ପ୍ରେମ ହିଁ କେବଳମ୍
ପ୍ରେମ କରେ ବୋଲି ପ୍ରେମରେ କହିଲେ
ପ୍ରେମରେ ଦେଉଛ ହସି,
ପ୍ରେମଭରା ମନେ ପ୍ରେମକରେ ବୋଲି
ସାଜିଲ ତୁମେ ପ୍ରେୟସୀ ।
ପ୍ରେମରେ ତୁମର ପ୍ରେମସୁଧା ଧାରା
ପ୍ରେମପଦ ଭାବେ ଝରେ,
ପ୍ରେମାସକ୍ତ ହୋଇ ସେ ପ୍ରେମସୁଧାକୁ
ପିଇଯାଏ ପ୍ରେମାତୁରେ ।
ତୁମେ ପ୍ରେମରୂପା ପ୍ରେମ ଅନୁରକ୍ତା
ପ୍ରେମପାତ୍ରୀ ପ୍ରେମମୟୀ,
ପ୍ରେମ ଆଳାପରେ ପ୍ରେମଶିକ୍ଷା ଦେଇ
ପ୍ରେମଜ୍ଞ ଦେଲ କରାଇ ।
ପ୍ରେମର ଭାବରେ ହୋଇ ମୁଁ ବିହ୍ଵଳ
ପ୍ରେମରେ ହୋଇଲି ବାଇ,
ପ୍ରେମାକାଂକ୍ଷୀ ତୁମ ପ୍ରେମ ପଞ୍ଚାମୃତେ
ଦିଅ ଥରେ ମୋତେ ଧୋଇ ।
ପ୍ରେମ ପାରାବାର ପ୍ରେମ ତରଙ୍ଗରେ
ପ୍ରେମ ଆଲିଙ୍ଗନେ ସଦା,
ପ୍ରେମ ପିତୁଳୀ ମୋ ପ୍ରେମର ସଙ୍ଖାଳୀ
ପ୍ରେମ ଡୋରେ ହେବା ବନ୍ଧା ।
ଆଦିତ୍ୟ ଦାସ
ଗଞ୍ଜାମ