May 29, 2023
11 11 11 AM
ALLUSION OF EVOLUTION – Manoj Kumar Panda 
ALLUSION OF MASOCHISM – Manoj Kumar Panda 
ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ
ମା’ତୁମେ ମମତାର ସାଗର – ଭାସ୍କର ରାଉତ
ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର
ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ
ସମୟ ବଡ଼ ବଳବାନ – ଭାସ୍କର ରାଉତ
ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ
ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ 
ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ
ଜୀବନ – ନଳିନୀ ପ୍ରଭା ମିଶ୍ର
କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର
ସାଧୁ ସାବଧାନ – ସୌଦାଗର ବିଶ୍ବାଳ
ପ୍ରତୀକ୍ଷାର ତୀରେ – ସୁଜାତା ଦାସ
ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା
ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ
ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି
Latest Post
ALLUSION OF EVOLUTION – Manoj Kumar Panda  ALLUSION OF MASOCHISM – Manoj Kumar Panda  ତିନି ରୂପେ ଏକ କାୟା ଜନନୀ ଭଗିନୀ ଜାୟା – ବିଜୟ କୁମାର ସ୍ବାଇଁ ମା’ତୁମେ ମମତାର ସାଗର – ଭାସ୍କର ରାଉତ ହସିବ ପ୍ରକୃତି ରାଣୀ – ତରୁଣ କୁମାର ମିଶ୍ର ମହାପ୍ରଭୁ ତୁମେ – ବିଜୟ କୁମାର ସ୍ବାଇଁ ସମୟ ବଡ଼ ବଳବାନ – ଭାସ୍କର ରାଉତ ଶାନ୍ତି ମିଳୁ ଜୀବନେ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ କର୍ମ ଭୂଇଁ ଏହୁ – ଅଜିତ କୁମାର ରାଉତ ସୁନ୍ଦରେ କି ଅଛି ଲାଭ – ଅଜିତ କୁମାର ରାଉତ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ  ଦେଖି ଲାଗେ ଖୁସି – ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନାହଁ ମାତୃଭାଷା ଶିକ୍ଷା – ଅଜିତ କୁମାର ରାଉତ ଜୀବନ – ନଳିନୀ ପ୍ରଭା ମିଶ୍ର କାହାକୁ ଚିହ୍ନିବା କେମିତି – ନଳିନୀ ପ୍ରଭା ମିଶ୍ର ସାଧୁ ସାବଧାନ – ସୌଦାଗର ବିଶ୍ବାଳ ପ୍ରତୀକ୍ଷାର ତୀରେ – ସୁଜାତା ଦାସ ପ୍ରଭାତରେ ମୋ ଆଧ୍ୟାତ୍ମିକ କର୍ତ୍ତବ୍ୟ – ଶ୍ରୀ ବଂଶୀଧର ବେହେରା ମନ ରହିଯାଏ ଲାଖି – ବ୍ରଜେଶ୍ବରୀ ସିଂହ ପୋକରା ଡାଳ – ନିତ୍ୟାନନ୍ଦ ମହାନ୍ତି

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ (ତୃତୀୟ ଭାଗ)–ମମତା ଶତପଥୀ*

ରେଣୁ ଅପା
ଧାରାବାହିକ ଉପନ୍ୟାସ
➖(ତୃତୀୟ ଭାଗ)
🖌️🖌️🖌️🖌️🖌️🖌️🖌️
ପୂର୍ବରୁ ପଢିଥିଲେ
(ରେଣୁ ସିନା ଭିତରକୁ ଗଲା,ମନଟା ତା’ର ରହି ଯାଇଥିଲା ଘର ବାହାରେ।–ସାରା ସ୍ବର୍ଗ ରାଜ୍ୟ ତା ହାତମୁଠାରେ ଥିବା ଭଳି ଜଣାପଡୁଥିଲା।)
ପୃଥିବୀର ଅନିର୍ବଚନୀୟ ଶୋଭାରେ ବିମୋହିତା ହେଉଥିଲା ରେଣୁ।ପକ୍ଷୀରାଜ ତା ମନ ଜାଣି କେତେବେଳେ ସାଗରର ଉତ୍ତାଳ ଫେନିଳ ଲହରୀ ମାଳାକୁ ଛୁଇଁ ଛୁଇଁ ଉଡୁଥିଲାତ, କେତେବେଳେ ଦୂରନ୍ତ ମରୁଭୂମିର ଯୋଜନ ଯୋଜନ ବ୍ୟାପ୍ତ ସିକତା ରାଶିକୁ ଢେର୍ ଉଚ୍ଚରେ ଉଡି ଅତିକ୍ରମ କରୁଥିଲା।ବିସ୍ତୀର୍ଣ୍ଣ ଗୋଲାପ ବଗିଚାରେ ପକ୍ଷ ବୁଜି ଦେଇ ପକ୍ଷୀରାଜ ଧୀରେ ଧୀରେ ଟପ୍ ଟପ୍ ଧ୍ବନିର ରାଗିଣୀ ସୃଷ୍ଟି କରି ଅଗ୍ରସର ହେଉଥିଲା,ତ,କେତେବଳେ ପବନର ସାରେଗାମା ସ୍ବରରେ ନୃତ୍ୟ କରୁଥିବା ସବୁଜ ଶଶ୍ୟ କ୍ଷେତ୍ରକୁ ପରିକ୍ରମା କରାଉଥିଲା।କେଉଁଠି ବନ୍ୟ କିଶୋରୀ ପରି କଳକଳ ଛଳଛଳ ନିନାଦିନୀ ପାହାଡି ଝରଣାର ଉଦ୍ଦାମ ଲମ୍ଫ,ତ,କେଉଁଠି ବ୍ରୀଡାବନତ ବଧୂଟିଏ ଭଳି ନଦୀଟି ଶାନ୍ତ ସଲୀଳା।କେଉଁଠି ଧ୍ୟାନ ମଗ୍ନ ଋଷି ପରି ପର୍ବତ ଡପସ୍ୟାରତ ମୁଦ୍ରାରେ, ତ କେଉଁଠି ଧାଡି ଧାଡି ବୃକ୍ଷ ଈଶ୍ବରଙ୍କୁ ପ୍ରାଥର୍ନା କରିବା ଶୈଳୀରେ ଦଣ୍ଡାୟମାନ।
ରେଣୁ ଭାବୁଥିଲା ସତରେ ଯେତେ ବେରସିକ ଲୋକ ହେଲେ ମଧ୍ୟ, ଏ ସୁନ୍ଦର ଦୃଶ୍ୟ ରାଜିରେ ଦଣ୍ଡକ ପାଇଁ ହେଉ ପଛେ ବିମୋହିତ ହେବ ହିଁ ହେବ।ପୁଣି ଯେତେବଡ କବି, ଲେଖକ କି ଚିତ୍ରକର ହେଉ କିଏ ଅବା ଏ ବିପୁଳ ସୁନ୍ଦର ଦୃଶ୍ୟକୁ କଲମ ମୁନରେ କିମ୍ବା ତୁଳୀ ଛୁଆଁରେ ଫୁଟାଇ ପାରିବକି ?
ଆଃ—-
ରେଣୁର ଇଛା ହେଉଥିଲା ,ଏ ଯାତ୍ରା ଅସରା ହୋଇଯାଆନ୍ତାକି ! ଶ୍ବେତ ମର୍ମର ଶଙ୍ଖ ଧବଳ ପୂର୍ଣ୍ଣ ବଶମ୍ବଦ ପକ୍ଷୀରାଜ ଘୋଟକ ପରି ମନର ଭାବନା ପଢି ସାରା ପୃଥିବୀ ପ୍ରଦକ୍ଷିଣ କରାଇବାର କ୍ଷମତା ରଖିଥିବା ଭବ୍ୟ ବାହନ,ସାଙ୍ଗରେ ପୁଣି —–
କାମ୍ୟ ପୁରୂଷ ନବ ଯୁବା।
“ହେ ସମୟ ହେ କାଳ ତୁ ଏଇଠି ହିଁ ଅଟକି ଯାଆ।”
ରେଣୁ ହୃଦୟର ନିଭୃତ କନ୍ଦରରେ ଏହି ଆଶା ଅଙ୍କୁରିତ ହେଉଥିଲା।
ସୁଖ ପରେ ଦୁଃଖ ଆସିବାଟା ବିଧି ନିର୍ଦ୍ଦିଷ୍ଟ।କାହା ପଣତରେ ଭଗବାନ ଏକାବେଳେକେ ମେଞ୍ଚାଏ ଖୁସି ଅଜାଡି ଦିଅନ୍ତି ନାହିଁ।ଅଳ୍ପ ସୁଖ ଅଳ୍ପ ଖୁସି ଦିଅନ୍ତି ତ ବେଶି ଦୁଃଖ କଷଣ ଅଜାଡି ଦିଅନ୍ତି।କିମ୍ବା ସୁଖ ଦୁଃଖର ନିକିତିଟା ସେଇଭଳି।ସୁଖର ପଲା ସବୁବେଳେ ଉପରେ, ହାଲୁକା।ଦୁଃଖର ପଲା ଓଜନିଆ, ଭାରୀ।ରେଣୁର ସ୍ବପ୍ନ ଅବା ଏ ନିୟମରୁ ବାଦ୍ ପଡନ୍ତା କିପରି ?
ଆକଶରେ ପକ୍ଷ ବିସ୍ତାର କରି ଉଡୁଥିବା ପକ୍ଷୀରାଜ ହଠାତ୍ ଗାଡ଼ିରେ ବ୍ରେକ୍ ମାରିବା ଭଳି ଅଟକି ଗଲା।ରେଣୁ ଆଗକୁ ଝୁଙ୍କିଗଲା।ସେହି ଅପରିଚିତ ପ୍ରିୟତମଙ୍କ ପିଠିରେ ଗୋଟାପଣେ ଲଦି ହୋଇଗଲା।ଷୋଡ଼ଶୀ ସେ।ଅଙ୍ଗେ ଅଙ୍ଗେ ଭରା ଯୌବନ ଲହଡି ଭାଙ୍ଗୁଛି।ଲାଜରେ ଜଡସଡ ହୋଇଗଲା ସେ।ପକ୍ଷୀରାଜ ହଠାତ୍ ଅଟକି ଯିବାରୁ ଏମିତି ଏକ ପରିସ୍ଥିତି ସୃଷ୍ଟି ହେଲା।ସେ ଅଜଣା ଯୁବକ ତା’ର ପ୍ରିୟତମ ହୋଇପାରନ୍ତି।କିନ୍ତୁ ଯେହେତୁ ବିବାହ ହୋଇନି କିଛିଟା କାଇଦା କଟକଣା ରହିବା ଆବଶ୍ୟକ।ସେମାନେ ସାଙ୍ଗ ହୋଇ ବୁଲି ପାରନ୍ତି ସିନା ସମ୍ଭ୍ରମର ବାଡ ଡେଇଁବା ପ୍ରଶ୍ନ ଉଠୁନଥିଲା।ପକ୍ଷୀରାଜ ଆଗକୁ ଯିବା ଛାଡ଼ି ପଛକୁ ଫେରିଲା।ଯାହାକୁ କହନ୍ତି ପୁରା ୟୁ ଟର୍ଣ୍ଣ ମାରିଲା।
ଘଟଣା କ’ଣ ?
ରେଣୁ ମନରେ ଉତ୍କଣ୍ଠା।ପୁରା ପୃଥିବୀ ପ୍ରଦକ୍ଷିଣ କରିବାର ଇଛାଟା କ’ଣ ଅଧୂରା ରହିଯିବ ! ଚିତ୍ତ ବ୍ୟାକୁଳ।
“ଆଗରେ ଏମିତି କ’ଣ ଅଛି ଯେ ପକ୍ଷୀରାଜ ତା ଗତି ପଥ ବଦଳାଇ ପଛକୁ ଫେରିଲା ? “ରେଣୁ ପ୍ରଶ୍ନ କରୁଥିଲା।”
ତୁମ ଭଳି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ” ଯୁବକ ଉତ୍ତର ଦେଲେ।
ସବାର ଦୁଇ ଜଣଙ୍କ ଇଛା ଅନୁଯାୟୀ ପକ୍ଷୀରାଜ ନିୟନ୍ତ୍ରିତ।ତେଣୁ ପକ୍ଷୀରାଜ ମଧ୍ୟ ଦୋଦୁଲ୍ୟମାନ।ଆଗକୁ ଯିବ ଅବା ପଛକୁ !ଦୁଇ ସବାରଙ୍କ ଇଚ୍ଛା ହେତୁ ପ୍ରବଳ ଅନିଚ୍ଛା ସତ୍ତ୍ବେ ପକ୍ଷୀରାଜ ଯେଉଁ ଦିଗରୁ ଫେରିଥିଲା ପୁଣି ସେହି ଦିଗକୁ ଧୀର ମନ୍ଥର ଗତିରେ ଅଗ୍ରସର ହେଲା।ପୂର୍ବରୁ ତା ଉଡାଣରେ ଯେଉଁ ଯୋସ୍ ଥିଲା, ଏବେ ଆଉ ନଥିଲା।କେବଳ ସବାରଙ୍କ ଇଚ୍ଛା ଅନୁଯାୟୀ ବାଧ୍ୟବାଧକତାରେ ଯାଉଥିଲା।
ଆରେ ଏ କ’ଣ ? ଆଗରେ ମାଟିରୁ ଆକାଶ ସମ୍ପୂର୍ଣ୍ଣ ଧୂମାଛନ୍ନ।ଧୂଆଁ ଛଡା ଆଉ କିଛି ଦିଶୁନି।ଯେଉଁ ଉଚ୍ଚତାରେ ପକ୍ଷୀରାଜ ଉଡୁଥିଲା ତାଠାରୁ ଆଉ ଟିକେ ଅଧିକ ଉଚ୍ଚତାକୁ ଉଠିଲା।ସେ କରାଳ କଳା ଧୂଆଁ ମଧ୍ୟରୁ ପୁଣି ଅଗ୍ନିର ଲେଲିହାନ ଶିଖା ଚହଟି ଉଠିଲା।ଏ ଅଗ୍ନି ଏ ଧୂଆଁ କ’ଣ ସମଗ୍ର ପୃଥିବୀକୁ ଗ୍ରାସ କରିବକି ! ବେଳକୁ ବେଳ ତା’ର କାୟା ବିସ୍ତାର ହେଉଥିଲା।ପକ୍ଷୀରାଜ ସେ ସ୍ଥାନକୁ ପାର ହୋଇ ଆଉଟିକେ ଆଗକୁ ଗଲା।ଟିକେ ତଳକୁ ଖସିଲା।ଜନ୍ଦା ପିମ୍ପୁଡି ଧାର ପରି ଲୋକମାନଙ୍କର ଧାର ଲମ୍ବିଥିଲା।ଆଶ୍ଚର୍ଯ୍ୟ ହେଉଥିଲା ରେଣୁ।ଏକାବେଳେ ଏତେ ଲୋକ କୁଆଡେ ଚାଲିଛନ୍ତି ! ପୁଣି ସୁନ୍ଦର ଦୃଶ୍ୟ।ସୁଦୃଶ୍ୟ ନଭଶ୍ଚମ୍ବି ଅଟ୍ଟାଳିକା।ନାଲି,ହଳଦିଆ ଗୋଲାପି ରଙ୍ଗର ପେନ୍ଥା ପେନ୍ଥା ଫୁଲ ଲେସି ହୋଇଥିବା ଗୁଡାଏ ଫୁଲଗଛ ଅଟ୍ଟାଳିକା ସମ୍ମୁଖରେ।ଫୁଲର ପରିମାଣ ଏତେ ଅଧିକ ଥିଲା ଯେ ଗଛ ଗୁଡିକର ପତ୍ର ପ୍ରାୟ ଲୁଚି ଯାଇଥିଲା।
ହଠାତ୍ ଗୁଡୁମ୍ –ଗୁଡୁମ୍–ଢୋଓ–ଢାଆ ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଗଲା।ଗୁଡାଏ ଯୁଦ୍ଧ ଜାହାଜ ସାଏଁ ସାଏଁ ଉଡିଗଲା।ଦୁମ୍ ଦୂମ ହୋଇ ଗୁଡାଏ କ୍ଷେପଣାସ୍ତ୍ର ଗଦାହୋଇଗଲା।ତାସ୍ ଘର ପରି ଭୁସୁଡିଗଲା ସେହି ନଭଶ୍ଚୁମ୍ବୀ ବିରାଟ ଅଟ୍ଟାଳିକା।ଫୁଲଗଛର ଚିହ୍ନ ବର୍ଣ୍ଣ ହଜିଯାଇଥିଲା।ଥରି ଉଠିଲା ପୃଥିବୀର ଛାତି।କେତେ ଗୁଡିଏ ମନୁଷ୍ୟ ଶରୀର ଛିନ୍ ଛତ୍ର ହୋଇ ଛିଟିକି ପଡିଲା।
ଭୟରେ ଚିତ୍କାର କରିଉଠିଲା ରେଣୁ।ସ୍ବପ୍ନ ସହିତ ତା ନିଦ ମଧ୍ୟ ଭାଙ୍ଗିଗଲା।(କ୍ରମଶଃ)

ମମତା ଶତପଥୀ
କେନ୍ଦ୍ରାପଡା

 121 total views,  1 views today

Leave a Reply

Your email address will not be published. Required fields are marked *