ପ୍ରଥମ ପ୍ରେମ
ଝିଅ- କାହିଁକି ଆସିଲ ସାଥି
ଏହି ମୋ ଜୀବନେ
ଜାଣେନି ,ବୁଝେନି କିଛି
ଦୁନିଆର ମାନେ…..(୧)
ପୁଅ- ଦେବି ବହୁ ସ୍ନେହ ଶ୍ରଦ୍ଧା
କରିବିନି ଘୃଣା
ଦେଖାଇବି ଏ ଦୁନିଆ
କର ନାହିଁ ମନା……(୧)
ଝିଅ- କେମିତି କହିବି ସାଥି
ତମକୁ ମୋ କଥା
ଅନ୍ଧାର ଜୀବନ ମୋର
ଅନେକ ମୋ ବ୍ୟଥା ……(୨)
ପୁଅ- ସରଗରୁ ଚାନ୍ଦ ଆଣି
ଦେବି ତୁମ ହାତେ
ସାଗରର ଢେଉ ପରି
ନାଚିବି ମୁଁ ସାଥେ …….(୨)
ଝିଅ- ତମ କଥା ସାଥି ମୋତେ
କଲାଯେ ବିଭୋର
ତମେ ସାଥେ ରହିବି ମୁଁ
ଜନ୍ମ ଜନ୍ମାନ୍ତର ……..(୩)
ପୁଅ- ଦେଲ ମୋତେ ବହୁ ବଳ
କରିଲି ଆପଣା
କିଛି ଦିନ ପରେ ସାଥି
ପାଇବ ପାଉଣା …….(୩)
ଝିଅ- ପ୍ରେମ ପରି ଶବ୍ଦ ମୁହିଁ
ଶିଖିଲି ତମଠୁ
ଜୀବନଟା ଥିଲା ମୋର
ମରୁଭୂମି ପଟ୍ଟୁ …..(୪)
ପୁଅ- ତମ ପରି ସାଥି ପାଇ
ବହୁତ ମୁଁ ଖୁସି
ତମରି ଖୁସିରେ ଆଜି
ଯାଉଛି ମୁଁ ଭାସି…….(୪)
ଝିଅ- ମୋତେ ଦେଲ ବହୁ ଖୁସି
ବନ୍ଧନରେ ବାନ୍ଧି
ଦୁଃଖ ଭରା ଜୀବନରେ
ରହିଥିଲି ସାଥି…….(୫)
ପୁଅ- ପଛ କଥା ଭାବ ନାହିଁ
ତମେ ମୋ ଜୀବନ
ତମ ପାଇଁ ଦେଖୁଛି ମୁଁ
ପୂର୍ଣ୍ଣିମାର ଜହ୍ନ …….(୫)
ଝିଅ- ଦୁଃଖର ସଉଦା ମୁହିଁ
କରୁଥିଲି ନିତ୍ୟ
ତମ ପାଇଁ ଦେଖିଲି ମୁଁ
ଏ ସାରା ଜଗତ….(୬)
ପୁଅ- ତମେ ମୋର ଶାନ୍ତି ପ୍ରୀତି
ତମେ ମୋ ମୁକୁତା
ପୁଷ୍ପ ହୋଇ ମୋତେ ଦେଲ
କେତେ ଯେ ଶରଧା ……(୬)
ଝିଅ- ତମ ସ୍ନେହ ଶ୍ରଦ୍ଧା ମୋତେ
କଲା ଆପଣାର
ତମେ ପ୍ରେମ ପାଇ ସାଥି
ଦିଶିଲି ସୁନ୍ଦର…….(୭)
ପୁଅ- ସୁନ୍ଦର ଦିଶିଲେ ତମେ
ହସିବ ମୋ ମନ
ତମେ ନୁହଁ ସାଥି ମୋର
ତମେ ମୋ ଜୀବନ ……(୭)
ଝିଅ- କାହିଁକି ଆସିଲ ସାଥି
ଆଜିମୁଁ ଜାଣିଲି
ତମ ପାଇଁ ଆଜି ଏହି
ଦୁନିଆ ଦେଖିଲି…..(୮)
ପୁଅ- ରହି ଗଲା ଆଉ କିଛି
ଦେବାକୁ ତମକୁ
ନିଶ୍ଚିତ ମୁଁ ଦେବୀ ସାଥି
ତମରି କୋଳକୁ………( ୮)
ଅଂଶୁମାନ ସ୍ୱାଇଁ, ସରମଙ୍ଗା,ସଡଙ୍ଗ, କେନ୍ଦୁଝର-୭୫୬୧୨୧-୮୨୪୯୦୩୯୧୫୬.