ଚାଲ ଖୋଜିବା ପରିଚୟ
…………………………..
ହଜିବା ଆଗରୁ ପରିଚୟ
ଖୋଜ ତୁମେ ତୁମ ଅସ୍ତିତ୍ବ
କେତେ ଘୃଣ୍ୟ ତୁମ ପରିବେଶ
କେତେ ଅସହାୟ ତୁମ ଶରୀର
କେତେ ବାଗବିହୀନ ତୁମ ହାବଭାବ
ଏ ସବୁକୁ ଯଦି ଫେଣ୍ଟାଫେଣ୍ଟି କରାଯାଏ
ନିର୍ଗତ ହେବ କେବଳ ମାଦକ ଦ୍ରବ୍ୟ ପ୍ରସ୍ତୁତି ହେଉଥିବା ପୋଚ
ସମୟ ଯଦି କହୁଛି ବଦଳି ଯିବାପାଇଁ
ଅଧୈର୍ଯ୍ୟର ମାନସିକତାକୁ ବଦଳାଅ
ଏକାଗ୍ରତା ଗୁଣକୁ ଆପଣାଅ
ଏହା ହିଁ ହେଉ ତୁମର ଲକ୍ଷ୍ୟ
ନଚେତ ପସ୍ତାଇବା ଛଡା ବାଟ ଆଉ କିଛି ନଥିବ….
ନିଜ ଭୁଲ ଜଣାପଡ଼େନି
ଇର୍ଷା ଦ୍ୱେଷ ଆଉ ଏକାଗ୍ରତା ଅଭାବ ଜନିତ ରୋଗୀ ପାଖରେ..
କେବଳ ନିଜକୁ ବଡ଼ପଣରେ ଗଣତି କରିବା
ଆଇନା ଦେଖି ସଜେଇ ହେବା
ଆଉ ନିଜକୁ ପ୍ରତିଷ୍ଠିତ ବୋଲି
ସାମାଜିକ ମୂଲ୍ୟବୋଧ ଯୁକ୍ତ ପ୍ରଲେପ ବୋଳିହେବା
ଏସବୁ ଚଞ୍ଚକତା କେବଳ ଏକ ଭ୍ରମ..
ଆତ୍ମ ସମୀକ୍ଷା କଲେ
ଜଣାପଡିବ ତୁମେ କେତେ ଗଭୀର ଜଳର କୁମ୍ଭୀର…
କେତେ ଭୋକିଲା ତୁମେ ଇଜ୍ଜତ ପାଇଁ
ଖାଦ୍ୟ ପୁଟୁଳା ଟେ ଫିଙ୍ଗି ଦେଲେ
ତୁମ ପାଖକୁ ଦରଦୀ ହୃଦୟରେ…
ତୁମେ ଗ୍ରହଣ କରିବ ସ୍ୱାର୍ଥପର ହୋଇ
ଆଉ ଉଣ୍ଡିବ ସୁଯୋଗ କରିବାକୁ ଆକ୍ରମଣ
ବଦଳିବା କଣ ତୁମ ହାତର କଥା ଯେ ବଦଳିଯିବ!
ତମ ମନପରା ଏକ କଦର୍ଯ୍ୟ ପଙ୍କିଳ ପଦାର୍ଥ
ସେତିକି ଉଚ୍ଚ ଭାଗ୍ୟ ଥିଲେ
ଫୁଟିବ କଇଁ….
ନଚେତ ଫିକା ପଡ଼ିଯିବ ତମ ଗତିପଥରତ୍ନାକର ଶିୟ
ଖୁବ ସୁନ୍ଦର
ବାଃ ଚମତ୍କାର ବର୍ଣ୍ଣନା କରିଛନ୍ତି ଭାଇ