ରିଭେଞ୍ଜ
ମୋନା, ଚାହିଁ ବସିଥିଲା ତା’ ପ୍ରେମିକ ରାଜ କୁ ଦିଲ୍ଲୀ ର ଏକ ହୋଟେଲ ରୁମ ରେ ରୁମ ନମ୍ବର ୭୮୬, କବାଟ ନକ ହେଲା, ମୋନା କବାଟ ଖୋଲିଲା ସେ ଚମକି ଗଲା, ତା’ ପ୍ରେମିକ ବଦଳେ ମତେ ଦେଖି ଜବରଦସ୍ତ ମୁଁ ଭିତରକୁ ପଶିଲି ମୋ ରକ୍ତ ଗରମ ହେଇ ଯାଉ ଥାଏ, ତଥାପି ମୁଣ୍ଡ ଥଣ୍ଡା କରି ମୋନା ଆଗରେ ଆଣ୍ଠେଇ ପଡି ଖାଲି ଗୋଟାଏ ପ୍ରଶ୍ନ ପାଗଳ ଭଳି ପଚାରିବାରେ ଲାଗିଲି ପ୍ରଶ୍ନ ଟି ହେଲା, “ତମେ ମୋ ସହ କାଇଁ ଏମିତି କଲ? ମୋର କୋଉଠି ଭୁଲ ରହିଗଲା? ” ଆଉ ତାକୁ ସିଧା ସିଧା ଶୁଣେଇ ଦେଲି ଯେ ଯେତେବେଳେ ଯାଏଁ ମତେ ମୋ ପ୍ରଶ୍ନ ର ଉତ୍ତର ମିଳିନି, ସେତେବେଳେ ଯାଏଁ ମୁଁ ଯିବିନି ମୋନା ଅଣନିଶ୍ୱାସୀ ହେଇ ବାରମ୍ବାର ଘଡି ଦେଖୁ ଥାଏ, କାହିଁକିନା ରାଜ ଆସିବାର ସମୟ ହେଇ ଆସିଲାଣି ।ଶେଷରେ ମୋନା ଚିଲେଇ ଚିଲେଇ କହିଲା, “କଣ ଆଉ କରିଥାନ୍ତି? ତମ ପାଖେ କଣ ଟା ଥିଲା? ନା ଗାଡି, ନା ଭଲ ଘର ନା ଭଲ ଚାକିରୀ ଖଣ୍ଡେ? ଆଉ ଏସବୁକୁ ନେଇ ମୁଁ କେମିତି ଚଳି ଥାନ୍ତି ତମ ସହ? ପ୍ଲିଜ଼ ହାତ ଯୋଡୁଛି, ଜଲଦି ପଳାଅ ଏଠୁ, ପ୍ଲିଜ ”
ମୁଁ କହିଲି, “ମୋ ଭଲ ପାଇଵା କଣ ମିଛ ଥିଲା?”
ସେ କହିଲା, “ମୋ ପସନ୍ଦ ର ଡ୍ରେସ ଗୋଟିଏ ଗିଫ୍ଟ ଦେବାକୁ ଯାହାର କ୍ଷମତା ନାଇଁ, ସେ ପୁଣି ଭଲ ପାଇଵା ଦେଖାଉଛି । ରାଜ କୁ ଜାଣ? ସେ ଏତେ ବଡ ମଲ୍ଟି ନାସନାଲ କମ୍ପାନୀ ର ମ୍ୟାନେଜର, ଦେଢ଼ ଲକ୍ଷ ଟଙ୍କା ଦରମା “।
ମତେ ମୋର ସବୁ ଉତ୍ତର ପ୍ରାୟ ମିଳି ସାରିଥିଲା । ମୁଁ ଚାଲି ଆସିଲି ସେଠୁ ।
ତା’ପରଦିନ ଭୋର ପାଞ୍ଚଟା , ବୋଧେ ହୁଏ ମୋନା ଏବେ ବି ଶୋଇଥିବ ରାଜ ର ଛାତି ଉପରେ । ମୁଁ ହ୍ଵାଟ୍ସଆପ ରେ ମେସେଜ କଲି । ଆଉ ସିଧା ସଳଖ ଲେଖିଥିଲି, “ପୁରା ୭ ଦିନ ସମୟ ଦଉଛି ।ଆଉ ୭ ଦିନ ଭିତରେ ତମେ ଯଦି ମୋ ପାଖକୁ ନ ଫେରିବ, ତାହେଲେ ତୁମର ମୋର ଅନ୍ତରଙ୍ଗ ମୁହୂର୍ତ୍ତ ର ଭିଡିଓ ସମସ୍ତେ ଦେଖିବେ ।ଏଇଟା ମୋର ଶେଷ ନିଷ୍ପତ୍ତି । ଏଣିକି କଣ କରିବ, କଣ ନାଇଁ ସବୁ ତମ ଉପରେ ବାଏ ମୋନା ”
୬ ଦିନ କଟି ଗଲାଣି, ଆଉ ଗୋଟାଏ ଦିନ ବାକି ଅଛି । ମୋ ହ୍ଵାଟ୍ସଆପ କୁ ମେସେଜ ଆସିଲା, ମୋନା କରିଥିଲା ।ଲେଖା ଥିଲା, “କ୍ଷମା କରିଦେବ ମତେ ପ୍ଲିଜ଼, ଟଙ୍କା ଲୋଭରେ ପଡି ମୁଁ ତମକୁ ଭୁଲି ଯାଇଥିଲି । ଘୃଣା ଲାଗୁଛି ମତେ ମୋ ନିଜ ଉପରେ । ମୋ କଲେଜ କୋର୍ସ ଫି ଭରିବାକୁ ତମେ ବାଇକ ଷ୍ଟଣ୍ଟ କରି ପଇସା ଯୋଗାଡ଼ କରୁଥିଲ । ଅନେକ ଥର ତମ ଦେହ ହାତ ଖଣ୍ଡିଆ ବି ହେଇଚି । ହେଲେ ଆଜି ମୁଁ ଚାକିରୀ ଖଣ୍ଡେ କରିଦେଲି ବୋଲି ତୁମ ପ୍ରେମ କୁ ପାଦ ରେ ଆଡେଇ ଦେଲି । ଛି, କଣ କରିଛି ମୁଁ । ମୁଁ ଜାଣେ ମୋ ପାପ ର ପ୍ରାୟଶ୍ଚିତ ନାଇଁ । ହେଲେ ତୁମେ ଯଦି ମତେ କ୍ଷମା କରି ମତେ ନିଜର ନ କର, ତାହେଲେ ସତ କହୁଛି ମୁଁ ବିଷ ପି ଦେବି ।ମୋ ପାଖେ ଆଉ କିଛି ରାସ୍ତା ନାଇଁ ।”
ମୁଁ ରିପ୍ଲାଇ କଲି, ” ଆରେ ପାଗଳୀ, ଛି, ଏମିତି କଣ କହୁଛ ଯେ ଲଭ ୟୁ ହମେସା ।”
ମୋନା ର ମେସେଜ, “ଲଭ ୟୁ ମାଇ ଯାନ ।”
ତାପରେ ସେ କାଲି ହିଁ ଦେଖା କରିବାକୁ କହିଲା, ଆଡ୍ରେସ ସେଣ୍ଡ କଲା ସେଇ ଏକା ହୋଟେଲ, ଆଉ ରୁମ ନମ୍ବର ବି ସମାନ, ୭୮୬ ।
ମୁଁ ଗୋଟାଏ ଦାମୀ ଗିଫ୍ଟ ନେଇ ପହଂଚି ଗଲି ସନ୍ଧ୍ୟା ରେ
ମୋନା ମତେ ଆଗରୁ ଅପେକ୍ଷା କରିଥିଲା । ସେଦିନ ବୋଧେ ମୋନା ସବୁଠୁ ବେଶୀ ସୁନ୍ଦର ଦିଶୁଥିଲା । ଆଲିଙ୍ଗନ, ଚୁମ୍ବନ ଏମିତି କେତେ କଣ ରୋମାନ୍ସ ଚାଲିଲା । ୟା ଭିତରେ ରାତି ହେଇ ସାରିଥିଲା ମିଶିକି ଡିନର ବି କଲୁ ।
ରାତି ପାଖା ପାଖି ଦି’ ଟା ଏସି ଚାଲିଥିବା ସତ୍ୱେ, ଗମ ଗମ ଝାଳ ବାହାରୁଥିଲା ମୁଁ ବେଡ଼ ଉପରେ ପଡି ରହିଥିଲି ନିସ୍ତେଜ ହେଇ ।ମୋନା ବାରମ୍ବାର ମୋ ଗଳା ଚିପି ମର୍ଡର କରିବାକୁ ଚେଷ୍ଟା କରୁଥିଲା ହେଲେ ସେ ହାରି ଯାଉଥିଲା । କାହିଁକିନା ଏବେ ଘଣ୍ଟାଏ ତଳେ ମୁଁ ତା’ର ମର୍ଡର କରି ସାରିଥିଲି । ହଁ ଏବେ ସେ ଖାଲି ଗୋଟାଏ ଅତୃପ୍ତ ଆତ୍ମା, ମତେ ଛୁଇଁ ବି ପାରୁ ନଥିଲା । ମୋର ବି କୋଉଠି ଭୁଲ ରହିଲା ଯେ ! ମୁଁ ତ ନିଜକୁ ବଞ୍ଚେଇବାକୁ ଯାଇ ତାକୁ ମାରିଛି ।
Dr. Kartikeswar Jena
Burdwan Medical college and hospital,
Burdwan, West Bengal
277 total views, 1 views today