ନିଆରା ସ୍ୱପ୍ନ
ସରିତା ଶତପଥୀ
***************************
ନିଘୋଡ଼ ନିଦରେ ପ୍ରଭୁ
ଯାଆନ୍ତି ମୁଁ ଶୋଇ
ଵୈକୁଣ୍ଠ ପୁରରେ ମୁଁ
ପହଁଚନ୍ତି ଯାଇ।
ସେତିକି ପଵିତ୍ର ମୁ ନୁହେଁ
ତୁମକୁ ଛୁଇଁବି
ସାଧନା ସେତିକି ନାହିଁ
ରାଧା ହେବାକୁ ଚାହିଁବି
ଖାଲିଯା ଦେଖିଵି
ତୁମକୁ ଦୂରରେ ରହି।
ନିଘୋଡ଼ ନିଦରେ….
ମୀରାଙ୍କ ଭଳି ଭକ୍ତିଭାବ
ହୃଦୟେ ନାହିଁ ମୋର
କେମିତି ଶୁଣିବତୁମେ
ଭଜନ ମୋହର
ଏତେବଡ଼ ଅଳି ମୁଁ କରେନାହିଁ
ଖାଲି ଦରଶନପାଇଁ
ଚାହିଁ ରହିଛି ମୁହଁ।
ନିଘୋଡ଼ ନିଦରେ…
ଶବରୀ ଭଳି ପ୍ରତୀକ୍ଷା
ମୁଁ କରି ନାହିଁ
ମୁଁ ଭୋଗ ଜାଚିଲେ ତୁମେ
ଛୁଅନ୍ତ ବା କାହିଁ
ତଥାପି ମନରୁ ଆଶା ମରୁନାହିଁ
ଥରେ ସପନରେ ଆସ
ଆହେ ଭାବଗ୍ରାହୀ।
ନିଘୋଡ଼ ନିଦରେ….
କୁଵେର ସମାନ ଧନ
ମୋର ଲୋଡ଼ା ନାହିଁ
କେବେ ଇନ୍ଦ୍ରାସନ ପ୍ରଭୁ
ମୁଁ ମାଗିଵି ନାହିଁ
ଖାଲି କୃପାନେତ୍ରେ ଥରେ
ଚାହିଁ ଦେଵ ସାଇଁ
ଦୂରରେ ଥାଇଵି ଧନ୍ୟ
ହେଇଯିବି ମୁହିଁ।
ନିଘୋଡ଼ ନିଦରେ….
ବାସ୍ତବରେ ଯାହା ସମ୍ଭବ
ନୁହେଁ ମୋ ପାଇଁ
ସପନରେ ସତକର
ଜଗତ ଗୋସାଇଁ
ଏତିକି ମିନତୀ ତୁମ
ପାଖେ କରେ ମୁହିଁ
ବିଶ୍ୱାସ ଅଛି ନିରାଶ
ମତେ କରିଵ ନାହିଁ।
ନିଘୋଡ଼ ନିଦରେ…
ସରିତା ଶତପଥୀ
Thanks for sharing, this is a fantastic post.Thanks Again. Much obliged.
Say, you got a nice post.Thanks Again. Cool.
A big thank you for your blog article.Much thanks again.
I truly appreciate this article.Much thanks again. Keep writing.
Im obliged for the blog article.Thanks Again. Really Cool.
wow, awesome article. Awesome.
Really informative blog article.Really looking forward to read more. Cool.
Looking forward to reading more. Great blog.Really looking forward to read more. Keep writing.
I need to to thank you for this fantastic read!! I absolutely enjoyed every little bit of it. I have you book-marked to check out new things you postÖ