ପ୍ରଭୁପାଦ ତଳେ ନିବେଦନ
ସ୍ଵାତୀ ମହାପାତ୍ର
ଅବସାଦ ଦୁନିଆ ରେ ଆଶାର ପାଇଁ
ବୁଲେ ମୁଁ କାହିଁ।
ଦିଅ ତୁମେ ଦିଅ ଅବସର ମତେ
ମଗୁଚି ଏତିକି ହେ ଜଗତସାଇଁ।
ଜଗତ ଠାକୁର ବସିଛୁ ଅନାଇ
ତୋ ପାଦ ତଳେ ରଖୁଛି ଗୁହାରି
ଟିକେ ଶୁଣୁ ଥରେ କାନେଇ କାନେଇ।
କଳା ଶ୍ରୀମୁଖ କାହିଁ ଏତେ ଦଉ ଦୁଃଖ
ତୋ କଷଣ ସହିବାକୁ ନାହିଁ ମୋର ଶକତି
ଜୀବନ ହାରିବି ତୋ ଦୁଆରେ ନୀତି ଭାବେ ମୁଁ ବସି।
ଗୋଟିଏ ପ୍ରାଣରେ କେତେ କଷଣ ଭାରିଚୁ ରେ ତୁହି
ସହି ହେଉନାହିଁ ସହି ହେଉନାହିଁ
ଦୁଃଖର ପାହାଡ ଭାଙ୍ଗୁଛି ମାେ ବାଟରେ କାହିଁ।
ଘରକୁ ଅନେଇ ପରିବାରକୁ ଅନେଇ
ସବୁ କିଛି କରେ ତୋ କୃପା ବଳରେ।
କେତେ ବନ୍ଧୁ ପରିଜନ କେତେ ଯେ ସାଙ୍ଗସାଥୀ
କେତେ କାର୍ଯ୍ୟ କରାମତି
ସବୁ ତୁ କରାଉ ହେ ଚକନୟନ।
କାହିଁ ବସିଛୁ ପଥର ପରି
ଦଉ ନାହିଁ କିମ୍ପା ଏଇ ଦୁଃଖୀ ଜୀବନରୁ
ଯନ୍ତ୍ରଣା କଷଣ କୁ ଦିଅ ଦୂରେଇ।
ଅନ୍ନ ମୁଠିକ ହାତରେ ଧରି
ଶାନ୍ତି ରେ ଖାଇ ପରୁ ନାହିଁ।
କେମିତି ଠାକୁର ଭକତ ହେଇଚି ଭୋକିଲା
ତୁ ଶୋଇଯାଉ ଶାନ୍ତି ଚିତ୍ତେ କାହିଁ।
ଚାଲବାଟ କଣ୍ଟାଭରା କରି
ଚପଲ ଦେଉତନାହୁ।
କେତେ ଯେ ଚାଲିବି ଆଉ
ରକତ ଝରେଇ ଝରେଇ।
ତୁ ସିନା ବସିରହିଚୁ ରତ୍ନସିହାସନ ଉପରେ
ତୁ କାହିଁ ଜାଣିବୁ କଣ୍ଟା ଚଲାପଥ କଷଣ ଯେ କେତେ।
ଉଆସ ଭିତରେ ଜାକଜମକ ରେ
ନୀତି ପାଉ ରେ ତୁ ପୂଜା।
ଏଠି ଭକତ ମାରୁଚି
ନୀତି ପାଉଛି ରେ ସଜା।
ଡାକି ଡାକି ଗଲିଣି ମୁଁ ଥକି
କୃପା କରୁ ନାହୁ ଯଦି
ଅଭିଶାପ ଦେଇ ଏ ଦୁନିଆରୁ ନେ ତୁ ଉଠେଇ।
ସହି ପାରୁ ନାହିଁ ନୀତି ଭିଯୁଚି
ଲୁହରେ ମାେ ଶେଯ
କହିପାରୁ ନାହିଁ ମନର ଆଘାତ
ଜାଣିପାରୁ ନହୁ ତୁ କେସେବ।
ଆଉ ଦିଅ ନାହିଁ ଯନ୍ତ୍ରଣା ଭାରା ଜୀବନ ମତେ
ନେଇଯାଆ ଏ ପିଣ୍ଡ ରୁ ପ୍ରାଣ ଟିକକ
ଦେଇ ଦିଅ ଏ ଭବ ସାଗର ରୁ ମୁକତି।