ପରୋପକାରାୟ ସ୍ୱର୍ଗାୟ
ପରମ ଆନନ୍ଦ ଦାତାର ଦାନରେ,
ସେ ବିଦ୍ୟାଦାନ ହେଉ ଅବା ଅର୍ଥଦାନ,
ଅବା ପିଣ୍ଡଦାନ ପିତୃ ପୁରୁଷରେ।
ସେ ଦାନର ଅନୁଭୂତି କିନ୍ତୁ ନିଆରା,
ଅନ୍ୟର ଉପକାର କଲେ ସ୍ୱର୍ଗ ପ୍ରାପ୍ତି ହୁଏ,
ଜୀବନରେ ପୁରାଣ ବର୍ଣ୍ଣିତ ସତ୍ୟ ପରା ।
ଅନୁଭବୀ କେବଳ ବର୍ଣ୍ଣନା କରିପାରେ ତା ଭାବନା ହୃଦୟ ଭାଷାରେ,
ସେ ଶାଶ୍ବତ ଅନୁଭବ ମିଳିପାରେ ଦେବାରେ।
ପ୍ରକୃତି ଖଞ୍ଜି ଦେଇଛି ଅଯାଚିତ ଭାବରେ ନିଃସ୍ଵାର୍ଥପର ସେବାରେ ଅବାରିତ ଦାନ,
ପ୍ରକୃତି ଦେଇଛି ସୂର୍ଯ୍ୟାଲୋକ,ପତ୍ର, ଫୁଲ, ଶସ୍ୟ,ସୁଶୋଭିତ ବିଶୁଦ୍ଧ ପବନ,
ତାର ଜଳ ବାୟୁ ସୂର୍ଯ୍ୟାଲୋକ ଭରିଛି ଶରୀରେ
ନୂତନ ଜୀବନ,
ଏବେ ସମୟ ଉପନୀତ ଭରିବାକୁ ପ୍ରତିଦାନ।
ୠଣ ମୁକ୍ତ ହେବା ଆତ୍ମିକ ଲଭିବା ଆନନ୍ଦ,
ଖୁସି ହେବ ପ୍ରାଣ।
ଭୋକିଲା ମୁଖେ ଆହାର ରୋଗଗ୍ରସ୍ତେ ସେବା,
ମଧୁର ଆଳାପ ସହ ଉତ୍ତମ ବ୍ୟବହାର ନିଃସ୍ଵାର୍ଥପର ସାହାଯ୍ୟ ଦେବା।
ଏହି ଦାନ ତ ଅତୁଳନୀୟ,
ବିପଦେ ତାଙ୍କ ଉପସ୍ଥିତ ରହି ଧୈର୍ଯ୍ୟ ଆଶ୍ୱାସନା
ଦେବା।
ଶାଶ୍ବତ ଆନନ୍ଦ ଅନ୍ତର୍ନିହିତ ଶାନ୍ତି ” ଦେବା ‘ରୁ ହିଁ ପାଇବା
କାହିଁକି ଜାଣ ?
ଏହି ପରୋପକାରାୟ ହିଁ ସ୍ୱର୍ଗାୟ।
ମାଳତୀ ତ୍ରିପାଠୀ
251 total views, 1 views today