ପୋକରା ଡାଳ
ମୋ ଉପରେ ନାଚିଲ,
କୁଦିଲ, ଡିଆଁ ଡେଇଁ ବି କଲ
ମାଙ୍କଡ଼ ଠାରୁ ଫାଜିଲ ଷୋହଳ ବୟସୀ ଝିଅ
ଦୋଳି ଖେଲିଲ, ଗୀତ ବି ଗାଇଲ l
ମୁଁ ରାଗ ଶୁଝେଇବି କହ କାହା ଉପରେ?
ଝଡ଼ ଧକ୍କା ଦେବା ଆଗରୁ
ଉପଦ୍ରଵ ସବୁ ନିଦେଇ ଗଲେ
ମୁଁ ମିଶିଗଲି ମାଟି ଉପରେ l
ମୁଁ ଫମ୍ପା ଗଛର ପୋକରା ଡାଳଟେ
ମୋର ଅସ୍ତିତ୍ୱ ଉପରେ ଢେର ପ୍ରଶ୍ନ
ଯାହା ପଚାରି ନାହଁ ମୋତେ ଥରୁଟେ କେବେ l
ଭଲ ହେଲା
ତମେ ସବୁ ତ୍ରାହି ପାଇଗଲ ମୋର ମୃତ୍ୟୁରେ
କହିଲ ଭଲ ହେଲା
ପୋକରା ଡାଳକୁ କି ବିଶ୍ୱାସ
ଟେକି ନେଇ ନିଆଁ ଲଗେଇଦେଲ
ମୁଁ ଧୂଆଁ ହେଇ ମିଶିଗଲି ସାରା ଆକାଶରେ l
ନିତ୍ୟାନନ୍ଦ ମହାନ୍ତି
ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ମଧୁବନ ହାଟ, ଯାଜପୁର