ରହିବ କି ପରାଧିନତା ସ୍ଵୀକାର କରି ?
ଶୁଣିଛି, ଶୁଣିଥିଲି ତୁ ପୂର୍ବ ସ୍ମୃତି
ଯେଵେ କରୁଥିଲେ ଅତ୍ୟାଚାର,
ସକାଳ, ଖରାବେଳ ଅବା ରାତି
କିଛି ଫରକ୍ ନ ଥିଲା ସେଠି,
ତଥାପି ଆହଟରେ ଥିଲା ତୁମ ସ୍ଥିତି।
ରକ୍ତ ଆଉ ମାଂସର ଶରୀର,
ସହୁଥିଲା ସିନା ସବୁ ଅତ୍ୟାଚାର,
ମନ ଆଉ ବିବେକ ସମର୍ପିଥିଲ
ପ୍ରତିକ୍ଷିତ ଭାରତମାତାର କୋଳକୁ,।
ଲଢିଥିଲ ଏକାଠି ସବୁ ଭାରତୀୟ
ତୁମ ଯାଗାରେ ତୁମ ଜିନିଷର
ବ୍ୟବହାର କରି କରିଲେ ଭୟଭୀତ,
ଅହିଂସାର ତୀକ୍ଷ୍ଣ ତରବାରୀ କାଢି,
ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ସ୍ପର୍ଶ କରି,
ପାଗଳ ହୋଇଥିଲ ହେବାକୁ ସ୍ବାଧିନ।
କିନ୍ତୁ ଆଜି !! ଭୁଲୁଣ୍ଠିତ ହେଉଛ କାହିଁ,
ସ୍ବାର୍ଥ ଚିନ୍ତାକରି ଧନକୁ ଅନ୍ୟଠି ଥୋଇ,
କର୍ମ କୌଶଳକୁ ଅନ୍ୟ ଦେଶରେ ଲଗାଇ,
ନିଜ ଦେଶରୁ ଧିରେ ଯାଉଛ ଦୂରେଇ,
ପୁଣି କ’ଣ ରହିବ ପରାଧିନତା ସ୍ଵୀକାର କରି ??
ଆଜି ବି ରେବତୀ କାନ୍ଦୁଛି କଇଁ କଇଁ,
ଯାଜ୍ଞସେନୀକୁ ରକ୍ଷା କରିବାକୁ କେହି ନାହିଁ,
ଦୁର୍ଯ୍ୟୋଧନ ଦୁଃଶାସନ ରାଜ୍ କରନ୍ତି,
ସୀତାମାତାଙ୍କ ପାଇଁ ଭୂମି ମଧ୍ୟ ନାହିଁ।
ଭକ୍ତଙ୍କ ପାଇଁ ମନ୍ଦିର ଯାଇଛି ବନ୍ଦ ହୋଇ,
ରହିବ କି ପୁଣି ପରାଧିନତା ସ୍ଵୀକାର କରି ???
କଳ୍ପନା ରାୟ
ଲଇଡା,ସମ୍ବଲପୁର