ପ୍ରଶ୍ନରେ ଜୀବନ
ଏ ମେଘୁଆ ଆକାଶକୁ ଦେଖି
ମୋ ମନରେ ସୃଷ୍ଟି ହେଉଛି
ଅନେକ ପ୍ରଶ୍ନ, ଅନେକ କାହାଣୀ
ଏ ଜୀବନକୁ ନେଇ |
କେବେ ଯେ ଏ ଜୀବନରେ
ଘନ ଅନ୍ଧକାର ଘନେଇ ଆସିବ
କିଏ ଜାଣିଛି ?
କିଏ ଜାଣିଛି
ଏ ଜୀବନ ବି ହେଇଯିବ
ଏକ ନିଃସଙ୍ଗ ବାଟୋଇ
ଠିକ ଏଇ
ତାରା ବିହୀନ ଆକାଶ ପରି ?
ଲୁଚକାଳି ଖେଳୁଥିବେ
ସ୍ୱାର୍ଥର ଓଢଣୀକୁ ଟାଙ୍ଗୀ
ଆଉ ଲୁଚି ଲୁଚି ଦେଖୁଥିବେ ମୋତେ
କାନ୍ଦୁଛି ନା ହସୁଛି ?
ଠିକ ଯେପରି ତାରା ମାନେ ଆଖିଠାର ମାରୁଥାନ୍ତି
ଏ ଧରଣୀକୁ,
ହେଲେ
ସେ କଣ କଳନା କରିପାରେ
ଅନ୍ତରର ବେଦନାକୁ ?
ମାପି ପାରେ ଲୁହର ସାଗରକୁ
ନା ଅଟକାଇ ପରେ
ହସର ଜୁଆରକୁ ?
ଖାଲି ତାତ୍ସଲ୍ୟ କରେ
ଆଉ ପ୍ରଶ୍ନବାଚି ସୃଷ୍ଟି କରେ
ବନ୍ଧୁତାକୁ ନେଇ ?
ଆମ ସମ୍ପର୍କ ଯୁଗଯୁଗର
ରହି ପାରେନା ତୁମ ବିନା
ଦିନେ ତୁମ କୋଳକୁ ନଫେରିଲେ
ସତେ ମୋତେ ଲାଗେ ଆନମନା
ହେଲେ କୁଆଡେ ଗଲା
ଆଜି ସେ ବନ୍ଧୁତା ?
କିପରି ସୃଷ୍ଟି ହେଲା ଏହି ମେଘର ପ୍ରାଚୀର ?
# ମୃତ୍ୟୁଞ୍ଜୟ ସାହୁ
# ବଡମ୍ବା, କଟକ
# 📱👉9090700601