ପ୍ରଥମ ଦେଖାରେ
************
ସେ ଦିନ ସଞ୍ଜର ପହିଲି ଦେଖାରେ
ମନ ମୋର କଲ ଚୋରି ।
ହତାଶ ଅନ୍ତରେ ପ୍ରୀତି ପିୟୁସରେ
କେତେ ଆଶା ଦେଲ ଭରି ।।
ନବ ରବିର ଶୁଭ ଲଗନରେ
ଭେଟ ମୁଁ ପାଇଲି ତୁମ ।
କଜ୍ବଳ ପୁରିତ ନୟନ ନଚାଇ
ଚାହିଁଥିଲ ମୋର ମନ ।।
ଫେରିବାକୁ ଜମା ନଥିଲା ମୋ ମନ
ତଥାପି ଫେରିଲି ମୁହିଁ ।
ଫେରିବା ବାଟରେ ସ୍ମୃତି ଫଳକରେ
ତୁମ ମୁହଁ ଦିଶୁଥାଇ ।।
କେଜାଣି କେମିତି କଲ ମନଚୋରି
ଜାଣି ତ ପାରିଲି ନାହିଁ ।
ସତ ସତ ମୋତେ କହିଦିଅ ପ୍ରିୟା
ଯଦି ବା ଭୁଲ କରିଛି ମୁହିଁ ।।
ତୁମେ ତ ମୋହର ମନର ମାନସୀ
ହୀରାରୁ ନିର୍ମଳ ତୁମ ମନ ।
ଭସା ବାଦଲର ଛାଇ ଆଲୁଅରେ
ତୁମେ ମୋର ସ୍ମୃତି ଜହ୍ନ ।।
ଜୀବନର ଯେତେ ଦୁଃଖ ଅବସାଦ
ସବୁ ଧିରେ ଧିରେ ଧୋଇଯାଏ ।
ପ୍ରତିକ୍ଷଣେ ବସି ଭାବୁଥାଏ ମୁଁ ଯେ
ତୁମକୁ ତ ଭଲ ପାଏ ।।
*******
ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର-୧୮