✨ *ପୁରୁଣା କୁ ଦେଇ ବିଦାୟ* ✨
ହସ,ଲୁହ ଅବା
ସୁଖ,ଦୁଃଖ ହେଉ
ଦେଇଗଲା ଯାହା ଆମକୁ,
ଭୁଲିଯାଇ ନୂଆ
ଆରମ୍ଭ କରିବା
ଦୋଷ ଦେବାନାହିଁ କାହାକୁ ||
ଭଲ ଅବା ମନ୍ଦ
ଚାଲିଗଲା ଯାହା
ଫେରିବନି ଆଉ ଏବେ,
ଭଲ ପାଇଁ ଖୁସି
ମନ୍ଦ ପାଇଁ ଦୁଃଖ
କରିବାନି ତେଣୁ କେବେ ||
ମନୁ ପୋଛି ଦେଇ
ପୁରୁଣା ବର୍ଷର
ବିତିଯାଇଥିବା ସମୟ,
ସ୍ୱାଗତ କରିବା
ନୂତନ ବର୍ଷକୁ
ପୁରୁଣା କୁ ଦେଇ ବିଦାୟ ||
ପୁରାତନ ସ୍ମୃତି
ସାଇତି ରଖିବା
ମନର ଫରୁଆ ଭିତରେ,
ନୂଆ ଅନୁଭୂତି
ସାଉଁଟିବା ପୁଣି
ଆଗାମୀ ନୂତନ ବର୍ଷରେ ||
=================
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ