#ଛିଃ_ବାମାବାଦର_ଭାସ୍କୋଡ଼ାଗାମା
**************************
ମହାନ ଆର୍ଯ୍ୟମାଟିର ଦାକ୍ଷିଣାତ୍ୟକୁ
ଛୁଉଁ ଛୁଉଁ ଶେଷଥର ଲାଗି
ଭୃତ୍ୟ ଆଗନ୍ତୁକଟି ପଢ଼ି ନେଉଥିଲା
ଧର୍ମ ଠିକାଦାରର ଆଦେଶଯୁକ୍ତ ଅନୁମତିନାମା
ତଥାକଥିତ ମହାମହିମ ପୋପ୍ ର
ସର୍ବକାଳୀନ ଘୃଣ୍ୟ ଷଡ଼ଯନ୍ତ୍ରର ଉଦ୍ଘୋଷ..!!

ନିଜ ଧୁର୍ତ୍ତପଣର ଶ୍ରେଷ୍ଠତା ଜାହିର୍ କର
ଭୀଷଣ ରକ୍ତପାତ କର, ଛଳ କର, କପଟ କର,
ବିଶ୍ୱାସରେ ବିଷ ଉପହାର ଦେଇ
ଜଣ ଜଣଙ୍କୁ ଅନ୍ତିମ ନିଦରେ ଶୋଇଦିଅ..!

ଯୋର ଯାର ମୁଳକ ହିଁ ତା’ର …
“‘ଲୁଣ୍ଠନ କରିନିଅ…ପୃଥିବୀ ପୂର୍ବଭାଗର
ସମସ୍ତ ପ୍ରାଚୁର୍ଯ୍ୟ..!'”

ତା’ପରେ, … ଲମ୍ବି ଆସୁଥିଲା
ୟୁରୋପର ପଶ୍ଚିମରୁ ସିନ୍ଧୁଘାଟିର ଆର୍ଯ୍ୟମାଟି ପର୍ଯ୍ୟନ୍ତ
ଦଳଦଳ ଲୁଣ୍ଠନକାରୀ ଓ ଶୈତାନରେ ଭର୍ତ୍ତି ଜାହାଜ,,
ଦଳପତି ସାଜି ବିକଟାଳ ହସରେ
ଆଗେଇ ଆସୁଥିଲା ଉକ୍ତ ଭୃତ୍ୟ ଆଗନ୍ତୁକ..!

ଆର୍ଯ୍ୟ ଭୂଖଣ୍ଡରେ ପାଦ ଦେଉ ଦେଉ
ବାଉଁଶନଳ ଭଳି ତା’ ମଥା ଉପର ସୁଉଚ୍ଚ ଟୋପିରେ
ଲୁଚେଇ ଦେଇଥିଲା ସିଏ ନିଜ ହିଂସ୍ର ଚେହେରା ,,
କପାଳ ଉପରକୁ ଟୋପିଟିକୁ ଝୁଙ୍କେଇ ଦେଇଥିଲା ସିଏ
ଯେମିତି କେବେ ଭୁଲରେ ଆତ୍ମପ୍ରକାଶ ନ’ହୁଏ
ନିଜ ଆଖିରେ ଝଲସୁଥିବା ଅମାପ କୁତ୍ସିତ ଛଳନା..!

“‘ଅତିଥି ଦେବୋ ଭଵଃ”‘ ମନ୍ତ୍ରରେ
ଆଦି କାଳରୁ ଦୀକ୍ଷିତ ଆର୍ଯ୍ୟ
ଅଵଶ୍ୟମ୍ଭାବି ନିଜ ଲାସ୍ ଉପରେ ପାଛୋଟି ନେଉଥିଲା
ଲୋଲୁପ ଦୃଷ୍ଟିଧାରୀ ଶୃଗାଳଗଣଙ୍କୁ…
ହଁ ଏଇତ ଅବଶୋଷ
ସନାତନି ଆର୍ଯ୍ୟ କପଟତା ଜାଣିପାରେ
ଅଥଚ କପଟତା ଆଚରଣ କରେନାହିଁ, କି
କେବେ ବୁଝି ପାରେନାହିଁ…।

ଖୋଦ୍ ଈଶ୍ୱର ବିସ୍ମୟାଭିଭୁତ ଦେଖୁଥିଲେ
ତାଙ୍କ ଈଶ୍ୱରତ୍ବ ଆଜି ହାର ମାନୁଥିଲା
ପ୍ରିୟ ସନ୍ତାନର “ସର୍ବଂସହା” ଅତିଥିଚର୍ଯ୍ୟା ଆଗରେ ।

ତା’ ପରେ…
ଛାଇଆସେ…ଘୋର ଅନ୍ଧକାର…
ଛଳନା ଓ କପଟତାର ଆଢୁଆଳରେ ଲୁଚିଯାଏ ସୂର୍ଯ୍ୟ
ମହାନ ସୂର୍ଯ୍ୟ ଉପାସକଙ୍କ ଆକାଶରେ..!!!

ଧର୍ମ ଓ ବିଶ୍ୱାସର ମାଟି ରକ୍ତରଞ୍ଜିତ ହୁଏ
ନିରୀହ ଅଗଣିତ ଆର୍ଯ୍ୟଙ୍କ ଲହୁରେ,,
ପୈଶାଚିକ ଲୁଟତରାଜର ବିଭତ୍ସ କାରନାମାରେ
ବୋଝେଇ ହେଉଥାଏ
ସୁବର୍ଣ୍ଣ ପକ୍ଷୀର ପ୍ରାଚୁର୍ଯ୍ୟମୟ ଖଣ୍ଡଖଣ୍ଡ ଶରୀର
ପଶ୍ଚିମକୁ ପ୍ରତ୍ୟାବର୍ତ୍ତନ କରୁଥିବା
ଶୈତାନକଙ୍କ ଜାହାଜରେ..!!

ଦଳପତି ଲୁଟୁଥିଲା
ଚଉଦଶ ଶତାଦ୍ଦୀର ଚତୁର୍ଥତମ ଲୁଟ୍
ବିଶ୍ୱାସର ହତ୍ୟାରେ ମ୍ରିୟମାଣ ଆର୍ଯ୍ୟ
କ୍ରମଶଃ ଦିଶୁଥିଲା ସମ୍ପୂର୍ଣ୍ଣ ତଟସ୍ଥ…
ଏ ସବୁ ଏଥରକ ତାକୁ ଦେହସୁହା ହେଲାଣି
କାହିଁ ଯେ ସେଥିରେ କିଛି ନୂତନତ୍ୱ..!

ଆର୍ଯ୍ୟ ଆଖି ସାମ୍ନାରେ
ଫେରି ଯାଉଥିଲା ଦଳପତି…
ତା’ ଜାହାଜରେ ଫରଫର ଉଡୁଥିଲା
ଲାଲ ରଙ୍ଗରେ ପରିବର୍ତ୍ତିତ ପୂର୍ବର ସଫେଦ ଧ୍ୱଜ !
ବୋହି ନେଇଯାଉଥିଲା ସିଏ
ପର୍ବତ ପ୍ରମାଣର ଲୁଣ୍ଠିତ ପ୍ରାଚୁର୍ଯ୍ୟ ଓ କୁଢ଼କୁଢ଼ ଶବ
ପଛରେ ଛାଡି଼ଦେଇ ଯାଉଥିଲା
ସିନ୍ଧୁଘାଟିରେ ମଣିଷ ପ୍ରତି ମଣିଷର ଘନ ଅବିଶ୍ୱାସ
ଏବଂ ସେମାନଙ୍କ ପାପାଚାରରୁ ଜନ୍ମିତ
ହଜାର ହଜାର ବାମପନ୍ଥୀ ଖଳକାମୀ ରକ୍ତବୀର୍ଯ୍ୟ ।

ଯେଉଁ ଜାହାଜର ଦିଗବାରେଣି ଯନ୍ତ୍ରରୁ
ଠପ ଠପ ଖସି ପଡୁଥିଲା ମଣିଷର ରକ୍ତ
ତାହା କେମିତି ହୋଇପାରେ ଅବିଷ୍କାରକର ଜାହାଜ..??
ଯେଉଁ କପ୍ତାନର ଜିଭ ଦାନ୍ତରେ ଲାଗିଥିଲା
ମଣିଷ ଦେହର ତଟକା ମାଂସ ରକ୍ତ
ସେ ଦଳପତି କପ୍ତାନ ପୁଣି ଇତିହାସରେ
ଆଜି କେମିତି ସାଜିଛି ଆବିଷ୍କାରକ..!??

ହଁ ଏଇତ କଳେ ବଳେ କୌଶଳେ
ବାମାବାଦୀ ଜାରଜ ଐତିହାସିକଙ୍କ ପିତୃଋଣ ପରିଶୋଧ !!
ବାମାବାଦୀ ଧଣ୍ଡର କଲମ ହିଁ ଲେଖିପାରେ
ଲୁଣ୍ଠନକାରୀକୁ ଆବିଷ୍କାରକ ।

ମୁଁ ଦିନେ ଖୋଜିବାକୁ ଯିବି ନିଶ୍ଚୟ
ପଶ୍ଚିମ ୟୁରୋପର ଲିସବନ୍ କୁ
ଯେଉଁଠି ମିଛ ଆବିଷ୍କାରକର ମୁଖା ପିନ୍ଧି
ମିଛ ସୁନାମ ଓ ପ୍ରାଚୁର୍ଯ୍ୟର କଫିନ୍ ଘରେ
ଶଇତାନଟିଏ ବେଶ୍ ଆରାମରେ ଶୋଇଛି ।

ସାଙ୍ଗରେ ମୋର ଟିକିଟିକି କରି ଚିରି ଆଣିଥିବି
ଶୈତାନ ନାମରେ ଲେଖା ଯାଇଥିବା
ବାମାବାଦୀ ଇତିହାସର ମିଛ ପ୍ରଶଂସା ଫର୍ଦ୍ଦ
ପରିବର୍ତ୍ତନର ଶେଷ ସନ୍ଧ୍ୟା ପୂର୍ବରୁ
କଫିନରେ ରଖିଦେଇ
ଫର୍ଦ୍ଦଫର୍ଦ୍ଦ ସେହି କଳା କାର୍ନାମା ସବୁକୁ
ମୋତେ କବର ସାଙ୍ଗେ ଜାଳିଦେବାକୁ ହେବ ।

ଦେଖିବ, ତା’ ପରଦିନ
ନୂତନ ସୂର୍ଯ୍ୟ ଉଇଁଲା ବେଳକୁ
ଅଦ୍ଭୁତ ପରିବର୍ତ୍ତନ ସବୁଠି ଜଳଜଳ ସ୍ପଷ୍ଟ ଦିଶୁଥିବ
ନିଷ୍ଫେଷିତ ମଣିଷ ସଭ୍ୟତା ହସିହସି ପୁନଃ ଜୀଇଁ ଉଠୁଥିବ
ନୂତନ ମହାଭାରତୀୟ-ବିଶ୍ୱ-ଇତିହାସ ରେ
ସତ୍ କଲମ ଦୁଇଟି ନୂତନ ଅଧ୍ୟାୟକୁ ଲେଖିବ…

ପ୍ରଥମ : …
ଛିଃ ଜାରଜ ବାମାବାଦ…
ଦ୍ଵିତୀୟ : …ø
‘ଭାସ୍କୋଡ଼ାଗାମା’ ଏକ ଧର୍ମାନ୍ଧ ସାମୁଦ୍ରିକ ‘ଡକାୟତ’…।

#ଜ୍ଞାନେନ୍ଦ୍ର ପଣ୍ଡା..✍️

 161 total views,  2 views today

Leave a Reply

Your email address will not be published. Required fields are marked *