ପ୍ରେମ ହିଁ କେବଳମ
ଜ୍ଞାନରଞ୍ଜନ ନାୟକ
ପ୍ରେମ ଅମରତ୍ୱ
ପ୍ରେମ ହିଁ ଶାଶ୍ୱତ
ପ୍ରେମ ଚିରନ୍ତନ ସତ୍ୟ
ପ୍ରେମ ବିନା ଲାଗେ
ଏ ସାରା ଦୁନିଆଁ
ନିର୍ଜୀବ ପାଷାଣ ମୃତ l
ପ୍ରେମ ବନ୍ଧନ ରେ
ବନ୍ଧା ଏ ଜୀବନ
ଅଢେଇ ଅକ୍ଷର ଡୋରେ
ପ୍ରେମ ହାରିଗଲେ
ସରିଯାଏ ଖେଳ
ଜୀବନ ଦୁଃଖରେ ଭରେ l
ପ୍ରେମ ଗଢି ଦିଏ
ମର୍ତ୍ତ୍ୟ ରେ ସରଗ
ମରୁ ଦେଶେ ପାରିଜାତ
ପ୍ରେମ ଭରିଦିଏ
ଶତ୍ରୁ ର ହୃଦୟେ
ସ୍ନେହ ଶ୍ରଦ୍ଧା ର ଅମୃତ l
ପ୍ରେମ ଯୋଡିଦିଏ
ଦୁଇଟି ହୃଦୟ
ପ୍ରିତୀ ର ବନ୍ଧନ ଟିଏ
ପ୍ରେମ ର ସଉଦା
କରି କେ ପାରିବ
ମୂଲ୍ୟ ଦେଉ ଯେତେଯିଏ l
ପ୍ରେମ ହିଁ କେବଳ
ବଞ୍ଚିବା ର ରାହା
ରଚଇ ନନ୍ଦନବନ
ମନ ପୋଡ଼ିଗଲେ
ବନ ପୋଡ଼ିଯାଏ
ଜୀବନ ଟା ହୁତାଶନ l
≈≈≈≈≈0≈≈≈≈≈
Gyanaranjan Nayak.
Kendrapada.