ପରିଚୟ
ମନୋଜ କୁମାର ଦାସ
ବାରମ୍ବାର ପଚାରୁଛ
ପରିଚୟ
କୁହନ୍ତୁନା
ମନରେ ରଖନା କିନ୍ତୁ
କହି ଦିଅ ମନ ଖୋଲି ।
କହିଲେ କହିବ କହୁଛି
ନ କହିଲେ କଣ ଛାଡ଼ ପାଉଛି
ଯାହା କହିବି ସତ କହିବି
ସତ ଛଡ଼ା ମିଛ କହିବି ନାହିଁ ।
ମୋ କଥାରେ ଏକମତ
ହୁଅନ୍ତୁ ବା ନ ହୁଅନ୍ତୁ
ଦୋଷ ଥିଲେ କ୍ଷମା
ସଦା ଚାହିଁବି ମୁହିଁ ।
ଅତି ସାଧାରଣ ପରିବାରରେ
ଜନ୍ମ ଅଟେ ମୋର
ଶିକ୍ଷା ଗତ ଯୋଗ୍ୟତାରେ
ନୁହେଁ ସର୍ବଶ୍ରେଷ୍ଠ
ବେକାରୀ ସମସ୍ୟା ରେ ଅତିଷ୍ଟ
ପେଟ ପାଇଁ କରେ ନାଟ
ନିଜ ଗୋଡ ରେ ନିଜେ
ହୋଇ ଠିଆ
ସଂସାର ର ରଥ ଚଳାଉଛି ।
ଅବସର ସମୟରେ ପଢେ
ପତ୍ର ପତ୍ରିକା ବହୁତ
ସମାଜ ସେବାରେ ମନ ବଳାଇ
କିଛି ସମୟ ଦିଏ ବିତାଇ ।
ସାହିତ୍ୟିକ ବନ୍ଧୁ ସଂଗେ ମିଳି
ଲେଖା ଲେଖି ରେମନ ଦେଇ
ସାହିତ୍ୟ ଅନୁରାଗୀ ଟିଏ ହୋଇ
ବେଳେବେଳେ ଦୁଇଧାଡିକବିତା
ଲେଖୁ ଲେଖୁ ଦିଏ
ସୃଷ୍ଟି ଭଲ ହୁଏ କି ନ ହୁଏ
ଅଭିମତ, ମତାମତ, ସମାଲୋଚନା କୁ ଚାହିଁ ଚାହିଁ
ବେଳ ଚାଲିଯାଏ ।
ମନେ ମନେ ଭାବେ
ଗଣତନ୍ତ୍ର ରାଜନୀତି ଠାରୁ
ସାହିତ୍ୟରେ ରାଜନୀତି
ବୋଧ ହୁଏ ଅତିଷ୍ଟ ହେଲାଣି
କେହି କାହାର ଶିରି ଦେଖି
ନ ପାରିବା କଣ
ପ୍ରଶ୍ନବାଚୀ ଠିଆ ହୋଇଛି
କଲମ ମୁନରେ ।।
ପଚାରୁନ୍ତୁନି
ପରିଚୟ କଥା
ମୋ ପରିଚୟ
ହଜି ଯାଇଛି
ରେକର୍ଡ ଖାତାରେ ।।
*********************
ଆଳିଜଙ୍ଗ। କେନ୍ଦ୍ରାପଡ଼ା, 9937178755