April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ (ଦ୍ୱିତୀୟ ଭାଗ)–ମମତା ଶତପଥୀ*

ରେଣୁ ଅପା
ଧାରାବାହିକ ଉପନ୍ୟାସ
➖ (ଦ୍ୱିତୀୟ ଭାଗ)➖
🖌️🖌️🖌️🖌️🖌️🖌️
ପୂର୍ବରୁ ପଢିଥିଲେ
(ଏତିକି ବେଳେ ଆମ୍ବ ଗଛ ଗହଳିରେ କୋଉଠି ଥିଲା ସେ ଦୁଷ୍ଟ କୋଇଲିଟା”କୁ–ଉ —କୁଉ –ଉ–ଉ” ଡାକିଦେଲା।ଓଃ– ରେଣୁ ନିଜକୁ ସମ୍ଭାଳି ପାରୁନଥିଲା।
ଜେଜେମାର ପାଟି ଶୁଭିଲା —“ମୋ ରାଣୀ ମା ଆଜିର ପାଠପଢା ସରିଲା,ତ” ଚମକି ପଡି ରେଣୁ କବାଟ ଛାଡି ଭିତରକୁ ଗଲା।)
ରେଣୁ ସିନା ଘର ଭିତରେକୁ ଗଲା, ମନଟା ତା’ର ରହିଯାଇଥଥଲା ଘର ବାହାରେ।ତାକୁ ଲାଗୁଥିଲା ସତେ ଯେମିତି ସେ କିଛି ଗୋଟିଏ ଅମୂଲ୍ୟ ପଦାର୍ଥ ଘର ବାହାରେ ଛାଡିଦେଇଛି।କୌଣସି କାମରେ ତା ମନ ଲାଗୁନଥିଲା।ବାସନ୍ତୀ ସନ୍ଧ୍ୟା ଧୀରେ ଧୀରେ ତା ପଣତ ଲମ୍ବାଇ ଦେଉଥିଲା।ତରବର ହୋଇ ରେଣୁ ଗୋଡହାତ ଧୁଆଧୁଇ କରି ପୋଷାକ ବଦଳାଇ ଠାକୁରଘରକୁ ଗଲା।
ଠାକୁରଙ୍କୁ ହାତ ଯୋଡି କହୁଥିଲା “ହେ ପ୍ରଭୁ ମୋ ମନର ବିଚଳିତ ଅବସ୍ଥା ଦୂର କରିଦିଅ।ମୋ ଚିତ୍ତ ଚାଞ୍ଚଲ୍ୟକୁ ସ୍ଥିର କରିଦିଅ।”
ଜେଜେମା ପାଇଁ ଚା ବସାଇଲା ରେଣୁ।ଚା ଉତୁରି ଚୁଲିରେ ପଶିଲା ପରେ ତା ହୋସ୍ ଆସିଲା।ଓଃ ଏସବୁ କ’ଣ ହେଉଛି?ନିଜ ଉପରେ ବଡ ରାଗ ଆସିଲା।ଗୋଟାଏ ଉନ୍ମାଦନାମୟ ମହୁଆ ନିଶା ଯେମିତି ତା’ର ସମ୍ପୂର୍ଣ୍ଣ ସତ୍ତାକୁ ଆବୋରି ବସିଛି।ସେ ନିଶା କବଳରୁ ନିଜକୁ ସେ ମୁକ୍ତ କରିପାରୁନଥିଲା।ଜେଜେମା ନାତୁଣୀ ମିଶି ଯାଇତାଇ ରୋଷେଇ ସାରିଲେ।ବାପା ମଦଖଟିରୁ ଫେରି ଖିଆପିଆ ସାରି ଶୋଇପଡିଲେ।ରେଣୁର ବିଚଳିତ ଭାବ ତାଙ୍କ ଆଖିରେ ଧରାପଡିଲା ନାହିଁ କିନ୍ତୁ ଜେଜେମାର ଅନୁଭବୀ ଆଖିରୁ କିଛି ବାଦ୍ ପଡୁନଥିଲା।ରେଣୁର ତରଙ୍ଗ ତରଙ୍ଗ ଭାବ ଅନ୍ୟମନସ୍କତା ଜେଜେମା ଠିକ୍ ପଢିନେଲା। ” ମୋ ରାଣୀ,ତୋ ଦେହ ଭଲ ଅଛି, ତ !”ଜେଜେମା ପଚାରୁଥିଲା।ରେଣୁକୁ ଜେଜେମା ସବୁବେଳେ ରାଣୀ ବୋଲି ହିଁ ଡାକେ।ଜେଜେମାକୁ କି ଉତ୍ତର ବା ଦିଅନ୍ତା ରେଣୁ।ନିରୁତ୍ତର ରହିଲା।ରାତିରେ ରେଣୁ ସେହି ଯୁବକ କଥା ଭାବୁ ଭାବୁ ନିଦ ଆସିଗଲା।
ରେଣୁ ଉଡିବୁଲିଲା ସ୍ବପ୍ନ ରାଇଜରେ।
ଫୁଲେଇ ଫଗୁଣର ଗୋଟିଏ ଗୋଲାପି ସଞ୍ଜ।ଚତୁର୍ଦ୍ଦିଗରେ ଗୋଲାପି ଆଭା।ସୂର୍ଯ୍ୟ ମାଆ କୋଳରେ ମୁହଁ ଲୁଚାଇବାକୁ ଉଦ୍ୟତ।ବାସନ୍ତୀ ସନ୍ଧ୍ୟାଟା ମାଟିକୁ ଚୁମିବାକୁ ପ୍ରସ୍ତୁତ।କୋକିଳର କୂହୁତାନ ତଥାପି ଥମିନଥିଲା।ହଳଦୀ ବସନ୍ତ ତା ହଳଦିଆ ଡେଣା ଝାଡି ଦେଇ ଏଗଛରୂ ସେ ଗଛକୁ ଉଡିଯାଉଥିଲା।ଦଲକାଏ ବସନ୍ତ ପବନରେ ଚମ୍ପା, ମଲ୍ଲୀ,ଜୁଇ, ହେନା,ଅଶୋକର ବାସ ସହିତ ଆମ୍ବ ବଉଳର ଭୂରୁ ଭୁରୁ ସୁଗନ୍ଧ ତନୁ ମନ ଉଚ୍ଚାଟିତ କରୁଥିଲା।ପଳାଶ ,କୃଷ୍ଣଚୂଡା, ସିମିଳି ନାଲିକାଞ୍ଚନ ମଧୁମାଳତୀ ଆଦି ବୃନ୍ତ ଚ୍ୟୁତ ହୋଇ ରେଣୁ ଘର ଅଗଣାଟାକୁ ରକ୍ତ ବର୍ଣ୍ଣ କରିଦେଇଥିଲା।ଠିକ ଏହି ସମୟରେ ଶ୍ବେତ ବର୍ଣ୍ଣର ପକ୍ଷୀରାଜ ଅଶ୍ୱ ସେ ରକ୍ତ ବର୍ଣ୍ଣ ଗାଲିଚାର ଶୋଭାକୁ ବହୁଗୁଣିତ କରିଦେଲା।ପକ୍ଷୀରାଜ ଉପରେ ଏ ସୁଦର୍ଶନ ଯୁବକ କିଏ ?
ଏ ତ ସେଇ।ଯିଏ ତା ମନ ଚୋରାଇ ନେଇଛନ୍ତି। ପକ୍ଷୀରାଜ ଘୋଡାରେ ରାଜକୁମାର ବେଶରେ।ଚିକ୍ ମିକ୍ ସୁନା ଜରି ପୋଷାକ।ମୁଣ୍ଡରେ ହୀରା ନୀଳା ଖଚିତ କିରୀଟ।ଅଣ୍ଟାରେ କୋଷବଦ୍ଧ ଶାଣିତ ତରବାରୀ।ଆକର୍ଷଣୀୟ ଚେହେରା।
ଆଉ ଆଖିରେ !
ଆଖିରେ ଯୁଗ ଯୁଗର ଆମନ୍ତ୍ରଣ।ରେଣୁକୁ ଦୁଇ ହାତରେ ତୋଳି ନେଇ ପକ୍ଷୀରାଜ ଉପରେ ବସାଇଦେଲେ ରାଜକୁମାର।ସ୍ବପ୍ନରେ ବି ରେଣୁ ଦେହରେ ଶିହରଣ ଖେଳିଗଲା।ଜେଜେମା ଡାକଟା ସତ ହୋଇଗଲାକି ?ସେ ସତରେ ରାଣୀ ହୋଇଗଲା।ତା ଦେହସାରା ନାନାଦି ରତ୍ନ ଆଭୂଷଣ।ବିଭିନ୍ନ ରତ୍ନ ଖତିତ ତା ଓଢଣୀ ପବନରେ ସାଇଁ ସାଇଁ ଉଡୁଥିଲା।ପକ୍ଷୀରାଜ ନଦୀ ନାଳ ପର୍ବତ ସାଗର ଟପି ଉଡିଚାଲିଥିଲା।ତା’ର ଲଗାମ ଧରି ତାକୁ ନିୟନ୍ତ୍ରଣ କରିବାର କୌଣସି ଆବଶ୍ୟକତା ନଥିଲା।ତା ସବାର,ର ମନ ଜାଣି ସେ କେତେବେଳେ ତଳକୁ ଖସୁଥିଲା,ତ କେତେବେଳେ ଉପରକୁ ଉଠୁଥିଲା।କେତେବେଳେ ତା’ର ବେଗ ତୀବ୍ର ତ କେତେବେଳେ ମନ୍ଥର ହେଉଥିଲା।ସବୁଜ ଗ୍ରହ ନାମରେ ପରିଚିତ ଏକମାତ୍ର ଗ୍ରହ ଏଇ ପୃଥିବୀ; ସତରେ କେଡେ ସୁନ୍ଦର ! ପୃଥିବୀର ଶୋଭା ଅତୁଳନୀୟ ଅବର୍ଣ୍ଣନୀୟ।ରେଣୁ ହଜିଯାଉଥିଲା।ମଜ୍ଜି ଯାଉଥିଲା।ସେ ଦେଖୁଥିଲା କେଉଁ ନଦୀର ତୀରେ ତୀରେ କମଳା ଲେମ୍ବୁ ଗଛର ପ୍ରାବଲ୍ୟ।ବୃକ୍ଷ ନିପତିତ ପକ୍ବ କମଳା ନଦୀ ଜଳରେ ପ୍ରବାହିତ ହୋଇ ସମ୍ପୂର୍ଣ୍ଣ ନଦୀ ଜଳକୁ ନାରଙ୍ଗୀ ବର୍ଣ୍ଣ ବିଭାରେ ମଣ୍ଡିତ କରିଥିଲା।କେଉଁଠି ରକ୍ତ ବର୍ଣ୍ଣ ଫୁଲର ଝରା ପାଖୁଡାରେ ସିନ୍ଦୁର ଭଳି ରଙ୍ଗୀନ ଦୀର୍ଘ ପଥ ଧରଣୀ ମାଆର ସିନ୍ଥି ସିନ୍ଦୂର ଭଳି ପ୍ରତୀୟମାନ ହେଉଥିଲା।ଜହ୍ନ ଆଲୁଅରେ ଚିକ୍ ଚିକ୍ କରୁଥିବା ନଈରେ ହୀରା ଭଳି ଉଜ୍ଜ୍ୱଳ ମାଛ ଫକ୍ କି ଡେଇଁ ପଡି କହୁଥିଲା ” ମତେ ଦେଖ,ମତେ ଦେଖ୍ ।”
ହୀମାଦ୍ରୀର ବରଫାବୃତ ସଫେଦ ଶୁଭ୍ର ଶୃଙ୍ଗ ରାଜି ତା ମନରେ ଗଭୀର ପ୍ରଶାନ୍ତି ଉଦ୍ରେକ କରୁଥିଲା।ସାରା ପୃଥିବୀକୁ ପ୍ରଦକ୍ଷିଣ କରିବାର କାମନାଟା ରେଣୁ ମନରେ ଦିକ୍ ଦିକ୍ ହେଉଥିଲା।ପକ୍ଷୀରାଜ ବି ମନ ଜାଣି ତା କର୍ତ୍ତବ୍ୟ ପାଳନରେ ରତ ଥିଲା।ସେ କେତେବେଳେ ଜହ୍ନକୁ ଛୁଇଁ ଦେଉଥିଲାତ କେତେବେଳେ ତାରାମାନେ ରେଣୁକୁ କଣେଇ କଣେଇ ଚାହୁଁଥିଲେ।କି ଖୁସି ! କି ଆନନ୍ଦ ! ସାଙ୍ଗରେ ତାର ପ୍ରିୟତମ।କି ଡର ! କି ଭୟ ! ମନେ ମନେ ସେ ଭଗବାନଙ୍କୁ ପ୍ରାଥର୍ନା କରୁଥିଲା,” ଏ ରାତି ଟା ଅସରା ହୋଇ ଯାଆନ୍ତା କି।”ସାରା ସ୍ବର୍ଗରାଜ୍ୟ ତା ହାତମୁଠାରେ ଥିବା ଭଳି ଜଣାପଡୁଥିଲା।(କ୍ରମଶଃ)
🖌️🖌️🖌️🖌️🖌️🖌️
ମମତା ଶତପଥୀ
କେନ୍ଦ୍ରାପଡା

Loading

Leave a Reply

Your email address will not be published. Required fields are marked *