ଓଁଶ୍ରୀ
–(ପ୍ରେମ କେବେନୁହଁ ମିଛ କି ଶୁଖିଲା)–
ପ୍ରେମ ବୋଲି ଯେଉଁ ଶବ୍ଦଟି ଅଟଇ ଚାରୋଟି ଅକ୍ଷର ସେହି
ସଂସାର ମଧ୍ୟରେ ତା’ଠାରୁତ ଆଉ ପବିତ୍ର ଚିଜଟେ ନାହିଁ।
ମାତା ପୁତ୍ର ପ୍ରେମ ପିତା ପୁତ୍ର ପ୍ରେମ ଭାଇ ଭଉଣୀଙ୍କ ପ୍ରେମ
ପଶୁପକ୍ଷୀ ପ୍ରେମ ଭକ୍ତ ଭଗବାନ ପ୍ରେମରେ ନଥାଏ କାମ।
ପ୍ରେମତ ଶାସ୍ଵତ ଅତ୍ୟନ୍ତ ପବିତ୍ର ପ୍ରେମରେ ପୂର୍ଣ୍ଣ ଜଗତ
ରବି ସୋମ ଦୁଇ ଗଗନରେ ରହି ପ୍ରେମରେ ସେହୁ ଜଡ଼ିତ।
ପଙ୍କଜ କୁମୁଦ ପ୍ରେମରେ ସେ ମୋଦ ସରସୀରେ ୟାଙ୍କ ବାସ
ଅନାବିଳ ପ୍ରେମ ବନ୍ଧନ ଅତୁଟ ଦର୍ଶନେ ଲଭେ ସନ୍ତୋଷ।
ପ୍ରେମ ମଧ୍ୟେ ଯେବେ ସ୍ଵାର୍ଥ ପଶିଆସେ ହୋଇଯାଏ ସେହୁ କାମ
ସ୍ଵାର୍ଥେ ଅନ୍ଧହୋଇ ସବୁ ଭୁଲିଯାଇ ବୁଦ୍ଧିତା ହୁଅଇ ବାମ।
ପ୍ରେମଟି ନିଷ୍କାମ ନଥାଏଟି କାମ ଅଜ୍ଞାନୀ ବୁଝିବେ କାହିଁ
ପ୍ରେମର ନାମରେ କଳଙ୍କ ରଚେରେ ହିତାହିତ ଭୁଲିଯାଇ।
ରାଧା ମୀରା ପ୍ରେମ କେଦାର ଗଉରୀ ପ୍ରେମ କେବେନୁହେ ମିଛ
ଅନାବିଳ ପ୍ରେମ ଅନନ୍ତ ଅସୀମ ସକାମ ପ୍ରେମଟି ତୁଚ୍ଛ।
*******************
(ଦେବମାୟା ଭବନ, ଶେରଗଡ଼, ଗଞ୍ଜାମ।)
#୯୭୭୬୪୮୬୬୨୮#