ଶୀର୍ଷକ– ” ରାତି “
ରାତିକୁ ମୁଁ ଥରେ ନିରଳା ମୁହୂର୍ତ୍ତେ
ପଚାରିଲି ପ୍ରିୟା କଥା
ରାତିତ କହିଲା ସେ ନୁହେଁ ତୋହର
ମନେ ଭରିଦେଲା ବ୍ୟଥା !
ପୁଣି ପଚାରିଲି କିସ ପାଇଁ ସିଏ
ମୋର ସେ ହୋଇବ ନାହିଁ
ରାତିତ କହିଲା ତୋର ପ୍ରିୟା ମନେ
ତୋ ପ୍ରତି ଦରଦ ନାହିଁ !
ପଚାରିଲି ପୁଣି କେମିତି ଜାଣିଲ
ମୋର ପ୍ରିୟା ମନ କଥା
ରାତିତ କହିଲା ମୁଁ ଏକା ଦେଖିଛି
ତୋ ପ୍ରିୟାର କାରନାମା !
ସହରର ବତୀ ଲିଭିଗଲା ପରେ
ତୋ ପ୍ରିୟା ରାତିରେ ବୁଲେ
ଅନେକ ପୁରୁଷ ବନ୍ଧୁ ସଙ୍ଗେ ମିଶି
ନାଲି ପାଣି ସହ ଝୁଲେ !
ସେହିଦିନ ଠାରୁ “ଏ ରାତି ” ସହିତ
କେବେ କଥା ହୁଏ ନାହିଁ
ମନ କଥା ମୋର ହୃଦୟରେ ଚାପି
ରାତିକୁ ଦିଏ ମୁଁ ପାହି !
💐💐💐💐💐💐💐💐💐
ଅଜୟ କୁମାର ମଲିକ, ସହକାରୀ ଶିକ୍ଷକ, ଜୟପୁର , କୋରାପୁଟ.
Wonderful writing. Articles that have meaningful as well as
insightful web content are more enjoyable.