ପ୍ରଶ୍ନ ସୃଷ୍ଚିର

ସୃଷ୍ଟିର ସେ ପ୍ରଥମ ପ୍ରଶ୍ନ
କମ୍ପନ ତୋଳେ ମନ ତଳେ
ହେ ମଣିଷ,ହେ ମଣିଷ
ତୁମେ କେଉଁଠାରେ ??? ।।୧।।

ଆଜି ବି ରହିଛି ବିଭେଦ ପ୍ରାଚୀର
ପାପ କଳଙ୍କ ବୋଳା
ପାରେ ନାହିଁ ସହି ଏ ମଣିଷ ଆଉ
ପାପର ଦହନ ଜ୍ବାଳା
ଗର୍ବ ଗାରିମାର ଆବରଣ ତଳେ
ମଣିଷ କି କେବେ ଲୁଚି ପାରେ ?।।୨।।

ଫେରିଆସ ପ୍ରଭୁ ଆସ ଅବରତି
କଳୁଷିତ ଧରା କୋଳେ
ତୁମରି ପ୍ରେମରେ ଭଙ୍ଗା ମନକୁ
ଯୋଡ଼ି ଦିଅ ଆଉଥରେ
ତୁମ ମିଳନର ସଙ୍ଗତି ବିନା
ଆଉ କି ଆନନ୍ଦ ମିଳି ପାରେ?।।୩।।

ମଧୁମିତା ଦାଶ 
ବାରିପଦା 
ମୟୂରଭଞ୍ଜ 

Leave a Reply

Your email address will not be published. Required fields are marked *