ପ୍ରେମ କେବେ ନୁହଁ ମିଛ କି ଶୁଖିଲା
ପ୍ରେମର ସବୁଜିମା ବହଳରେ ହୃଦୟ ଆବୃତ୍ତ
କେତେ ଜନ୍ମ ପୂଣ୍ୟରୁ ପ୍ରାପ୍ତି,ପ୍ରେମ ମନ୍ଦାକିନୀ ଧାରା
ଦୁନିଆରେ ସବୁଠୁଁ ଦୁର୍ଲ୍ଲଭ ଅମୂଲ୍ୟ ପ୍ରେମ
ପ୍ରେମ କେବେ ନୁହଁ ମିଛ କି ଶୁଖିଲା
ସେତ ସଜ ସକାଳର ଶିକ୍ତ କାକର ଟୋପା
ରୁଦ୍ର ଗ୍ରୀଷ୍ମର କଙ୍କର ଭୂମୀରେ ତରୁର ଶୀତଳ ଛାୟା
ତପ୍ତ ମରୁର ବୁକୁରେ ତୁମେତ ଛୁଟାଓ ତଟିନୀ ମାୟା
ସେ ରୂପସୀ ରାଗିଣୀ ଅଳକାନନ୍ଦା ରାଧାଙ୍କ
ଶାଶ୍ୱତ ଚୀର ପ୍ରେମ କୃଷ୍ଣ ଙ୍କ ପ୍ରତି ହେଉ
ସ୍ନିଗ୍ଦ ଶୀତଳ ନିବିଡ଼ ପଣର ପ୍ରେମ
ନିଷ୍ପପାପ କଇଁ ସହ ଜହ୍ନର..
ଚେତନାର ଚିତ୍ରପଟ୍ଟରେ ମାତୃର ବାତ୍ସଲ୍ୟ ପ୍ରେମ
ପ୍ରାଚୀ କୋଳରେ ବାଳ ରବିଙ୍କର ପାଟଳ ଅରୁଣ ଛିଟା
ତୁମେତ ଫୁଟାଅ ମନ କନାନାରେ ପ୍ରୀତିର ପାରିଜାତ
ଗୋଧୂଳି ଲଗ୍ନେ ତୁମେ ଉପମାର ରମ୍ୟ ରସ
ପ୍ରେମମୟ ଭକ୍ତି ଶରଣା ଗତି ଲଭେ
ପ୍ରେମର ଉପମା ବସୁନ୍ଧରା, ଚୀର ଶାଶ୍ୱତ
ଜୀବନ ଗଣିତ, ପ୍ରେମ ସୂତ୍ରରେ କଷି ଜାଣିଲେ ସୁନ୍ଦର
ଜୀବନ ବଇଁଶୀ ପ୍ରେମରେ ବଜାଇ
ମିଳେ ସବୁଜ ସଂଯୋଗର ସମ୍ଭାବନା
ଅନୁରାଗ ବିନା ପ୍ରେମ ଅସମ୍ଭବ
ପ୍ରେମ ବିନା ଶନ୍ତି ନାହିଁ,ପ୍ରେମ ହିଁ ମୁକ୍ତିର ଦ୍ୱାର
ସେହି ପ୍ରେମ ପରା ଅଗମ୍ୟ ଅଭେଦ୍ୟ
ସକଳ ପ୍ରାଣୀଙ୍କ ହୃଦୟରେ ବିରାଜିତ
ହଁ,ସେ ମିଛନୁହଁ…
ଏକ ଆସନ୍ନ ସୁର୍ଯ୍ୟଦୟର ପୁଲକିତ ଗାଥା
ମୀରା ପ୍ରେମର ଉଷୁମ ସେହେନାଇ
ବିଦଗ୍ଧ କୃଷ୍ଣ ହୃଦ କଲା ବାଇ
ଏକ ପ୍ରତିଶ୍ରୁତି ମୁକ୍ତିଝରା ଛନ୍ଦ
ପୂର୍ଣ୍ଣ ପରିଧିର ମେଞ୍ଚାଏ ଆନନ୍ଦ
ବିଭୋର ହୁଏ ରୂପସୀ ରଜନୀ
ଅଙ୍ଗେ ଅଙ୍ଗେ ଭାରି ପ୍ରେମଶିକ୍ତ ରବିରଶ୍ମୀ
ପ୍ରିୟା, ତୁମେ ପୁଲକର ଯାଦୁ ସୃଷ୍ଟି କରି
ଜୀବନର ଛନ୍ଦଲୟ କୁ ଭରିଲ ସୁଗନ୍ଧିତ ପ୍ରେମରେ
ବିଶ୍ୱାସ ବଳୟରେ ତଲ୍ଲୀନ ମୋ ତନୁ
ପ୍ରେମ ହୁଏ ପ୍ରଗଳଭା ଶିକ୍ତ ସିନ୍ଦୁରେ
ଅସୁମାରୀ ପୁଲକର ଗୁଞ୍ଜନ
ନିସର୍ତ୍ତ ସୁରକ୍ଷିତ ଛାୟା ପଥର ପ୍ରସ୍ଫୁଟିତ ଦୃଶ୍ୟ ରାଜି
ଏକ ଅମୃତତ୍ୱର ପରିଭାଷା
ଉମରକୋଟ,ନବରଙ୍ଗପୁର