September 29, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଆଖିଏ ଲୁହ– କାହ୍ନୁ ଚରଣ ସାହୁ*

*ଆଖିଏ ଲୁହ*

ରାମ ବାବୁ ନିରୀହ ଚାହାଁଣୀରେ ଅପଲକ ଚାହିଁଥାନ୍ତି ପାଣିରେ ଭାସୁଥିବା ଚାଳଘରକୁ । କେବଳ ଘର ନୁହେଁ ଭାସୁଥାଏ, ଅନେକ ଦିନରୁ ସାଇତି ଥିବା ସ୍ବପ୍ନ । କେଜାଣି କାହିଁକି ପ୍ରକୃତି ଗରିବ, ଦିନମଜୁରିଆର ସ୍ବପ୍ନ ଭାଙ୍ଗେ, ବୋଧେ ଭାଙ୍ଗିବାକୁ ଭଲଲାଗେ ତାକୁ । ହେଲେ ବୁଝି ପାରେନି କ୍ରୁର ପ୍ରକୃତି ଗରିବ ଛାତିର କୋହ, ଝରି ଆସୁଥିବା ଆଖିଏ ଲୁହ ।

ପଲ୍ଲୀପୁର ଗାଆଁରେ ରାମ ବାବୁଙ୍କ ଘର । ରାମ ବାବୁ, ତାଙ୍କ ସ୍ତ୍ରୀ ରାଧା ଓ ଦୁଇ ପୁଅ ଝିଅକୁ ନେଇ ତାଙ୍କ ଟିକି ଦୁନିଆ । ପୁଅ ସତ୍ୟ, ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେଇଛି । ଝିଅ ନାଁ ସେବତୀ, ଦୁଇ ବର୍ଷ ହେଲା ଯୁକ୍ତ ଦୁଇ ସାରି ଘରେ ବସିଛି ।
ସାବି (ସେବତୀ) ଭଲ ପଢୁଥିଲା, ସେଥିପାଇଁ ରାମବାବୁ ଶକ୍ତିମତେ ଯୁକ୍ତଦୁଇ ଯାଏଁ ପଢ଼େଇଲେ ଓ ତା’ପରେ ଆର୍ଥିକ ଅବସ୍ଥା ଆଗକୁ ବଢ଼ିବାକୁ ଦେଲାନି । ସାବି ଦେଖିବାକୁ ସୁନ୍ଦର ଓ ଅନେକ ଗୁଣର ଅଧିକାରିଣୀ ।

ରାମବାବୁଙ୍କ ପରିବାର ଛୋଟ ପରିବାର ଓ ସୁଖୀ ପରିବାର । ରାମବାବୁ ଦିନ ମଜୁରୀଆ, ଯାହା ସେ ଅର୍ଜନ କରନ୍ତି ସେଥିରେ ପରିବାର କଷ୍ଟେମଷ୍ଟେ ଚଳିଯାଏ । ହେଲେ, ମହାମାରୀ କରୋନା ଯୋଗୁଁ କେଇଦିନ ହେଲା ମଜୁରୀରେ ଏପଟ ସେପଟ । କେବେ କାମ ମିଳେ ତ ଆଉ କେବେ ମିଳେନାହିଁ, କେବେ ପାଞ୍ଚଦିନ କାମ ହୁଏ ତ ଆଉ କେଉଁଥର ପନ୍ଦର ଦିନ ଘରେ ବସିବାକୁ ହୁଏ । ରାମ ବାବୁ ଓ ତାଙ୍କ ପତ୍ନୀ ଖୁବ ପରିଶ୍ରମୀ, ଯେବେ କାମ ମିଳେନି ଦୁହେଁ ଲାଗି ପଡନ୍ତି ଘରପଛ ଢ଼ିପ ଜମିରେ କିଛି ପନିପରିବା ଫଳେଇବାରେ ।

ପାଖ ଗାଁ ର ଜଣେ ଭଦ୍ରବ୍ୟକ୍ତି ତାଙ୍କ ପୁଅ ପାଇଁ ସାବିକୁ ବୋହୂ କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି । ସେବେଠୁ କିଛି ଅର୍ଥ ଯୋଗାଡ଼ କରିବାରେ ଲାଗି ପଡିଛନ୍ତି ରାମବାବୁ । ପ୍ରସ୍ତାବ ଆସିବା ପାରେ ଘରେ ସମସ୍ତେ ଯେତିକି ଖୁସି ତାଆଠୁ ଢେର ଅଧିକ ବ୍ୟସ୍ତ ଯୌତୁକ ଓ ବିବାହ ଖର୍ଚ୍ଚକୁ ନେଇ । ଠିକ ସେହି ସମୟରେ ପ୍ରକୃତିର କରାଳ ରୂପ ରାମବାବୁଙ୍କ ସୁନା ସପନ ଚୁନା କରିଦେଲା । ପ୍ରଖର ପବନରେ ଚାଳଘର ଛାତ ଉଡ଼ିଗଲା । ରାମବାବୁଙ୍କ ସ୍ବପ୍ନ ଏବେ ଭେଳା ଭେଳା ହେଇ ବଢ଼ି ପାଣିରେ ଭାସିବାକୁ ଲାଗିଲା । ବର୍ଷାର ସ୍ରୋତରେ ହୁଏ ତ ଆଖିରୁ ଝରି ଆସୁଥିବା ଲୁହର ଧାର ଦେଖି ହେଉନି କିନ୍ତୁ ସାଗର ରେ ପରିଣତ ହେବାର ସାମର୍ଥ୍ୟ ରହିଛି ।

କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ମୋ- 8249520880

Loading

Leave a Reply

Your email address will not be published. Required fields are marked *