ପ୍ରଥମାଷ୍ଟମୀ
*********
ନାରୀ ଜନମ ମୋ’ ସାର୍ଥକ କରିଲୁ
ଦେଇ କୋମଳ ପରସ
ଶୂନ୍ୟ ଗର୍ଭ ମୋ’ର ପୂର୍ଣ୍ଣ କରିଦେଇ
ଭରିଲୁ ଓଠେ ହରସ।
କେତେ ମାନସିକ ବ୍ରତ ପୂଜା ଫଳ
ତୁହି ମୋ ଗେହ୍ଲେଇ ଧନ
ତୋ ପାଇଁ ସୁନ୍ଦର ଲାଗଇ ଆଜି ଏ
ପ୍ରଥମାଷ୍ଟମୀର ଦିନ।
ହେମନ୍ତ ଛୁଇଁଲା ଧରଣୀ ବକ୍ଷକୁ
ମଗୁଶିର ଆସିଗଲା
ଅଷ୍ଟମୀ ତିଥିରେ ହଳଦୀ ପତର
ବାସ ଚହଟି ଉଠିଲା।
ସୁମରଣା କରି ମାଆ ମହାଲକ୍ଷ୍ମୀ
ଆଙ୍କିଛି ସୁନ୍ଦର ଝୋଟି
ବନ୍ଦାଣ ଥାଳିରେ ଯତନେ ରଖିଛି
ଫୁଲ,ଦୂବ ଗୋଟି ଗୋଟି।
ଅକ୍ଷତ,ଚନ୍ଦନ, ସିନ୍ଦୂର ସହିତ
ଜାଳି ଘିଅର ଦିପାଳୀ
ପୂର୍ଣ୍ଣ କୁମ୍ଭ ଥୋଇ ମଣ୍ଡା ଏଣ୍ଡୁରିରେ
ସଜାଇ ରଖିଛି ଥାଳି।
ପରିଧାନ କରାଇ ନୂତନ ବସ୍ତ୍ର
ବସାଇ ଦେବି ଆସନେ
ତିଳକ ଲଗାଇ ବନ୍ଦାଣ କରିବି
ଅତି ଆନନ୍ଦିତ ମନେ।
ଶରଧାରେ ପୂଜା ପିଠାକୁ ଖୁଆଇ
ଦେବି ତତେ ଶୁଭାଶିଷ
ଷଠି ମାତା ସଦା ସହାୟ ହୁଅନ୍ତୁ
ଦେଇ ସହସ୍ର ଆୟୁଷ।
ସୁଖ, ଶାନ୍ତି, ଯଶ, ସୌଭାଗ୍ୟ, କିରତି
ପାଇ ମୋ’ ସୁନା ଦୁହିତା
ଏ ସଂସାର ମଞ୍ଚେ ଅରଜି ସମ୍ମାନ
ହୁଅ ତୁ ଜଗତଜିତା।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ
Awsome site! I am loving it!! Will be back later to read some more. I am taking your feeds also. Kala Isacco Harald
best suited article