ପ୍ରଭାତ
*****************
ବାଳୁତ ସୁରୁଜ ପୂରୁବ ଆକାଶେ
ଆସିଲେଣି ହସି ହସି
ଶିଶିର ବୁନ୍ଦାରେ ସୁବୁଜ ଘାସ ଗାଲିଚା
ହେଉଛନ୍ତି ଅପୂର୍ବ ଖୁସି ।।
ଛଡା ଜଳ ଛିଞ୍ଚି ଝାଡୁ କରୁଅଛି
ମା ମୋ ଗୋବାରେ ଲୁପୁଛି ଦୁଆର
ବାସି ଚୁଲିରେ ମୁଣ୍ଡୁଳା ଦେଇ କରି
ଜଗନ୍ନାଥଙ୍କୁ କରୁଛି ଜୁହାର ।।
କାକ ପିକ ପୁଣି କ୍ଷୁଦ୍ର କୀଟ ଯାଏଁ
ଯାଇଛନ୍ତି ସର୍ବେ ଜାଗି
କୁସୁମ ମଧ୍ୟରୁ ମହୁ ଶୋଷିବାରେ
ପ୍ରଜାପତି ହୋଇଛି ଭାଗି ।।
ଦୂର ମନ୍ଦିରୁ ଶୁଭୁଛି ଘଣ୍ଟ ହୁଳହୁଳି
ଶଦ୍ଦେ ପୁଲ୍ଲକିତ ହେଉଛି ଜଗତ
ପ୍ରଭାତ କାଳରେ ଶୁଭ ମନାସିଣ
ଖୁସି ହେଉଛନ୍ତି ଭକତ ।।
ସାରା ଜଗତଟା ଚଳଚଞ୍ଚଳ ହୋଇଛି
ସଭିଏଁ ଯିବେ ନିଜ କର୍ମ ପଥେ
କଷ୍ଟ ଦୁଃଖ କରି ଧନ ସଂଗ୍ରହ କରିବେ
ମନେ ଆଶା ସଂଚାରିଛି କେତେ ।।
ମନସ୍ଵିନୀ ମିଶ୍ର
ରାଜକନିକା , କେନ୍ଦ୍ରାପଡ଼ା
Actually nice blog site post as well as helpful.
Please update more often because I actually enjoy your short
articles. Thanks!
Jeg har funnet fine blogginnlegg her. Jeg liker måten du forklare.
Så perfekt!
Having read this I thought it was extremely informative.
I appreciate you finding the time and energy to
put this article together.
I once again find myself personally spending a
significant amount of time both reading and posting comments.
But so what, it was still worthwhile!