“❤️ଆରେ ମୋ ଛଳିଆ ❤️”
ମନ କିଣି ନିଏ
ସେ କଳା ଠାକୁର,
ଭାରି କପଟିଆ
ତା’ କଥା ମଧୁର।
ବଡ଼ ଦାଣ୍ଡେ ଘର
କେବଳ ନାଆଁ କୁ,
ଚାହିଁଲେ ଖେଳିବ
ଏ ପୃଥିବି ଟିକୁ।
ମିଠା ମିଠା ରାଗେ,
ବଇଁଶୀ ବଜାଏ,
ସବୁ ପ୍ରାଣୀ ହୃଦେ
ସେ ପ୍ରେମ ଜଗାଏ।
ଶ୍ୟାମଳ ବର୍ଣ୍ଣର
ସେ କଳା କହ୍ନେଇ,
କଥା ପଦ କରେ
ସେ ଦେବ ମନାଇ।
ରାଧା ରାଇ ପରା
ପ୍ରେମିକା ତାହାର,
ବଂଶୀ ଶ୍ଵନ ଶୁଣି
ହୁଏ ସେ ଅଧିର।
କଦମ୍ବ ମୂଳରେ
ସେ ରାସ ରଚାଏ,
ରାଧା ରାଣି ତାର
ପାଖେ ବସି ଥାଏ।
ମାତା ପଛେ ତେଣେ
ଖୋଜି ଖୋଜି ମରେ,
କେଣେ ଗଲା ଧନ
ଘରକୁ ନ ଫେରେ।
ମୋ କଳା ମାଣିକ
ମୋ ରଙ୍କ ରତନ,
କେତେଳୁ ଦେଖିନି
ମୁଁ ହୁଏ ଉଚ୍ଛନ୍ନ।
ହେଲାଣି ଉଛୁର
ଆରେ ମୋ ଛଳିଆ,
ପ୍ରାଣ ହାରି ଦେବି
ତୁ ବେଗେ ପାଳିଆ।
ମରମି ଟିଏ ସେ
କାଳିଆ ଗୋସାଇଁ,
ମାତାଙ୍କ ଭାଳେଣି
ସବୁ ତ ଜାଣଇ।
ମନେ ମନେ ହସ
ତାର କି ଶୋଭିତ,
ମନେ ଭାବି କହେ
ଆସୁଛି ଗୋ ମାତ।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା