ୟବସ୍ତା କଲେ l ସେଠୁ ବହୁ ମୂଲ୍ୟବାନ ତଥ୍ୟ ମଧ୍ୟ ଗ୍ରହଣ କଲେ ଯାହା ପର ପିଢି ଙ୍କୁ ଆହୁରି ଆଗକୁ ନେବ l ସେସବୁ ତଥ୍ୟ ସଂଗ୍ରହ କରି ଶିବ ବାବୁ ବାପା ଙ୍କୁ ଧରି ଅତି ଚାଲାଖ ର ସହ ବୁଦ୍ଧି ଖଟାଇ ବାହାରି ଆସିଲେ  l ସୁରକ୍ଷିତ ଭାବେ ଘରେ ତାଙ୍କ ମା ଙ୍କୁ ବାପା ଙ୍କୁ ଭେଟି ଦେଲେ l ଏହା ଥିଲା ତାଙ୍କ ମା ବାପା ଙ୍କ ପାଇଁ ନୂତନ ଜନ୍ମ l ଏ ଘଟଣା ଚାରିଆଡ଼େ ଖେଳିଗଲା l ଆଉ କିଛି ଦିନ ପରେ ଶିବ ବାବୁ ଙ୍କର ପେପର୍ ପବ୍ଲିଶ ହେଲା ତାହା ପାଇଁ ସେ ଅନେକ ସ୍ଥାନ ରୁ ପୁରସ୍କୃତ ମଧ୍ୟ ହେଲେ l ତାଙ୍କ ସାହାସ, ଇଚ୍ଛା ,ଓ ମନୋବଳ ଯୋଗୁଁ ସେ ଉଦାହରଣ ପାଲଟି ଗଲେ l

 

ସବିତା ପଟ୍ଟନାୟକ 

 କେଉଁଝର 

Loading

Leave a Reply

Your email address will not be published. Required fields are marked *