*ଭରଷା, ଲକ୍ଷ୍ୟ, ତ୍ୟାଗ ସଫଳତା ଜୀବନର ପାହାଚ*
————————————
ଜୀବନ…. ଯାହାଅଟେ ପ୍ରଭୁଙ୍କ ପ୍ରସାଦ ମର୍ତ୍ତ୍ୟମଣ୍ଡଳରେ ଉପଭୋଗ କରିବାପାଇଁ|ଆଉ ଏ ଜୀବନ ଉପଭୋଗ ପଛରେ ରହିଥାଏ ସଂଘର୍ଷ |ଯଦି ଜୀବନରେ ସଂଘର୍ଷ ନାହିଁ ତାହେଲେ ଜୀବନ ର ମାନେ ହିଁ କିଛି ନାହିଁ|ଜୀବନରେ ଅନେକ ପାହାଚ ଚଢିବାକୁ ହେଲେ ଆମକୁ ଢେର ସାରା ସାଧନା ର ଆବଶ୍ୟକତା ପଡିଥାଏ|
ଯାହା ଆମର ଭବିଷ୍ୟତରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥାଏ|ଏହାଙ୍କ ମଧ୍ୟରୁ ପୁସ୍ତକ ସାଧନା ଅନ୍ୟତମ|ପୁସ୍ତକ, ପୋଥି ଓ ନାନା ଗ୍ରନ୍ଥାବଳୀରେ ଏମିତି କିଛି ଲୋକଙ୍କ କୀର୍ତ୍ତି ଉପସ୍ଥାପନା ରହିଛି ଯାହାକୁ ଅନୁସରଣ କଲେ ମାନବ ତା କାର୍ଯ୍ୟରେ ସିଦ୍ଧି ହାସଲ କରିପାରିବ|
ହିନ୍ଦୁଧର୍ମ, ଗ୍ରନ୍ଥାବଳୀରେ ଏମିତି କିଛି ଯଶସ୍ବୀଙ୍କ କର୍ମ ତଥା ଉଦାହରଣ ରହିଛି ଯାହା ଜୀବନ ସାର୍ଥକ ହେବା ପାଇଁ ବାଟ ଦେଖାଇବ|ସେଇ ପୌରାଣିକ ରୁ କିଛି ତଥ୍ୟାବଳୀ ର ଗବେଷଣା କରି ଜୀବନ ସହିତ ମେଳ କରିଛି|ଆଶା କରେ ଆପଣଙ୍କୁ ନିଶ୍ଚିତ ଭଲ ଲାଗିପାରେ|
ସତ୍ୟଯୁଗରେ ଭଗବାନ ବିଷ୍ଣୁଙ୍କ କୁନି ଭକ୍ତ ଧ୍ରୁବଙ୍କ ବିଷୟରେ ଆପଣମାନେ ବେଶ୍ ଭଲଭାବରେ ଜାଣିଥିବେ|ଯେତେବେଳେ ତାଙ୍କ ଦ୍ଵିତୀୟ ମାତା ସୁନୀତି ମହାରାଜଙ୍କ କୋଳରୁ ଧ୍ରୁବଙ୍କୁ ଧକ୍କାମାରି ନିଜ ସନ୍ତାନକୁ ବସାଇଥିଲେ|ସେତେବେଳେ ଧ୍ରୁବ ତାଙ୍କ ମାତା ସୁରୁଚିଙ୍କ ଠାରେ ଅଭିଯୋଗ କରିଥିଲେ|’ରାଜାଙ୍କ କୋଳରେ ନ ବସିଲେ କଣ ହେଲା? ଦିନେ ନା ଦିନେ ତୁ ଭଗବାନଙ୍କ କୋଳରେ ବସିବୁ|
ଏହାକହି ପୁତ୍ରଙ୍କୁ ମନେଇଦେଇଥିଲେ ମାଆ ସୁରୁଚି|କିନ୍ତୁ ଧ୍ରୁବ ର ଏକା ଜିଦ୍ ସେ ଭଗବାନଙ୍କ କୋଳରେ ବସିବେ |ତାର ଦିନ ସେ ସଙ୍ଗେ ସଙ୍ଗେ ଲୁଚିକରି ବନକୁ ଚାଲିଗଲେ ତପସ୍ୟା ପାଇଁ|ବଣରେ ଯାଇ ଧ୍ରୁବ କଠୋର ତପସ୍ୟା କଲେ|
ତାଙ୍କ ତପସ୍ୟା ଦେଖି ଇନ୍ଦ୍ର ମଧ୍ୟ ବ୍ୟାକୁଳ ହେଇଗଲା କାଳେ ମୋ ସିଂହାସନ ପଳେଇଯିବ ବୋଲି|ବହୁତ ଅସୁର ଏବଂ ଦେବତା ତାଙ୍କ ତପସ୍ୟା କୁ ଭାଙ୍ଗିବାକୁ ଉଦ୍ୟମ କଲେ କିନ୍ତୁ ତାଙ୍କ କର୍ମ ଆଗରେ ସେମାନେ ହାର ମାନିଗଲେ ଓ ଶେଷରେ ଧ୍ରୁବ ଭଗବାନ ବିଷ୍ଣୁ ଙ୍କୁ ପ୍ରାପ୍ତ ହେଲେ|
ସେହିପରି ଅଟେ ଜୀବନ….. ଜୀବନରେ ଗୋଟେ ସଂଘର୍ଷ ବ୍ୟକ୍ତି କୁ ଖସାଇବା ପାଇଁ ବହୁତ ଲୋକ ଆସିବେ ଏବଂ ବିଭିନ୍ନ ଲୋକ ଷଡଯନ୍ତ୍ର କରି ଖସାଇଦେବାକୁ ମଧ୍ୟ ଚେଷ୍ଟା କରିବେ |କିନ୍ତୁ ତୁମେ ତୁମ କର୍ମରୁ ନିବୃତ ହୁଅନାହିଁ|କାରଣ ଯଦି ତୁମ କର୍ମ ଶକ୍ତ ଥିବ ନା ତାହେଲେ କେହିବି ତୁମର କିଛି ବିଗାଡି ପାରିବେନି ଧ୍ରୁବଙ୍କ ପରି|କାରଣ ଯାର କର୍ମ ଶକ୍ତ ଥାଏ ଭଗବାନ ତା କର୍ମ ଆଗରେ ଦ୍ୱାରପାଳ ସାଜିଯାଆନ୍ତି|
ତ୍ରେତୟା ଯୁଗରେ ଯେତେବେଳେ ରାଜା ଜନକ ଏକ ସଭାଗୃହରେ ପ୍ରତିଯୋଗିତା ର ଆୟୋଜନ କରି ସୁନ୍ଦରଭାବରେ ସଭା କରିଥିଲେ ସେତେବେଳେ ଏଇ ପ୍ରତିଯୋଗିତା ରେ ଭାଗ ନେବାପାଇଁ କାହିଁ କେତେ ଦୂରୁ ରାଜା ଆସିଥିଲେ ଓ ତାଙ୍କ ସହିତ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ବି ଆସିଥିଲେ|
ରାଜା ଜନକ ପ୍ରତିଯୋଗିତା ରଖିଥିଲେ ଯେ :- ଯେଉଁ ବିର ଏଇ ଶିବଧନୁ ଭାଙ୍ଗିବ ତା ହାତରେ ମୋ ଅଲିଅଳି ଝିଅ ସୀତାକୁ ସ୍ଵ-ହସ୍ତ ରେ ଦାନ ଦେଇଦେବି|କିନ୍ତୁ ତଥାପି ସମସ୍ତ ରାଜା ଅସଫଳ ହେଲେ କିନ୍ତୁ ମାତ୍ର ଜଣେ ରାଜା ସଫଳ ହେଲା :- ସିଏ ହେଉଛନ୍ତି ରାମ |
କାରଣ ସଭିଏଁ ରାଜା ବିବାହ ଲାଲସାରେ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଯାହାଦ୍ୱାରା ସେ ବିଫଳ ହେଲେ|କିନ୍ତୁ ରାମ ତାଙ୍କ ଗୁରୁ ଙ୍କ ନିର୍ଦେଶ ରେ, ଗୁରୁକୁଳ ର ମାନ ରକ୍ଷା କରିବାପାଇଁ ଆସିଥିଲେ |ତାଙ୍କ ମନରେ ଆଦ୍ୟୋ ଲାଳସା ନଥିଲା|
ଏବଂ ଗୁରୁ ବଶିଷ୍ଠ ଚାହୁଁଥିଲେ ମୋ ଶିଷ୍ୟ କିପରି ମୋ ଦ୍ୱାରା ଶିଖା ଯାଇଥିବା କଳା, କୌଶଳ କିପରି ବୀର ଙ୍କ ଆଗରେ ପ୍ରଦର୍ଶନ କରି ପ୍ରତିଯୋଗିତାରେ ଏକ ଶ୍ରେଷ୍ଠ ନାୟକ ସାଜୁ| କିନ୍ତୁ ରାମ ଓ ତାଙ୍କ ଗୁରୁ ବଶିଷ୍ଠ କିଛି ପାଇବା ଲାଳସାରେ ଆଦ୍ୟୋ ଆସିନଥିଲେ|ତଥାପି ରାମ ସୀତା ଙ୍କୁ ପ୍ରାପ୍ତ କଲେ |
ସେହିପରି ଯଦି ଜୀବନରେ ଆଗକୁ ଉଠିବାକୁ ଚେଷ୍ଟା କରୁଛ ତାହେଲେ ଲାଳସା ଆଦ୍ୟୋ ରଖନି |କାରଣ ଯଦି ଲାଳସା ମନ ଭିତରେ ଅଛି ତାହେଲେ ତୁମେ ନିଶ୍ଚୟ କେଉଁଠି ଝୁଣ୍ଟେଇ ହୋଇ ପଡ଼ିବ|ରାମ ଯଦି ଲାଳସାରେ ଅସିଥାନ୍ତେ ତାହେଲେ ନିଶ୍ଚୟ ସଭାରେ ବିଫଳ ହୋଇଥାନ୍ତେ|
ନିଜ କର୍ମକୁ ଆଖି ଆଗରେ ରଖି କର୍ମ କରିଚାଲ |ଯଦି ସଫଳତା ର ଚୂଡ଼ା ତୁମେ ପାଇଲ ତାହେଲେ ସେଇ ସଫଳତା ଚୁଡାରେ ନିଶ୍ଚୟ ଦେଖିବ ଭଗବାନ ତୁମ ପାଇଁ ଆଉ ଏକ ନୂତନ ମନଲୋଭା ଉପହାର ଖଞ୍ଜିଦେଇଥିବ|
ଆପଣମାନେ ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କ ଜୀବନି ବିଷୟରେ ଜାଣିଥିବେ|ଦୁହେଁ ଦୁହିଁଙ୍କୁ ଏତେ ଭଲପାଉଥିଲେ ଯେ ଦଣ୍ଡେ ନ ଦେଖିଲେ ଜିଇଁ ପାରନ୍ତି ନାହିଁ|ରାଧା ଶରୀର ହେଲେ କୃଷ୍ଣ ଆତ୍ମା|ନଦୀ ସହିତ ଯେମିତି ବାଲି ସୁନ୍ଦର ସେମିତି ରାଧା ସହିତ କୃଷ୍ଣ ସୁନ୍ଦର|
ଆକାଶରେ ଯେମିତି ବାଦଲ ନଥିଲେ ଆକାଶଟା ଅକଳିଆ ଦେଖାଯାଏ, ସେମିତି ରାଧା ସହିତ କୃଷ୍ଣ ନଥିଲେ ୨ ଯୁଗଳବନ୍ଦୀଙ୍କୁ ଦେଖିବାକୁ ଭଲଲାଗେନାହିଁ|ଯଦି ରାଧା ପାଦରେ କଣ୍ଟା ଫୁଟିଯାଉଥିଲା ତେବେ ଯନ୍ତ୍ରଣା କୃଷ୍ଣଙ୍କୁ ଅନୁଭବ ହେଉଥିଲା|
କିନ୍ତୁ ତଥାପି ଏ ରାଧାକୃଷ୍ଣ ଙ୍କ ପ୍ରେମ ଅଳ୍ପ ଦିନ ଭିତରେ ବାୟୁ ସଙ୍ଗେ ମିଳେଇଗଲା|ଯାହାଦ୍ୱାରା ପ୍ରେମମୟୀ ରାଧା ଝୁରି ଝୁରି ଜୀବନ ଥାଉଁଣୁ ମୃତରେ ପରିଣତ ହେଲା|କିନ୍ତୁ ତଥାପି ତାଙ୍କ ପ୍ରେମ ଅମର ହୋଇରହିଛି|
କହିବାର ତାପର୍ଯ୍ୟ ଏୟା ଯେ :- ଯଦି ଦୁନିଆ ପାଇଁ ତୁମେ ତୁମ ସୁଖ, ଐଶର୍ଯ୍ୟ, ଧନ, ରତ୍ନ, ପ୍ରେମ, ମୋହ ତ୍ୟାଗ କରୁଛ ତାହେଲେ ଦିନେ ନା ଦିନେ ତୁମେ ହରେଇଥିବା ଜିନିଷକୁ ଦୁନିଆ ନିଶ୍ଚୟ ସମାନ ଦେବ|ଉଦାହରଣ :- ରାଧା, କ୍ରିଷ୍ଣା ଙ୍କ ସମ|ଜୀବନରେ ଯଦି ଉର୍ଦ୍ଧଗାମୀ ହେବାକୁ ଚାହୁଁଛ ତାହେଲେ ଆଜିର ସୁଖ ତ୍ୟାଗ କର |ଆଜିର ସୁଖ କୁ ତ୍ୟାଗକଲେ ତୁମେ ଯାଇ ଭବିଷ୍ୟତରେ ସୁଖ ପ୍ରାପ୍ତି କରିପାରିବ|
କେହି ଜଣେ ଗୁରୁଜନ ଉତ୍ତମ ବାର୍ତ୍ତା ଟିଏ ଦେଇଛନ୍ତି ଯେ ତ୍ୟାଗର ଅନ୍ୟନାମ ସୁଖ|ବହୁତ ସୁନ୍ଦର କଥାଟିଏ କହିଛନ୍ତି ସମାଜ ପାଇଁ|
କିନ୍ତୁ ମୋ ମତରେ :- ବର୍ତ୍ତମାନ ଭୋଗ କରୁଥିବା ତ୍ୟାଗ ଭବିଷ୍ୟତ ସୁଖ ର ଏକ ସରଳ ଫାଟକ ଅଟେ|ଯେଉଁଠେ ପାଣି ଅନୁକୂଳ ହେବା ପାଇଁ ପଥର ର ଆଘାତ ମଧ୍ୟ ଭୟ ନଥାଏ|
ତେଣୁ ତ୍ୟାଗ ହେଉଛି ଏମିତି ଗୋଟେ ଜିନିଷ ଯାହାଦ୍ୱାରା ମାନବ ଭବିଷ୍ୟତରେ ଅମୁଲ୍ୟ ଉପହାର ପାଇଥାଏ|ଏବଂ ତ୍ୟାଗ ହିଁ ହେଉଛି ଭଗବାନଙ୍କୁ ପାଇବାର ସରଳ ବାଟ|
ରାହୁଲ ମହାନ୍ତି, ଅନୁଗୁଳ