#ମୋ ଫୋନ୍#
ପ୍ରିୟ ସେ…. ଅତି ଆପଣାର
ନିସ୍ତବଦ୍ଧ ଅନ୍ଧାର ହେଉ
ବ୍ୟସ୍ତତାରେ
ନିସଙ୍ଗତ ପଥ କ୍ଲାନରେ
ଛାଇ ପରି ମୋ ସାଥିରେ
ଅହରହ
ହାତକୁ ଜାବୁଡ଼ି ଧରି, ଗେଲ୍ହେ
କଥାକହେ.. ଫୋନ୍ ମୋର
ଯେମିତି ସେ ମୋ ରକ୍ତର
ଆସିଛି କହିବାକୁ
ପୂର୍ବଜନ୍ମେ ଥିଲି ବୋଲି
ସହୋଦର ତୋର ।
ସୁଖେ ଦୁଃଖେ ପ୍ରତିକ୍ଷଣେ
ଉପଯୋଗୀ
ବାହାର, ଭିତର ଅବା ଘରର
ପାଣିପାଗ କୃଷି ସୂଚନାର
ଦେଶୀ ବିଦେଶୀ ଖବର
କହୁଥାଏ ନିରନ୍ତର
ଫୋନ୍ ମୋର ,,,,,
ନିର୍ଜୀବ ନୁହେଁ ସେ କି ଦୁର୍ବଳ
ଅବିଶ୍ରାମେ କ୍ଲାନ୍ତ ହୀନ
ଦୁର୍ବାର ଗତିରେ
ଚାଲେ ମୋ ପାଦରେ
ତା’ବିନୁ ଭାଙ୍ଗି ପଡ଼େଁ
ଶକ୍ତି ହୀନ ହୋଇ
ଇତସ୍ତତ ହୁଏ ପାପୁଲି ଟା
ବ୍ୟସ୍ତ ରହେ ଖୋଜିବାରେ ।
ମୋ ଫୋନ୍… ଡାଏରୀ
କଳ୍ପନା ରାଇଜ ପରୀ
ସବୁଠୁ ଭାରି ,ସାଇତିଛି ଏଠି
ସ୍ମୃତି ସବୁ ଗଢ଼ି
କାହାକୁ ଦିଏଁନି
ଚୋରରୁ ରଖିଛି ଡରି ।।
ଶ୍ରୀପଦ୍ମନ ରଣା
ଗୌଡ଼ମାଲ (ଝାରବନ୍ଧ)
ବରଗଡ଼
283 total views, 1 views today