#ପ୍ରେମ_ଏକ_ଯୁଦ୍ଧ
•••••••••••••••

ବାସ୍ ଟିକେ ବିଶ୍ୱାସ ର ଟୀକା ପିନ୍ଧିଦିଅ
ହାତରେ ହାତ ଛନ୍ଦି ପ୍ରତିଜ୍ଞାର ଗଣ୍ଠି ପକେଇଦିଅ
ନୀଳ ଆକାଶ ହସିବ ନୀଳ ସମୁଦ୍ର କାନ୍ଦିବ
ତମେ ହାରିଗଲେ…… ||

ପ୍ରେମର ବିଜୟ ହୃଦୟର ଜୟ
ହାତରେ ସମ୍ପର୍କର ତରବାରୀ
ଶିର ଛେଦନ କର ଅହଂକାର ରୂପୀ ରାକ୍ଷସର
ମୁଁ ଜିତି ଯାଇପାରେ ପ୍ରେମ ସାମ୍ରାଜ୍ୟ କୁ
ବିଶ୍ୱାସଘାତକକୁ ବନ୍ଦୀ କରି…… ||

ହୃଦୟରେ ପ୍ରଣୟ ଦୁନ୍ଦୁଭି ବଜେଇ ଦିଅ
ସଙ୍ଗୀତର ମୂର୍ଚ୍ଛନା ରେ ଦିଅ ରଣ ହୁଂକାର,
ହାତରେ ଗୋଲାପର ଭାଲା ଧରି
ଆରମ୍ଭ କର ପ୍ରେମ ଯୁଦ୍ଧ….. ||

ତା ହସରେ ଅମୃତର ପବିତ୍ର ଧାରା
କେତେବେଳେ ବିଷ କଳସ ଭରା
ତମେ ଅଜ୍ଞାତ,ମୃତ୍ୟୁ ର ଶେଯ କିମ୍ବା ତୂଳିତଳ୍ପ ଶଯ୍ୟା
କେତେବେଳେ ହେଇପାର ଗୃହ ବନ୍ଦୀ… ||

ଯୁଦ୍ଧ କ୍ଷେତ୍ରରେ ଆସିପାରେ କଳାହାଣ୍ଡି ମେଘ
ପ୍ରେମର ଗରମ ଦେହରେ ଥରି ଯାଉ କ୍ଷେତ୍ର
ଆଖିର ଧନୁରେ ଛାଡିପାରେ ପ୍ରେମ ଶର
ତମେ ଆହତ, ହେଇପାର ମୂର୍ଛିତ !
ଭ୍ରମର ପ୍ରାୟ କମଳ ମଧ୍ୟରେ ହେଇପାର ଆବଦ୍ଧ
ପ୍ରେମକୁ କର ସିଦ୍ଧ!
ପ୍ରେମ ଏକ ଯୁଦ୍ଧ….. ||


-ପ୍ରସନ୍ନ କୁମାର
ରାଜକନିକା

 70 total views,  1 views today

Leave a Reply

Your email address will not be published. Required fields are marked *